ସ୍ତନ୍ୟପାନ ସଚେତନତା ପାଇଁ ଏମଏଏ ବା ‘ମା’ କାର୍ଯ୍ୟକ୍ରମ ଶୁଭାରମ୍ଭ

maa2ସ୍ତନ୍ୟପାନ ପ୍ରୋତ୍ସାହିତ କରିବା ଉଦେ୍ଧଶ୍ୟରେ ରାଜ୍ୟ ଅର୍ଥ, ସରକାରୀ ଉଦ୍ୟୋଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆଜି ରାଜ୍ୟବ୍ୟାପୀ ଏମଏଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ ୟୁନିସେଫ ଓଡ଼ିଶା ମୁଖ୍ୟ ୟୁମି ବେ, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଶାସନ ସଚିବ ବିଶାଲ ଦେବ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା, ଏନଏଚଏମ ପରିଚାଳନା ନିଦେ୍ର୍ଧଶକ ଶାଳିନୀ ପଣ୍ଡିତ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଜ୍ୟ ଅର୍ଥ, ସରକାରୀ ଉଦ୍ୟୋଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ, ୟୁନିସେଫ ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ ମିଳିତ ଉଦ୍ୟମରେ ଅୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ପ୍ରତିନିଧି ଅଂଶଦାର ଓ କାର୍ଯ୍ୟକର୍ତ୍ତାମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦ ଜଣାଉଛି । “‘ମା’; ମା’ ର ସଂପୂର୍ଣ୍ଣ ସ୍ନେହ’ ଗୋଟିଏ ଅଭିଯାନ ସାରା ଦେଶରେ ଆରମ୍ଭ କରାଯାଇଛି । ସ୍ତନ୍ୟପାନର ବ୍ୟାପକ ଉପକାରିତା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନବଜାତ ତଥା ଶିଶୁ ମୃତ୍ୟୁକୁ ରୋକିବା ଦିଗରେ ବ୍ୟାପକ ପଦେକ୍ଷପ ଗ୍ରହଣ କରିବାର ଦାୟିତ୍ୱ ଆମ ସମସ୍ତଙ୍କର ରହିଛି । ସ୍ତନୟପାନକୁ ସବୁମନ୍ତେ ପ୍ରୋସôାହନ ଓ ସମର୍ଥନ ଦେବା ଆଧୁନିକ ଯୁଗରେ ଏକ ବଡ ଆବଶ୍ୟକତା ଆମ ସ୍ୱାସ୍ଥ୍ୟ ବିଭାଗୀୟ କାର୍ଯ୍ୟକ୍ରମରେ ସ୍ତନ୍ୟପାନ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇ ଏହାକୁ ବ୍ୟାପକ କରିବା ଉଦେ୍ଧଶ୍ୟରେ ବିଭିନ୍ନ ଅଭିଯାନ ଚାଲୁରହିଛି ।ମା କ୍ଷୀରର ବିକଳ୍ପ ନାହିଁ ସ୍ତନ୍ୟପାନ ଅଭ୍ୟାସ ବୃଦ୍ଧି ଆଜିର ସକଳ୍ପ ହେଉ”.
