ଦୀପାବଳୀର ଖୁସି ଭିତରେ ରାଜ୍ୟ ସରକାରଙ୍କ ଠିକା ଓ ସ୍ୱଳ୍ପ ସମୟ କର୍ମଚାରୀଙ୍କ ଆର୍ଥିକ ଦୁସ୍ଥିିତି ନେଇ ବିଜେପିର ଉଦବେଗ

ସାରା ଦେଶ ଓ ରାଜ୍ୟ ଦୀପାବଳୀର ଆନନ୍ଦ ଓ ଉଲ୍ଲାସରେ ସାମିଲ ହୋଇଥିବା ବେଳେ ଓଡିଶା ସରକାରଙ୍କ ଅଧୀନରେ ଠିକା ଓ ଅତି କମ ପାରିଶ୍ରମିକରେ କାମ କରୁଥିବା ବ୍ୟକ୍ତି ମାନଙ୍କ ଖରାପ ଆର୍ଥିକ ସ୍ଥିତି ପାଇଁ ଏହି ଖୁସୀରେ ସେମାନଙ୍କର ପରିବାର ସାମିଲ ହୋଇ ପାରୁ ନ ଥିବାରୁ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଘୋର ଚିନ୍ତା ପ୍ରକଟ କରାଯାଇଛି ।
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ ନରେନ୍ଦ୍ର ମୋଦି ସରକାରକୁ ଆସିବା ପରେ ଆର୍ଥିକ ଦୃଷ୍ଟିରୁ ସମାଜର ତଳ ସ୍ତରରେ ଥିବା ବ୍ୟକ୍ତି ବିଶେଷ ମାନଙ୍କର ସୁର କ୍ଷାକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆ ଯାଇଛି । ବିଶେଷ ଭାବରେ ବିକାଶର ଦୌଡରେ ପଛରେ ପଡିଥିବା ପୂର୍ବ ଭାରତର ଆର୍ଥିକ ପ୍ରଗତି ମୋଦି ସରକାରଙ୍କର ପ୍ରାଥମିକତା ରହିଛି ।
ମୋଦି ସରକାର ଭାରତ ସରକାରଙ୍କର ବିଭିନ୍ନ ସ୍ତରରେ ଠିକା ଓ ସେହିଭଳି କାମରେ ନିଯୁକ୍ତ ଥିବା ବ୍ୟକ୍ତି ମାନଙ୍କୁ ବୋନସ ତଥା ସାମାଜିକ ସୁରକ୍ଷା େ ଯାଜନାରେ ସାମିଲ କରିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ ଓଡିଶା ସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗରେ ଠିକା ତଥା ସ୍ୱଳ୍ପକାଳୀନ କର୍ମଚାରୀ ଭାବରେ ଲକ୍ଷ ଲକ୍ଷ ଲୋକ କାମ କରୁଛନ୍ତି । ରାଜ୍ୟ ସରକାର ଏହି ବ୍ୟକ୍ତିବିଶେଷ ମାନଙ୍କର ରୋଜଗାର ଓ ସାମାଜିକ ସୁରକ୍ଷା ପ୍ରତି ସେପରି ଧ୍ୟାନ ଦେଉ ନ ଥିବା କାରଣରୁ ସେମାନଙ୍କର ପରିବାରର ଆର୍ଥିକ ସ୍ଥିତି, ପିଲା ମାନଙ୍କର ପାଠପଢା, ସ୍ୱାସ୍ଥ୍ୟ ତଥା ଦୈନନ୍ଦିନ ଚଳଣୀ ଖରାପ ଅବସ୍ଥାରେ ରହୁଛି ।
ଏପରି ସ୍ଥଳେ ରାଜ୍ୟ ସରକାର ଏହି ବର୍ଗରେ କାମ କରୁଥିବା ସରକାରୀ ଠିକା କର୍ମଚାରୀ ମାନଙ୍କ ପାଇଁ ଠୋସ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବି କରିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ ଚତୁର୍ଦଶ ଅର୍ଥ କମିଶନର ସୁପାରିଶ ଅନୁସାରେ କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗକୁ ବୃଦ୍ଧି କରା ଯିବା କାରଣରୁ ରାଜ୍ୟ ବଜେଟରେ କେନ୍ଦ୍ରୀୟ ଭାଗ ବିଗତ ବର୍ଷ ମାନଙ୍କ ତୁଳନାରେ ବହୁ ମାତ୍ରାରେ ବୃଦ୍ଧି ପାଇଛି । ଏହି ଅର୍ଥକୁ ବ୍ୟବହାର କରି ରାଜ୍ୟର ଠିକା କର୍ମଚାରୀ ମାନଙ୍କ ଦରମା ଓ ସାମାଜିକ ସୁରକ୍ଷା ପାଇଁ ବ୍ୟୟବରାଦ କରିବାକୁ ଶ୍ରୀ ଶର୍ମା ଦାବି କରିଛନ୍ତି ।
ରାଜ୍ୟସରକାରଙ୍କର ସପ୍ତମ ଅର୍ଥ କମିଶନ ଲାଗୁ ସମ୍ପର୍କରେ ମତ ରଖି ଶ୍ରୀ ଶର୍ମା କହିଛନ୍ତି ଯେ ଯେବେ ଠାରୁ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପାଇଁ ଏହି ସୁପାରିଶ ଲାଗୁ କରିଛନ୍ତି ସେହି ତାରିଖରୁ ରାଜ୍ୟ ସରକାର ମଧ୍ୟ ରାଜ୍ୟ କର୍ମଚାରୀ ମାନଙ୍କ ୁ ପିଛିଲା ଭାବେ ଲାଗୁ କରିବାକୁ ସେ ଦାବି କରିଛନ୍ତି ।

Share in top social networks!