ଆଟ୍ ଫର ଫୋଭେଲ ଶିର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଓଡ଼ିଶା ମର୍ଡନ ଆର୍ଟ ଗ୍ୟାଲେରୀରେ ଉଦଘାଟନ

kiteartବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଲୟ ତରଫରୁ ଆଟ୍ ଫର ଫୋଭେଲ ଶିର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଓଡ଼ିଶା ମର୍ଡନ ଆର୍ଟ ଗ୍ୟାଲେରୀରେ ଉଦଘାଟନ ହୋଇଯାଇଛି । ଏହି କଳା ମହାବିଦ୍ୟାଳୟର ଶେଷ ବର୍ଷର ୨୭ଜଣ ଛାତ୍ରଛାତ୍ରୀ ମିଶି ଏହି ପ୍ରର୍ଦଶନୀଟି ଆୟେଜନ କରିଛନ୍ତି । ବିଭିନ୍ନ ମାଧ୍ୟମ ଯଥା ପେଣ୍ଟିଙ୍ଗ୍, ଭାସ୍କର୍ଯ୍ୟ, ଟେମ୍ପୋରା, ଡ୍ରଇଂ, ସ୍କେଚ୍, ମିକ୍ସମିଡିଆ ମୁଦ୍ରଣ କଳା ଏବଂ ଇନସ୍ଟଲେସନ ଇତ୍ୟାଦି ବ୍ୟକ୍ତିଗତ ଚିନ୍ତାଧାରାକୁ ନିଜସ୍ୱ ଶଇଳିରେ ଅତି ନିଖୁଣତାର ସହିତ ପରିପ୍ରକାଶ କରିଛନ୍ତି । କେଉଁଠି ରାମାୟଣ ମହାଭାରତର କଥା ତ ଆଉ କେଉଁଠି ବର୍ତମାନ ସମାଜର ନିତି ଦିନର ଘଟଣା ବଳିକୁ ନେଇ ଛବି ତିଆରି କରିଚନ୍ତି । ସେହି ପରି ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ବ୍ୟସ୍ତ ବହୁଳ ସହରର ଜୀବନର କଥା । ଭାସ୍କର୍ଯ୍ୟରେ ସେହିପରି ନିଖୁଣତା ସହିତ ହୃଦୟ ସ୍ପର୍ଶି , ଜୀବନ୍ତ ଭଳି କଳା କୃତି ଗୁଡ଼ିକ ଅନୁଭବ କରି ହେଉଛି । ଭାସ୍କର୍ଯ୍ୟରେ କେଉଁଠି ଜନ୍ଦା ପିମ୍ପୁଡ଼ିର ସମାରୋହ ତ କେଉଁଠି ଫୁଲର ଲହରୀ, ସାଂଗକୁ ନିଦ୍ରିତ କଅଂଳ ଶିଶୁ , ପୁଣି ସ୍ପର୍ଶ କରିହୁଏ ସୁନ୍ଦର ପରିବେଶ କୁ ।
ଉଦଘାଟନ ଉସôବରେ ପଦ୍ମବିଭୁଷଣ ଶିଳ୍ପୀ ଗୁରୁ ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର , ସଂସ୍କୃତି ବିଭାଗର ନିଦେ୍ର୍ଧଶକ ଶ୍ରୀଯୁକ୍ତ ଅମରେନ୍ଦ୍ର ପଟ୍ଟନାୟକ, ଓଡ଼ିଶା ଲଲିତ କଳା ଏକାଡେମୀର ସଚିବ ଓ ଓଡ଼ିଶା ମର୍ଡନ ଆର୍ଟ ଗ୍ୟାଲେରୀର ପ୍ରତିÂାତା ଶ୍ରୀ ତାରାକାନ୍ତ ପରିଡ଼ା, ବରିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ଗୌରାଙ୍ଗ ବାରିକ, ବରିÂ ସାମ୍ବାଦିକ ଶ୍ରୀ ଦିଲ୍ଲୀପ ହାଲୀ ଅତିଥି ଭାବେ ଉଦଘାଟନ କରି ବାଲେଶ୍ୱର କଳା ମହାବିଦ୍ୟାଳୟର ଏବଂ ପ୍ରର୍ଦଶନୀରେ ଭାଗନେଇଥିବା ସମସ୍ତ ଯୁବଶିଳ୍ପୀ ମାନଙ୍କୁ ପ୍ରସଂସା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ଦାସଙ୍କ ପ୍ରଚେଷ୍ଟାରେ ଏହି ପ୍ରର୍ଦଶନୀ ଟି ଏତେ ଉଚ୍ଚକୋଟୀର ହୋଇପାରିଛି ବୋଲି ଉପସ୍ଥିତ ସମସ୍ତ କଳାକାର ଓ କଳାପ୍ରେମୀ ମାନେ ମତବ୍ୟକ୍ତ କରିଥିଲେ । ଏହି ପ୍ରର୍ଦଶନୀ ଟି ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଗ୍ୟାଲେରୀର ପରିଚାଳକ ସୁବ୍ରତ ମହାନ୍ତି କହିଚନ୍ତି ।

Share in top social networks!