ଶିଶୁ ଓ ବଢ଼ିଲା ପିଲାଙ୍କ ସ୍ତନ୍ୟପାନ ସଂପର୍କରେ ୟୁନିସେଫ ଓଡ଼ିଶା ମୁଖ୍ୟ ୟୁମି ବେ କହିଥିଲେ ଯେ, ଶିଶୁମାନଙ୍କ ମଧ୍ୟରେ ଅପପୁଷ୍ଟି ନିରାକରଣ ନିମନ୍ତେ ଉତ୍ତମ ଖାଦ୍ୟାଭାସ ହିଁ ସବୁଠାରୁ ସହଜ ଓ ସ୍ୱଳ୍ପ ବ୍ୟୟ ସଂପନ୍ନ ଦିଗ । ସ୍ତନ୍ୟପାନ କେବେଳ ଯେ ଶିଶୁକୁ ପୁଷ୍ଟି ଯୋଗାଣ କରିଥାଏ ସେକଥା ନୁହେଁ, ଏହା ମା’ ଓ ଶିଶୁ ମଧ୍ୟରେ ନିବିଡ଼ ସଂପର୍କ ପ୍ରତିÂା କରିଥାଏ ଯାହା ପିଲାର ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ଶିଶୁ ଜୀବନର ଅୟମାରମ୍ଭ ଉତ୍ତମ କରିବା ପାଇଁ ‘ମା’ କାର୍ଯ୍ୟକ୍ରମର ମୂଳ ଉଦେ୍ଧଶ୍ୟ । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରତି ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତା ପ୍ରତି ୟୁନିସେଫର ସମର୍ଥନ ସେ ଘୋଷଣା କରିଥିଲେ ।
ମହିଳା ଓ ଶିଶୁ ବିକାଶ ବିଭାଗ ଶାସନ ସଚିବ ବିଶାଲ ଦେବ କାର୍ଯ୍ୟକ୍ରମରେ ଯୋଗଦେଇ ‘ମା’ ଯୋଜନାର କାର୍ଯ୍ୟକାରୀତା ପାଇଁ ବିଭାଗୀୟ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟରେ କୁପୋଷଣକୁ ଦୂର କରିବାକୁ ସ୍ତନ୍ୟପାନ ଏକ ଗୁରୁତ୍ୟପୂର୍ଣ୍ଣ ସାଧନ, ଏଥିନିମନ୍ତେ ବିଭିନ୍ନ ବିଭାଗ ଯଥା ; ସ୍ୱାସ୍ଥ୍ୟ ମହିଳା ଓ ଶିଶୁ ବିଭାଗ, ପ‚ାୟତରାଜ ଏବଂ ଗ୍ରାମ ଉନ୍ନୟନ ବିଭାଗର ସହଯୋଗ ଦରକାର । ମୋର ବିଶ୍ୱାସ ଯେ ଏହି ଏକାଭିମୂଖତା ଦ୍ୱାରା ମା’ ଅଭିଯାନ କାର୍ଯ୍ୟକ୍ରମ ରାଜ୍ୟରେ ଶିଶୁ ଓ ମାତୃୁ ମୃତୁ ରକିବାରେ ସହୟାକ ହେବ ।
ଓଡ଼ିଶାରେ ଜନ୍ମର ୧ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ହାର ୨୦୦୫- ୨୦୦୬ ମସିହାରେ ୫୫% ଥିଲାବେଳେ ୨୦୧୩- ୧୪ ମସିହାରେ ଏହା ବୃଦ୍ଧି ପାଇ ୭୩% ହୋଇଛି । ସେହିପରି ଜନ୍ମର ୬ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ ହାର ୨୦୦୫- ୨୦୦୬ ମସିହାରେ ୫୧% ଥିଲାବେଳେ ୨୦୧୩- ୧୪ ମସିହାରେ ଏହା ବୃଦ୍ଧି ପାଇ ୬୯% ହୋଇଛି ।

ସଅଳ ଓ କେବଳ ସ୍ତନ୍ୟପାନର ଗୁରୁତ୍ୱ ସଂପର୍କରେ ପରିବାର ଓ ଗୋÂୀ ମଧ୍ୟରେ ସଚେତନତା ସୃଷ୍ଟି କରିବା ‘ମା’ କାର୍ଯ୍ୟକ୍ରମର ଲକ୍ଷ୍ୟ । ଆଶାଙ୍କ ଜରିଆରେ ଏଥିପାଇଁ ମା’ ମାନଙ୍କୁ ବୁଝାଯିବ । ଏଥିପାଇଁ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ମା’ମାନଙ୍କୁ ସହାୟତା ପ୍ରଦାନ କରାଯିବା ସହ ଶିଶୁକୁ ସଠିକ୍ ସ୍ତନ୍ୟପାନ ସଂପର୍କରେ ସଚେତନ କରାଯିବ ।

Share in top social networks!