ପ୍ରଫୁଲ୍ଲଙ୍କ ଲେଉଟାଣିକୁ ନେଇ ଜିଲାରେ ହଟଚମଟ

ghadei୨୦୧୨ ମେ ମଧ୍ୟରାତ୍ର ଘଟଣା ପରେ ଦଳରୁ ବହିଷ୍କୃତ ରାଜ୍ୟ ଶାସନ ଗାଦିରେ ଥିବା ବିଜେଡିର ଅନ୍ୟତମ ବିନ୍ଧାଣୀ, ପ୍ରାକ୍ତନ ରାଜ୍ୟ ସଭା ସାଂସଦ ପ୍ୟାରୀମୋହନ ମହାପାତ୍ର ପୁଣି ଫେରିବେ । ଏକରେ ଦୈନିକ ଖବର କାଗଜରେ ପ୍ରକାଶିତ ଏହି ଖବର ରାଜ୍ୟ ସହିତ ଯାଜପୁର ଜିଲାରେ ମଧ୍ୟ ବେଶ ହଟଚମଟ ସୃଷ୍ଟି କରିଛି । ସେହି ମଧ୍ୟ ରାତ୍ରର କିଛି ଅଦୃଷ୍ୟ ଘଟଣାକ୍ରମ ଏକଦା ରାଜ୍ୟ ରାଜନୀତିରେ ଭୂକମ୍ପ ସୃଷ୍ଟି କରିଥିଲା । ନିଜର ବିଦେଶ ଗସ୍ତକୁ କାଣ୍ଟଛାଣ୍ଟ କରି ରାଜ୍ୟକୁ ଫେରି ଆସିବାକୁ ବାଧ୍ୟ କରିଥିଲା ମୁଖ୍ୟମନ୍ତ୍ରୀଙ୍କୁ । ଫେରିବା ପରେ ପ୍ୟାରୀଙ୍କ ପରି ବରିÂ ପ୍ରଶାସକ ତଥା ରାଜନେତାଙ୍କର ଦଳପ୍ରତି ଥିବା ସମସ୍ତ କାର୍ଯ୍ୟଧାରାକୁ ଭୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହୁଷ୍କୃତ କରିଥିଲେ । ଏହାସହିତ ଅନ୍ୟ କିଛି ମନ୍ତ୍ରୀ ଓ ନେତାଙ୍କ ପ୍ରତି ମଧ୍ୟ କଠୋର ପଦକ୍ଷେପ ନେଇଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଏହି ତଥାକଥିତ ଷଡଯନ୍ତ୍ରରେ ସାମିଲ ହୋଇଥିଲା ପ୍ରାକ୍ତନ ଅର୍ଥମନ୍ତ୍ରୀ ତଥା ଦଳର ଅନ୍ୟତମ ବିନ୍ଧାଣୀ ଡଃ ପ୍ରଫୁଲ୍ଲଚନ୍ଦ୍ର ଘଡାଇଙ୍କ ନାମ । ଯାହା ରାଜ୍ୟ ତଥା ଜିଲା ରାଜନୀତିକୁ ମଧ୍ୟ ବେଶ ପ୍ରଭାବିତ କରିଥିଲା । ଏକଦା ଅର୍ଥମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ବହୁ ଜନହିତକର ଯୋଜନା ପ୍ରଣୟନ କରିବାର ମୁଖ୍ୟ ବିନ୍ଧାଣୀ ଥିଲେ ପ୍ରଫୁଲ୍ଲ ଘଡାଇ । ବିଭିନ୍ନ ଯୋଜନା ପ୍ରଣୟନ କରି ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଦ୍ୱାରା ଦଳକୁ ବିପୁଳ ଲୋକପ୍ରିୟତା ମିଳିଥିଲା । ଏହା ସହିତ ଦଳର ଉପସଭାପତି ରହି ଦଳୀୟ ସଂଗଠନକୁ ମଧ୍ୟ ବେଶ ପ୍ରଭାବଶାଳୀ ଢଙ୍ଗରେ ଆଗକୁ ନେଇ ଦଳକୁ ସଫଳତାର ଶିଖର ଛୁଆଁଇ ଦେଇଥିଲେ । ଏହା ସହିତ ଜିଲାକୁ ମଧ୍ୟ ଦଳର ଗଡ ଭାବେ ଦେଇଥିଲେ ନୂତନ ପରିଚୟ । ନିଜ ନେତୃତ୍ୱର ପରାକାÂାରେ ଜିଲାର ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀ ସହିତ ଲୋକସଭାକୁ ମଧ୍ୟ ନିଜ କବଜାକୁ ନେଇଥିଲା ବିଜେଡି । ନବୀନଙ୍କ ଲୋକପ୍ରିୟତା ସହିତ ନିଜର ଚତୁର ଗୋଟି ଚାଳନାରେ ଜିଲାରେ ବିରୋଧି ଦଳକୁ ଏକ ପ୍ରକାର ନିଶ୍ଚିହ୍ନ କରି ଦେଇଥିଲେ । ହେଲେ ନିଜର ରାଜନୈତିକ ବିରୋଧିଙ୍କ ଗୋଟି ଚାଳନା ଦ୍ୱାରା ତାଙ୍କ ନାମକୁ ପ୍ୟାରୀଙ୍କ ନାମ ସହିତ ଯୋଡି ଦେବାକୁ ସକ୍ଷମ ହୋଇଥିଲେ ବିରୋଧି । ଦଳ ପାଇଁ ନିÂାର ସହିତ ଉଦ୍ୟମ ଓ ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ ମାନୁଥିବା ବ୍ୟକ୍ତି ପ୍ରଫୁଲ୍ଲ ଏହାକୁ ନେଇ ବେଶ ମର୍ମାହତ ହୋଇ ପଡିଥିଲେ । ନିଜ ନିÂା ଓ ଆନୁଗତ୍ୟକୁ ନେଇ ପ୍ରଶ୍ନ ଉଠିଥିଲାବେଳେ ନିଜର ଆନୁଗତ୍ୟକୁ ପ୍ରମାଣିତ କରିବାକୁ ମୋ ନିକଟରେ ଭାଷା ନାହିଁ ବୋଲି କହି ଚୁପ ହୋଇ ଯିବାକୁ ଶ୍ରେୟଷ୍କର ମଣିଥିଲେ । ତାଙ୍କ ନିରବତାରୁ ବିରୋଧି ଫାଇଦା ହାସଲ କରିବା ତାଙ୍କ ଭଳି ବରିÂ ନେତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀରୁ ଟିକେଟ ନଦେବା ପର୍ଯ୍ୟନ୍ତ ସବୁ ଯୋଜନା ପରେ ମଧ୍ୟ ମୁହଁ ଖୋଲି ନଥିଲେ । ଦୀର୍ଘ ବର୍ଷ ପରେ ପ୍ରଫୁଲ୍ଲଙ୍କ କହିବା ଅନୁଯାୟୀ ତାଙ୍କ ଅନୈପଚାରିକ କଥାକୁ ଏକ ଗଣମାଧ୍ୟମ ପ୍ରକାଶ କରିବା ଦ୍ୱାରା ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ମଧ୍ୟ ଦଳ କିମ୍ବା ଦଳ ପାଇଁ କାର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି ସେ । ଦୀର୍ଘ ସମୟ ଯାଜପୁର ଜିଲାରେ ରହି ଦଳ ପାଇଁ ସାଙ୍ଗଠନିକ କାର୍ଯ୍ୟ କରିଛନ୍ତି । ଏହି ସମୟରେ ଜିଲାରେ ଦଳର ଅନ୍ୟତମ ପ୍ରଭାବଶାଳୀ ନେତା କଳ୍ପତରୁଙ୍କ ଦେହାନ୍ତ ପରେ ଦଳ ମୁରବୀ ବିହୀନ ହୋଇ ପଡିଛି ଜିଲାରେ । ସବୁ ବିଧାୟକ ଦଳର ସଫଳତାକୁ ନେଇ ନିଜ ନିର୍ବାଚନ ମଣ୍ଡଳୀରେ ବ୍ୟସ୍ତ ଥିଲାବେଳେ ଜିଲାରେ ଦଳୀୟ ଗୋÂି କନ୍ଦଳ ଦେଖାଦେଇଛି । ଯାହାକୁ ବରିÂତା ଭିତିରେ ିରେ ସମାଧାନ କରିବାକୁ କେହି ନାହାନ୍ତି । ଏହି ଗୋÂି ବିବାଦ ପୁଣି ପଂଚାୟତ ନିର୍ବାଚନ ବେଳକୁ ଆହୁରି ଉଗ୍ର ହେବାର ସମ୍ଭାବନାକୁ ଏଢାଇ ଦେଇ ହେଉନାହିଁ । ଏପରି ସ୍ଥଳେ ଯଦି ପ୍ୟାରୀଙ୍କ ପାଇଁ ନବୀଙ୍କ ମନ ତରଳିଛି ତେବେ ଦଳର ବୃହତତ୍ତର ସ୍ୱାର୍ଥକୁ ଦେଖି ପ୍ରଫୁଲ୍ଲଙ୍କୁ ମଧ୍ୟ ନବୀନ ଫେରାଇ ଆଣିବେ ବୋଲି ଜିଲାରେ ଆଲୋଚନା ଯୋର ଧରିଛି । ଏବିିସୟରେ ଦାନଗଦୀର ଯୁବନେତା ପ୍ରଦୀପ କୁମାର ମହାନ୍ତି କୁହନ୍ତି ଯେ ଆମ ବଡ ବାବୁ (ପ୍ରଫୁଲ ଘଡାଇ)ପ୍ରତିଟି ନିଶ୍ୱାସରେ ବିଜୁ ଜନତା ଦଳ ପାଇଁ ଚିନ୍ତା କରିନ୍ତି ଓ ସୁକିନ୍ଦା ଯେଉଁ ସଭାରେ ଯୋଗଦାନ କରନ୍ତି ବିଜେଡି ସରକାରଙ୍କ ଉର୍ଣ୍ଣୟନ କାର୍ଯ୍ୟ ଓ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳତା ଉପରେ କୁହନ୍ତି ଓ ଆମ ବଡବାବୁ ଏକ ଚକ୍ରବ୍ୟୁହରେ ଫସାଯାଇଥିଲା ତେଣୁ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ବାବୁଙ୍କ ଦଳକୁ ଫେରାଇ ଅଣାଯାଉ ବେଲି ଶ୍ରୀ ମହାନ୍ତି ନିବେଦନ କରିଛନ୍ତ

Share in top social networks!