“ଦୁର୍ନୀତି ନିବାରଣ ପାଇଁ ବୈଷୟିକ ଓ ସାଂସ୍କୃତିକ ପରିବର୍ତ୍ତନର ଆବଶ୍ୟକତା ରହିଛି” : ନାଲ୍‍କୋ ଅଧ୍ୟକ୍ଷ

nalcoନୀତି ଓ ନିୟମର ଉପଯୁକ୍ତ ନିର୍ବାହ ପାଇଁ ସକାରାତ୍ମକ କାର୍ଯ୍ୟର ଆବଶ୍ୟକତା ରହିଥିବା ବେଳେ ସତର୍କତା ବ୍ୟବସ୍ଥାକୁ ସୁଦୃଢ କରିବା ତଥା ଦୁର୍ନୀତି ନିବାରଣ କରିବା ପାଇଁ ବୈଷୟିକ ଜ୍ଞାନକୌଶଳରେ ବିକାଶ ସହ ଅନୁÂାନର କାର୍ଯ୍ୟସଂସ୍କୃତିରେ ମଧ୍ୟ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛ ବୋଲି ନାଲ୍‍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଛନ୍ତି । ସୋମବାର ଦିନ ନାଲ୍‍କୋର ନିଗମ କାର୍ଯ୍ୟାଳୟରେ ସତର୍କତା ସଚେତନତା ସପ୍ତାହର ଉଦ୍‍ଘାଟନ ଅବସରରେ ଡଃ ଚାନ୍ଦ ଏହି ମତ ବ୍ୟକ୍ତ କରିଥିଲେ ।
୧୭୫୭ ଖ୍ରୀଷ୍ଟାବ୍ଦରେ ହୋଇଥିବା ପଲାସୀ ଯୁଦ୍ଧର ଉଦାହରଣ ଦେଇ ଡଃ ଚାନ୍ଦ କହିଲେ ଯେ ଇଷ୍ଟ୍‍ ଇଣ୍ଡିଆ କମ୍ପାନୀ ଦ୍ୱାରା ମୀର୍‍ ଜାଫର୍‍ଙ୍କୁ ଲାଞ୍ଚ ଦେବାର ଗୋଟିଏ ଘଟଣା ସମଗ୍ର ଦେଶକୁ ପରାଧୀନତା ଦିଗକୁ ଟାଣି ନେଇଥିଲା । ସେ କୌଣସି ସଂସ୍ଥାରେ ଦୁର୍ନୀତି ନିୟନ୍ତ୍ରଣ ନିମନ୍ତେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଥିଲେ । ସେ କହିଥିଲେ ଯେ ସତର୍କତା ବ୍ୟବସ୍ଥାକୁ ଅଧିକ ବଳିÂ କରିବ ଉଦେ୍ଧଶ୍ୟରେ ନାଲ୍‍କୋ ପକ୍ଷରୁ ଇଣ୍ଟିଗ୍ରିଟୀ ପ୍ୟାକ୍ଟ୍‍ ସ୍ୱାକ୍ଷର କରାଯିବା ସହ ଇ-ଟେଣ୍ଡରିଂ ଓ ଇ-ପ୍ରୋକ୍ୟୋର୍‍ମେଣ୍ଟ୍‍ ଆଦି ନୂତନ ପଦକ୍ଷେପମାନ ଗ୍ରହଣ କରାଯାଇଛି । କମ୍ପାନୀ ପକ୍ଷରୁ ଖୁବ୍‍ ଶୀଘ୍ର ସତର୍କତା ସମ୍ପର୍କରେ ସଚେତନ କର୍ମଚାରୀମାନଙ୍କୁ ଉସôାହିତ କରିବା ଉଦେ୍ଧଶ୍ୟରେ ଏକ ପୁରସ୍କାର ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଡଃ ଚାନ୍ଦ ସୂଚନା ଦେଇଛନ୍ତି ।
ଓଡ଼ିଶା ପୁଲିସ୍‍ର ଡି.ଜି. ଓ ଆଇ.ଜି. ଶ୍ରୀ କେ.ବି. ସିଂ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୁର୍ନୀତି ନିବାରଣ ନିମନ୍ତେ ଜନସାଧାରଣଙ୍କ ଭୂମିକା ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ । ସରକାରୀ କର୍ମଚାରୀଙ୍କୁ ଦୁର୍ନୀତି ବିରୋଧରେ ନିୟନ୍ତ୍ରଣ କରିବା ସହ ଦେଶରୁ ଦୁର୍ନୀତି ଦୂରୀଭୂତ କରିବା ପାଇଁ ନାଗରିକମାନଙ୍କ ପକ୍ଷରୁ ସହଯୋଗ ଏବଂ ସକ୍ରିୟ ଅଂଶଗ୍ରହଣର ଆବଶ୍ୟକତା ରହିଛି ବୋଲି ଶ୍ରୀ ସିଂ କହିଥିଲେ ।
ଏହି ଅବସରରେ, ନାଲ୍‍କୋର ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରି ଚଳିତ ବର୍ଷର ବିଷୟବସ୍ତୁ ‘ସଚ୍ଚୋଟତାକୁ ପ୍ରୋସôାହନ ଓ ଦୁର୍ନୀତି ନିବାରଣରେ ସର୍ବସାଧାରଣଙ୍କ ଯୋଗଦାନ’ ସମ୍ପର୍କରେ ଅବଗତ କରିଥିଲେ । କୌଣସି ଅନୁÂାନରେ ସ୍ୱଚ୍ଛତାକୁ ଦୃଢୀଭୂତ କରିବା ପାଇଁ ନୂତନ ପନ୍ଥା ଅବଲମ୍ବନ କରିବା ଏବଂ ସତର୍କତା ଆଭିମୁଖ୍ୟ ହାସଲ କରିବା ନିମନ୍ତେ ସମସ୍ତ ଉପାଦାନ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ କର୍ମଚାରୀମାନଙ୍କ ମଧ୍ୟରେ ସତର୍କତା ସଚେତନତା ତଥା ସତ୍ୟନିÂା ଶପଥ ପାଠ କରାଯାଇଥିଲା । ନାଲ୍‍କୋର ମହାପ୍ରବନ୍ଧକ (ସତର୍କତା) ଶ୍ରୀ ଏ.କେ. ମୂର୍ତ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ ।

Share in top social networks!