ଦେଶକୁ ଏକ କରିବାରେ ସର୍ଦାର ପଟେଲଙ୍କ ଯୋଗଦାନ ଅତୁଳନୀୟ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

14595670_1149133875170190_3809545262199983834_nଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ପବିତ୍ର ଜନ୍ମ ଜୟନ୍ତୀ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଭୁବନେଶ୍ବରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି । ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେଶର ସ୍ବାଧୀନତା ସଂଗ୍ରାମ ଓ ପରେ ଦେଶକୁ ଏକ କରିବାରେ ସର୍ଦାର ପଟେଲଙ୍କ ଯୋଗଦାନ ଅତୁଳନୀୟ । 560 ଦେଶୀୟ ରାଜ୍ୟକୁ ଭାରତରେ ସାମିଲ କରିବାର ଶ୍ରେୟର ଅଧିକାରୀ ଏକକ ଭାବେ ସର୍ଦାର ପଟେଲ ।

ଓଡିଶା ସର୍ଦାର ପଟେଲଙ୍କ ସହ ଦୃଢତାର ସହିତ ଠିଆ ହୋଇଥିଲା । ନୀଳଗିରି ପ୍ରଥମ ଦେଶୀୟ ରାଜ୍ୟ ଭାବେ ସାର୍ବଭୌମ ଭାରତର ଅଂଶ ହୋଇଥିଲା । ସର୍ଦାର ପଟେଲ ଓ ହରେକୃଷ୍ଣ ମହତାବଙ୍କର ଓଡିଶାର ଦେଶୀୟ ରାଜ୍ୟ ମିଶ୍ରଣରେ ଥିଲା ଗୁରୁତ୍ବପୂର୍ଣ ଭୂମିକା ।

ହାଇଦ୍ରାବାଦ ହେଉ ବା ଜୁନାଗଡ , ସର୍ଦାର ପଟେଲଙ୍କର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁ ଏହିପରି ଭାରତରେ ମିଶିବାକୁ ବିରୋଧ କରୁଥିବା ଦେଶୀୟ ରାଜ୍ୟ ମାନଙ୍କର ଭାରତରେ ବିଲୟ ସମ୍ଭବ ହୋଇପାରିଛି ।

ମାତ୍ର ସର୍ଦାର ପଟେଲଙ୍କର ଦେଶକୁ ଏକ କରିବାରେ ଏତେ ବଡ ଯୋଗଦାନ ସତ୍ବେ ତାଙ୍କୁ ଯେତିକି ସମ୍ମାନ ମିଳିବା କଥା ତାହା ତାଙ୍କୁ ମିଳି ନାହିଁ ।
ଦେଶର ସ୍ବାଧୀନତା ସଂଗ୍ରାମ ପାଇଁ ଗୋଟିଏ ପରିବାରକୁ ଶ୍ରେୟ ଦିଆ ଯାଇ ସାରା ଦେଶରେ ଇଂରେଜ ବିରୋଧୀ ଲୋକ ସଂଘର୍ଷର ଗୌରବର ଗାଥାକୁ ଲୁଚାଇ ରଖିବାର ଅପଚେଷ୍ଟା କରାଯାଇଛି ।

2017 ମସିହାରେ ଓଡିଶାରେ ଇଂରେଜ ବିରୋଧୀ ସଶସ୍ତ୍ର ସଂଗ୍ରାମ ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତି ହେବ । ଆମେ ଓଡିଆ ମାନେ ଆମର ଏହି ଅନନ୍ୟ ବୀରତ୍ବର ଇତିହାସକୁ ସ୍ମରଣ କରି ମହା ଆଡମ୍ବରରେ ପାଳନ କରିବା ।

Share in top social networks!