“ଗଡସ୍ ଓନ୍ ପିପୁଲ୍’ରେ କ=ଦାନ ପାଇଁ ଅମିତାଭ ବଚ୍ଚନଙ୍କୁ ସଂସ୍କୃତି ମନ୍ତ୍ରୀଙ୍କ କୃତଜ୍ଞତା ଏବଂ ଓଡ଼ିଶାକୁ ନିମନ୍ତ୍ରଣ

ନବକଳେବର ଅବସରରେ ପ୍ରସ୍ତୁତ ଚଳଚ୍ଚିତ୍ର “ଗଡସ୍ ଓନ୍ ପିପୁଲ୍’ରେ ହିନ୍ଦୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଶିଳ୍ପୀ ଅମିତାଭ୍ ବଚ୍ଚନ କ=ଦାନ କରିବାକୁ ସମ୍ମତି ଦେଇଥ#ବାରୁ ପର୍ଯଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କୃତଜ୍ଞତା ଜ୍ଞାପନ କରିଛନ୍ତିା ମନ୍ତ୍ରୀ ଶ୍ରୀ ପଣ୍ଡା ତାଙ୍କ ପତ୍ରରେ ଶ୍ରୀ ବଚ୍ଚନଙ୍କୁ ଓଡ଼ିଆ ସଂସ୍କୃତିର ବିଶ୍ୱ ପ୍ରସାରଣରେ ସହଭାଗିତା ପ୍ରଦର୍ଶନ କରିଥ#ବାରୁ ଓଡ଼ିଶା ଗର୍ବିତ ଓ କୃତଜ୍ଞ ବୋଲି ଉଲ୍ଲେଖ କରିଛନ୍ତିା
ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶନାରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ “ଗଡସ୍ ଓନ୍ ପିପୁଲ୍’ ଚିତ୍ର ପ୍ରସ୍ତୁତ ହୋଇଥ#ଲାା ପ୍ରାୟ ଦୁଇବର୍ଷ ତଳେ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ନବକଳେବର ଉପଲକ୍ଷେ ନିର୍ମିତ ଏହି ଚଳଚ୍ଚିତ୍ର ପରବର୍ତ୍ତୀ ସମୟରେ ଆନ୍ତର୍ଜାତିକ ମହଲରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥ#ଲାା ଅଶୀ ମିନିଟ୍ ଅବଧ#ର ଏହି ଚଳଚ୍ଚିତ୍ରରେ ଶ୍ରୀ ଅମିତାଭ୍ ବଚ୍ଚନ କ=ଦାନ କରିଛନ୍ତିା ଏହି ଚଳଚ୍ଚିତ୍ର ବିଭିନ୍ନ ସ୍ଥାନରେ ତଥା ସେଟ୍ଲାଇଟ୍ ଚ୍ୟାନେଲ୍ରେ ପ୍ରଦର୍ଶିତ ହେବାର ବ୍ୟବସ୍ଥା କରାଯାଇଛି ଏବଂ ଏହାର ଡିଭିଡି ଖୁବ୍ ଶୀଘ୍ର ଉପଲବ୍ଧ ହେବା
ମନ୍ତ୍ରୀ ଶ୍ରୀ ପଣ୍ଡା ତାଙ୍କ ପତ୍ରରେ ଶ୍ରୀ ବଚ୍ଚନଙ୍କ କଳାପ୍ରାଣତା ଓ ମାନବିକତାକୁ ଗଭୀର ପ୍ରଶଂସା କରିବା ସହିତ ତାଙ୍କର ସ୍ୱର ଓ ବର୍ଣ୍ଣନା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ସମର୍ପିତ ବୋଲି ଉଲ୍ଲେଖ କରିଛନ୍ତିା ଓଡ଼ିଶାକୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆସିବା ପାଇଁ ମନ୍ତ୍ରୀ ଶ୍ରୀ ବଚ୍ଚନଙ୍କୁ ନିମନ୍ତ୍ରଣ କରିଛନ୍ତିା ଏହା ବ୍ୟତୀତ ଏପରି ସହଯୋଗ ପାଇଁ ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଗଭୀର କୃତଜ୍ଞତା ଜଣାଇଛନ୍ତିା

Share in top social networks!