ମୋଦି ସରକାର ସ୍ୱଚ୍ଛ ଓ କାର୍ଯ୍ୟଦକ୍ଷ , ନବୀନ ସରକାର ସ୍ଥାଣୁ ଓ ଅପାରଗ ତଥା ଦୁ୍ର୍ନୀତି ଓ ରାଜନୈତିକ ଭେଦଭାବ ଆଧାରରେ କାର୍ଯ୍ୟ କରେ – ଧର୍ମେନ୍ଦ୍ର ପ୍ରଧାନ

14724507_1149320245151553_7938249712003584235_nମୋଦି ସରକାର ସ୍ୱଚ୍ଛ ଓ କାର୍ଯ୍ୟଦକ୍ଷ ମାତ୍ର ଓଡିଶା ସରକାର ସ୍ଥାଣୁ ଓ ଅପାରଗ ତଥା ଦୁ୍ର୍ନୀତି ଓ ରାଜନୈତିକ ଭେଦଭାବ ଆଧାରରେ କାର୍ଯ୍ୟ କରେ ବୋଲି କେନ୍ଦ୍ର
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଲଲହଡା ଠାରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ମହିଳା ମାନଙ୍କୁ ମାଗଣା ଏଲପିଜି ବଂଟନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ମାତ୍ର ଛଅ ମାସରୁ କମ ସମୟ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ଓଡିଶାର ପାଂଚ ଲକ୍ଷ ପରିବାରରେ ଏହି ଯୋଜନାରେ ମହିଳା ମାନେ ହିତାଧିକାରୀ ହୋଇ ସାରିଛନ୍ତି । ଅନୁଗୁଳ ଜିଲ୍ଲାରେ ତିନି ଲକ୍ଷ ପରିବାର ମଧ୍ୟରୁ ୨୦୧୪ ସୁଦ୍ଧା ମାତ୍ର ୯୦ ହଜାର ଘରେ ଏଲପିଜି
ସଂଯୋଗ ଥିଲା । ମୋଦି ସରକାର ଆସିବା ପରେ ଏହି ସଂଖ୍ୟା ବଢି ୧ ଲକ୍ଷ ୭୨ ହଜାରରେ ପହଂଚି ସାରିଛି ।

ଅପର ପକ୍ଷରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ପ୍ରଭାବଶାଳୀ ନେତା ମାନେ ହାତ ଗୁଂଜା ନେଇ ତାଲିକା ପ୍ରସ୍ତୁତ କଲେ । ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ପଂଚାୟତ ହିସାବରେ କିଏ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ତାର ତାଲିକା ପ୍ରକାଶ କରିବାରେ ବିଫଳ ହୋଇଛନ୍ତି । ତେଣୁ ନବୀନ
ପଟ୍ଟନାୟକ ସରକାରଙ୍କୁ ସ୍ଥାଣୁ ଓ ଅପାରଗ କୁହା ଗଲେ କଣ ଭୁଲ ଅଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ସରକାରୀ ଗାଲୁଆ ଓ ଅଲାଜୁକ ହେଲେ କଣ ପ୍ରଶ୍ନ କରା ଯାଇପାରିବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ସରକାରୀ ଯୋଜନାର ସବୁ ଲାଭ ବ୍ୟାଙ୍କ ଖାତାରେ ହିତାଧିକାରୀ ମାନଙ୍କ
ପାଖରେ ପହଂଚାଉଛନ୍ତି । ମାତ୍ର ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନଙ୍କୁ ସେମାନଙ୍କର ପ୍ରାପ୍ୟ ବ୍ୟାଙ୍କ ଖାତାରେ ଦେଉ ନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସ୍ଥାନୀୟ ବିଜେଡିର ସାଂସଦ ଆଧାର କାର୍ଡ ଲାଗୁ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି । ଆଧାର କାର୍ଡ ସଂଯୁକ୍ତ ହୋଇ ବ୍ୟାଙ୍କ ଖାତାରେ ଅର୍ଥ ଗଲେ ଶାସକ ଦଳର ନେତା ମାନଙ୍କର ବେପାର ବନ୍ଦ ହୋଇ ଯିବ ତେଣୁ ଏହାକୁ ବିଜେଡି ବିରୋଧ କରୁଛି । ଉଜ୍ୱଳା ଯୋଜନାରେ ଗାଁ- ଗାଁରେ ମେଳା ଲଗାଇ ସ୍ୱଚ୍ଛତାର ସହିତ ହିତାଧିକାରୀ ମାନଙ୍କୁ ଏଲପିଜି ସଂଯୋଗ ଦିଆ ଯାଉଛି । ଲୁଚା ଛପାରେ କିଛି ହେଉ ନାହିଁ । ମାତ୍ର ନବୀନ ପଟ୍ଟନାୟକ ସରକାର କିଏ ହିତାଧିକାରୀ ସ୍ପଷ୍ଟ କରି
ପାରୁ ନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣି ଶ୍ରୀ ପ୍ରଧାନ କହିଛନ୍ତି ଯେ ପାଲଲହଡା ନିର୍ବାଚନ ମଣ୍ଡଳୀରେ ୨୭ଟି ପଂଚାୟତ ମଧ୍ୟରୁ ୪ଟି ପଂଚାୟତ ଯଥା ମୁଣ୍ଡରିବେଡା, ରୋହିଲା, ରଜଡଙ୍ଗ ଓ ଖେମଳାରେ ୨୦୧୧ ମସିହା ଜନ ଗଣନା ତାଲିକାରେ ସାମାଜିକ-ଅର୍ଥନୈତିକ ଓ ଜାତି ଆଧାରିତ ଜନଗଣନାରେ ଗୋଟିଏ
ବି ପରିବାର ତାଲିକାଭୁକ୍ତ ହୋଇ ନାହାନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ବା ଯେ କୌଣସି ସରକାରୀ ଯୋଜନା ଏହି ତାଲିକାରେ ସ୍ଥାନ ନ ପାଇଲେ ଗୋଟିଏ ପରିବାର ହିତାଧିକାରୀ ହୋଇ ପାରିବ ନାହିଁ । ଚାରି ପଂଚାୟତରେ ଜଣେ ବି ଗରୀବ ନାହାନ୍ତି ଏହି ତାଲିକା ୨୦୧୧ ରେ କିପରି ପ୍ରସ୍ତୁତ ହେଲା ବୋଲି ଶ୍ରୀ ପ୍ରଧାନ
ପ୍ରଶ୍ନ କରିଛନ୍ତି ।

Share in top social networks!