କୃଷି ମନ୍ତ୍ରୀ ରାଧାମୋହନ ସିଂଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ

dpjiରାଜ୍ୟରେ ଗତ ବର୍ଷ ମରୁଡି କାରଣରୁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କେନ୍ଦ୍ର ବୀମା ରାଶି ପ୍ରଦାନ କରିବାକୁ ସମ୍ମତି ପ୍ରଦାନ ପରିପ୍ରେକ୍ଷୀରେ କେନ୍ଦ୍ର ପେଟ୍ରୋଲିୟମ ଓ
ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କୁ ଧନ୍ୟବାଦ ଦେଇଛନ୍ତି । ଶ୍ରୀ ପ୍ରଧାନ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ଓଡିଶା ସରକାର ଧ୍ୟାର୍ଯ୍ୟ ତାରିଖର ସାଢେ ଚାରି ମାସ ପରେ ଅମଳର ବିବରଣୀ ପ୍ରଦାନ କରିଥିଲେ । ଓଡିଶାର ଗରୀବ ଚାଷୀଙ୍କ ସ୍ୱାର୍ଥ ମୋଦି ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ ହୋଇଥିବା କାରଣରୁ ରାଜ୍ୟ ସରକାରଙ୍କ ବିଳମ୍ବ ସତ୍ୱେ କେନ୍ଦ୍ର ସରକାର ଚାଷୀ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ବୀମା ରାଶି ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରକାଶ
କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ସମ୍ମତିର ସୂଚନା କେନ୍ଦ୍ର କୃଷି ମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଖରିଫ ୨୦୧୫ର ଫସଲ କଟା ରିପୋର୍ଟ ଅଗଷ୍ଟ ୧୦, ୨୦୧୬ରେ ଏଗ୍ରିକଲଚର ଇନସ୍ୟୁରାନ୍ସ କମ୍ପାନୀ ଅଫ ଇଣ୍ଡିଆକୁ ପ୍ରଦାନ କରାଯାଇଥିଲା । ନିୟମ ଅନୁସାରେ ଫସଲ କଟା ରିପୋର୍ଟ ୩୧ ମାର୍ଚ ୨୦୧୬ ପୂର୍ବରୁ ପ୍ରଦାନ କରାଯିବା ପାଇଁ ବୀମାରେ ସର୍ତ ଥିଲା । ଓଡିଶାର ଗରୀବ ଚାଷୀ ମାନଙ୍କର ସ୍ୱାର୍ଥ ହାନୀ ରୋକିବା ପାଇଁ ରାଜ୍ୟ ସରକାରଙ୍କର ବିଳମ୍ବ ସତ୍ୱେ ଓଡିଶାର ଚାଷୀ ମାନଙ୍କୁ ବୀମା ରାଶି ପ୍ରଦାନ କରିବାକୁ କୃଷି ମନ୍ତ୍ରୀ ରାଧାମୋହନ ସିଂହ ନିର୍ଦେଶ ଦେଇଥିଲେ ।

Share in top social networks!