ଆଇଜର ବ୍ରହ୍ମପୁରର ଅସ୍ଥାୟୀ କ୍ୟାମ୍ପସ, ବଜେଟ ଓ ଗୁରୁତ୍ୱପୂର୍ଣ ଶିକ୍ଷାନୁÂାନ ମାନ୍ୟତାକୁ କ୍ୟାବିନେଟର ଅନୁମୋଦନ; ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୃତଜ୍ଞତା ଜ୍ଞାପନ

14713571_1141439035939674_3173820826530225478_nବ୍ରହ୍ମପୁରରେ ପ୍ରତିÂିତ ହେବାକୁ ଥିବା ଜାତୀୟ ଅଗ୍ରଣୀ ଶିକ୍ଷାନୁÂାନ ଆଇଜରର ଅସ୍ଥାୟୀ କ୍ୟାମ୍ପସ, ବଜେଟ ତଥା ରଷ୍ଟ୍ରୀୟ ଗୁରୁତ୍ୱ ବିଶିଷ୍ଟ ଶିକ୍ଷାନୁÂାନର ମାନ୍ୟତା କେନ୍ଦ୍ରୀୟ କ୍ୟାବିନେଟ ଦେବା ପରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ
କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଗୁରୁବାର ଅନୁÂିତ କ୍ୟାବିନେଟ ବୈଠକରେ ବ୍ରହ୍ମପୁରସ୍ଥ ସରକାରୀ ଆଇଟିଆଇ ପରିସରରେ ଅସ୍ଥାୟୀ ରୂପେ ଆଇଜର ବ୍ରହ୍ମପୁର ଆରମ୍ଭ ହେବାର ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛି । ଏଥି ପାଇଁ ୧୫୨.୭୯ ଟଙ୍କାର ବଜେଟକୁ କ୍ୟାବିନେଟ ଅନୁମୋଦନ କରିଛି ।

ଚଳିତ ବର୍ଷ ୬୦ ଜଣ ଛାତ୍ର – ଛାତ୍ରୀ ନାମ ଲେଖାର ବ୍ୟବସ୍ଥା କରାଯାଇଥିବା ବେଳେ ଆସନ୍ତା ତିନି ବର୍ଷ ମଧ୍ୟରେ ଏହି ସଂଖ୍ୟା ୬୬୫କୁ ବୃଦ୍ଧି ପାଇବ । ସ୍ଥାୟୀ କ୍ୟାମ୍ପସ ପ୍ରତିÂା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅନ୍ତର୍ଗତ ରାଷ୍ଟ୍ରାୟତ ଉଦ୍ୟୋଗ ପିଡିସିଆଇଏଲ ପ୍ରସ୍ତାବ
ଦେବା ପରେ ସ୍ଥାୟୀ କ୍ୟାମ୍ପସ ନିର୍ମାଣ କରାଯିବ ।

ଭାରତ ସରକାରଙ୍କ ପକ୍ଷରୁ ଗତ ବଜେଟରେ ଓଡିଶାର ବ୍ରହ୍ମପୁରରେ ଆଇଜର ସ୍ଥାପନା ନେଇ ଘୋଷଣା କରା ଯାଇଥିଲା ା ପୂର୍ବରୁ ଦେଶରେ କୋଲକାତା, ପୁଣେ, ମୋହାଲୀ, ଭୋପାଳ ଓ ତିରୁଅବନ୍ତପୁରମରେ ଆଇଜର ଥିବା ବେଳେ ପରବର୍ତୀ ଅବସ୍ଥାରେ ତିରୁପତି ଓ ବ୍ରହ୍ମପୁର ଠାରେ ଆଇଜର ପ୍ରତିÂା ପାଇଁ ଭାରତ ସରକାର ନିଷ୍ପତି ନେଇଥିଲେ । ଆଇଜର ଦେଶରେ ମୌଳିକ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଅନୁÂାନ ହେବା ସହ ଓଡିଶାରେ ମଧ୍ୟ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।

Share in top social networks!