ଚିଲିକାର ପରିବେଶ ସହିତ ପର୍ଯ୍ୟଟକ ସୁରକ୍ଷା ଉପରେ ଗୁରୁତ୍ୱ ;ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ଚିଲିକାର ଜୈବବିବିଧତା ସଂରକ୍ଷଣ ସହିତ ପର୍ଯ୍ୟଟକମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସ ବର୍ମା ପରାମର୍ଶ ଦେଇଛନ୍ତିା ଆଜି ପୂର୍ବାହ୍ନରେ ସଚିବାଳୟସ୍ଥିତ ନିଜ ପ୍ରକୋଷ୍ଠରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଦାସ ବର୍ମା ଚିଲିକା ପରି ପର୍ଯ୍ୟଟନ କ୍ଷେତ୍ରରେ ପ୍ରାକୃତିକ ପରିବେଶର ସଂରକ୍ଷଣ ସହିତ ପର୍ଯ୍ୟଟକମାନଙ୍କର ସୁବିଧା ନିମନ୍ତେ ସଂପୃକ୍ତ ବିଭାଗଗୁଡିକ ସମନ୍ୱିତ ଉଦ୍ୟମ କରିବାକୁ କହିଛନ୍ତିା
ଶୀତଋତୁରେ ଚିଲିକାରେ ଦେଶୀବିଦେଶୀ ପକ୍ଷୀମାନଙ୍କର ଅନନ୍ୟ ସମାଗମ ହୋଇଥାଏା ଡଲ୍ଫିନ୍ ଚିଲିକାର ଅନ୍ୟତମ ଆକର୍ଷଣା ସେହିପରି ଚିଲିକାର ବାହ୍ୟପ୍ରଣାଳୀ ସାଙ୍ଗକୁ ଆଭ୍ୟନ୍ତରୀଣ ଦ୍ୱୀପଗୁଡିକୁ ଅଧ#କ ଆକର୍ଷଣୀୟ କରିବା ଉପରେ ବୈଠକରେ ମତପ୍ରକାଶ ପାଇଥ#ଲାା ନୌକା ଲାଗିବା ପାଇଁ କାଠ ନିର୍ମିତ ଜେଟୀ ପ୍ରାଙ୍ଗଣର ବ୍ୟବସ୍ଥା, ଦ୍ୱୀପାଞ୍ଚଳରେ ପର୍ଯ୍ୟଟକମାନଙ୍କ ରାତି୍ରଯାପନ ପାଇଁ ଅସ୍ଥାୟୀ ଶିବିର ବନ୍ଦୋବସ୍ତ, ସୌରଆଲୋକ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ଉଲ୍ଲେଖ କରିଥ#ଲୋ ଡଲ୍ଫିନ୍ ପରି ବିରଳ ପ୍ରାଣୀଙ୍କ ମୁକ୍ତ ଓ ଅବାଧ ବିଚରଣ ପାଇଁ ପଥ ପରିଷ୍କାର ନିମିତ୍ତ ବୈଠକରେ ମତବିନିମୟ ହୋଇଥ#ଲାା
ଚିଲିକାରେ ପରିଭ୍ରମଣ ସମୟରେ ପର୍ଯ୍ୟଟକମାନଙ୍କ ନିରାପତ୍ତା ପାଇଁ ପୋଲିସ ଓ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ମୁତୟନ, ସତର୍କତାମୂଳକ ସୂଚନା ବ୍ୟବସ୍ଥା, ପେଟ୍ରୋଲିଂ, ଆଇନଶ&ୃଙ୍ଖଳା ନିୟନ୍ତ୍ରଣ ଇତ୍ୟାଦି ଉପରେ ମନ୍ତ୍ରୀ ଶ୍ରୀ ଦାସ ବର୍ମା ପଦକ୍ଷେପ ନେବାକୁ ସଂପୃକ୍ତ ଅଧ#କାରୀଙ୍କୁ ନିର୍ଦ୍ଦେଶ ଦେଇଥ#ଲୋ ସୁରକ୍ଷା ଦୃଷ୍ଟିରୁ ଲାଇଫ୍ ଜ୍ୟାକେଟ୍ ବ୍ୟବହାର, ଡଙ୍ଗା ଚଳାଚଳରେ ନିୟନ୍ତ୍ରଣ ସର୍ବୋପରି ପର୍ଯ୍ୟଟକମାନଙ୍କ ପାଇଁ ଗ୍ରୁପ୍ ଇନ୍ସୁରାନ୍ସ ବ୍ୟବସ୍ଥା କରିବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥ#ଲାା
ଚିଲିକାରୁ ପର୍ଯ୍ୟାପ୍ତ ପରିମାଣର ଖଇଙ୍ଗା ମାଛ ଯାଅଁଳ ରପ୍ତାନୀ ହେଉଥ#ବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥ#ଲାା ଏପରି ଅବାଧ ରପ୍ତାନୀକୁ କଡାକଡି ଭାବରେ ନିୟନ୍ତ୍ରଣ କରିବା ଉପରେ ବୈଠକରେ ଗୁରୁତ୍ୱ ପ୍ରକାଶ ପାଇଥ#ଲାା ଯାନବାହନ ପରିବହନ ପାଇଁ ଯଥାଶୀଘ୍ର ଦୁଇଟି ଭାସମାନ “ଭେସେଲ୍’ କିଣିବା ନିମନ୍ତେ ମନ୍ତ୍ରୀ ଶ୍ରୀ ଦାସ ବର୍ମା ପରାମର୍ଶ ଦେଇଥ#ଲୋ ଜଙ୍ଗଲ ଓ ପରିବେଶ, ମତ୍ସ୍ୟ, ପର୍ଯ୍ୟଟନ, ବାଣିଜ୍ୟ ଓ ପରିବହନ ବିଭାଗ, ପୋଲସ ପ୍ରଶାସନ, ରାଜସ୍ୱ ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମିଳିତ ଭାବରେ ଚିଲିକାର ଜୈବ ବିବିଧତା ଅକ୍ଷୁଣ୍ଣ ରଖ#ବା ସହିତ ପର୍ଯ୍ୟଟକମାନଙ୍କ ସୁବିଧା ଓ ନିରାପତ୍ତା ନିମନ୍ତେ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ବର୍ମା ନିର୍ଦ୍ଦେଶ ଦେଇଥ#ଲୋ
ଏହି ଉଚ୍ଚସ୍ତରୀୟ ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ପୁରୀ ଜିଲ୍ଲାପାଳ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ୍, ପୁରୀ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସାର୍ଥକ ଷଡଙ୍ଗୀ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନଙ୍କ ସଚିବ ଶ୍ରୀ ଶରତ ନାୟକ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ ନିର୍ବାହୀ
ଶ୍ରୀ ପି.କେ. ମୋହନ, ବନ୍ଦର ଓ ଭୂପୃଷ୍ଠ ଜଳ ପରିବହନ ନିର୍ଦ୍ଦେଶକ ଇଂ ସୁବ୍ରତ କୁମାର ରାଉତଙ୍କ ସମେତ ବନ୍ୟପ୍ରାଣୀ, ମତ୍ସ୍ୟ, ରାଜସ୍ୱ, ଜଙ୍ଗଲ ଓ ପୁଲିସ ବିଭାଗର ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!