ଡିସିବି ବ୍ୟାଙ୍କ ପକ୍ଷରୁ ଜଗନ୍ନାଥ କ୍ୟାନସର୍ ଏଡ୍ ଫାଉଣ୍ଡେସନ୍ ମିଶି ଓଡ଼ିଶାରେ କ୍ୟାନସର୍ ସଚେତନତା କାର୍ଯ୍ୟକ୍ରମ ଆୟୋଜନ

priyabhaiଡିସିବି ବ୍ୟାଙ୍କ ଓ ଜଗନ୍ନାଥ କ୍ୟାନସର ଏଡ୍ ଫାଉଣ୍ଡେସନ୍ (ଜେଏସିଏଏଫ୍) ପକ୍ଷରୁ ମିଳିତ ଭାବେ ଆଜିଠାରୁ ଓଡ଼ିଶାରେ ତିନି ଦିନିଆ କ୍ୟାନସର୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଭୁବନେଶ୍ୱରଠାରେ ଏକ ସେମିନାର ଜରିଆରେ ଏହି ଅଭିଯାନ ଆରମ୍ଭ କରାଯାଇଛି ଯାହା କ୍ୟାନସର୍ର ସ୍କ୍ରିନିଂ, ଆଗୁଆ ଚିହ୍ନଟ, କାଉନ୍ସେଲିଂ ଓ ଚିକିତ୍ସା ଉପରେ ଗୁରୁତ୍ୱ ପ୍ରଦାନ କରିଛି ।
ରାଜ୍ୟ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ ସେମିନାରକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଟାଟା ମେମୋରିଆଲ୍ ହସ୍ପିଟାଲ୍ର ଡକ୍ଟର କୁମାର ପ୍ରଭାସ, ମୁମ୍ବାଇର ହିରାନନ୍ଦାନି ଫୋର୍ଟିସ୍ ହସ୍ପିଟାଲ୍ ଓ ଡି ୱାଇ ପାଟିଲ୍ ହସ୍ପିଟାଲ୍ର ଡକ୍ଟର ଶିଶିର ସେଟ୍ଟି ଓ ସେମିନାର୍ ପରିଚାଳନା କରିଥିଲେ । ଏହି ଅବସରରେ ପୁରସ୍କାରପ୍ରାପ୍ତ ଓଡ଼ିଆ ସଙ୍ଗୀତକାର-ଲେଖକ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର କର ଉପସ୍ଥିତ ଥିଲେ ।
ଡିସିବି ବ୍ୟାଙ୍କ ଓ ଜେଏସିଏଏଫ୍ ପକ୍ଷରୁ ଖୋର୍ଧା ଜିଲ୍ଲାରେ ଅକ୍ଟୋବର ୨୭ରେ ଓ କଟକରେ ଅକ୍ଟୋବର ୨୮ ତାରିଖରେ କ୍ୟାସନର୍ ଚିହ୍ନଟ ଶିବିର ଆୟୋଜନ କରିବେ ।
୨୦୧୬ରେ କ୍ୟାନସର୍ ରୋଗୀଙ୍କ ସଂଖ୍ୟା ୧୪ ଲକ୍ଷ ଥିବା ବେଳେ ୨୦୨୦ ବେଳକୁ ତାହା ୧୭ ଲକ୍ଷକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଥିବାରୁ, କ୍ୟାସନର୍ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ରୋଗକୁ ନିୟନ୍ତ୍ରଣ କରିବା ଓ ବିଶେଷ କରି ସହରାଞ୍ଚଳରେ ଏହାକୁ ବଢ଼ିବା ଉପରେ ରୋକ ଲଗାଯାଇପାରିବ । ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ ପକ୍ଷରୁ ଆକଳନ କରାଯାଇଛି ଯେ, ଆସନ୍ତା ଚାରି ବର୍ଷରେ କ୍ୟାନସର ଜନିତ ମୃତୁ୍ୟ ସଂଖ୍ୟା ବର୍ତମାନର ୭.୩୬ ଲକ୍ଷରୁ ବୃଦ୍ଧି ପାଇ ୮.୮ ଲକ୍ଷ ହୋଇଯିବ ।
ଡିସିବି ବ୍ୟାଙ୍କର ଏମ୍ଡି ଓ ସିଇଓ ମୂରଲୀ ନଟରାଜନ କହିଛନ୍ତି ଯେ, “ଅକ୍ଟୋବରକୁ କ୍ୟାନସର୍ ସଚେତନତା ମାସ ଭାବେ ଗ୍ରହଣ କରାଯାଇଛି ଓ ଜଗନ୍ନାଥ କ୍ୟାନସର ଏଡ୍ ଫାଉଣ୍ଡେସନ୍ ସହ ହାତ ମିଳାଇ ବ୍ୟାଙ୍କ ପକ୍ଷରୁ କ୍ୟାନସର୍ ଚିହ୍ନଟ ଶିବିର ଆୟୋଜନ କରାଯିବ । ପ୍ରସିଦ୍ଧ ସ୍ୱାସ୍ଥ୍ର୍ୟ ସେବା ପ୍ରଫେସନାଲ୍ଙ୍କ ପରିଚାଳନାରେ ହେବାକୁ ଥିବା ଏହି ଶିବିରଗୁଡ଼ିକ ଜରିଆରେ ସଚେତନତା, ସ୍କ୍ରିନିଂର ଆବଶ୍ୟକତା, ଆଗୁଆ ଚିହ୍ନଟ ଓ ଉପଯୁକ୍ତ ସ୍ୱାସ୍ଥ୍ୟ ଉପଦେଶ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ । ’’

Share in top social networks!