ଏମ୍.ସି.ଏଲ୍.ର କୋଇଲା ଉପ#ାଦନ ବୃଦ୍ଧିରେ ରାଜ୍ୟ ସରକାରଙ୍କ ସହଯୋଗ ପ୍ରଶଂସନୀୟ

ତାଳଚେର କୋଇଲା ଖଣି ଅଂଚଳରେ ମହାନଦୀ କୋଲ୍ ଫିଲï (ଏମ୍.ସି.ଏଲ୍.) ର ଉପ#ାଦନ ବୃଦ୍ଧିରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ ବୋଲି କେନ୍ଦ୍ର କୋଇଲା ସଚିବ ଶ୍ରୀ ଅନିଲ୍ ସ୍ୱରୂପ କହିଛନ୍ତି । ଆଜି ରାଜ୍ୟ ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଶ୍ରୀ ସ୍ୱରୂପଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏମ୍.ସି.ଏଲ୍. ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସଚିବ ଏହା କହିଛନ୍ତି । ବୈଠକରେ ତାଳଚେର କୋଇଲା ସଂରକ୍ଷଣ ଅଞ୍ଚଳରେ ଥ#ବା ବିଭିନ୍ନ କୋଇଲା ଖଣିର କାର୍ଯ୍ୟକାରିତା ବିଷୟରେ ଆଲୋଚନା ହୋଇଥ#ଲା । ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ରାଜ୍ୟ ନିୟମ ଅନୁସାରେ ଜମି ଦେଇଥ#ବା ଲୋକମାନଙ୍କୁ ପୁନଥଇଥାନ ଏବଂ କ୍ଷତିପୁରଣ ସହାୟତା ଦେବା ଏବଂ ସଂପୃକ୍ତ ଅଞ୍ଚଳରେ ଆବଶ୍ୟକତା ଭିତ୍ତିକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରିବା ନିମନ୍ତେ ପରାମର୍ଶ ଦେଇଥ#ଲେ ।
ବୈଠକରେ ମୁଖ୍ୟତଃ ଜଗନ୍ନାଥ ଓ.ସି.ପି, କଣିହା ଓ.ସି.ପି., ଭୁବନେଶ୍ୱରୀ ଓ.ସି.ପି., ଅନନ୍ତ ଓ.ସି.ପି. ଏବଂ ବଳରାମ ଓ.ସି.ପି. ଆଦି ଖଣି କାର୍ଯ୍ୟର ଅଗ୍ରଗତି ବିଷୟରେ ଆଲୋଚନା ହୋଇଥ#ଲା । ଜଙ୍ଗଲ ଜମି ହସ୍ତାନ୍ତର, ବଉଳପୁରଠାରେ ପୁନଃ-ଥଇଥାନ ବସତି ସ୍ଥାନର ବିକାଶ, ଗ୍ରାମ ସଭା ଆୟୋଜନ, କଳମ ଛୁଇଁ ନୂଆ ବସତି ସ୍ଥାନର ବିକାଶ ଆଦି ବିଷୟରେ ସବିଶେଷ ଆଲୋଚନା ହୋଇ ସମାଧାନର ସୁତ୍ର ନିର୍ଦ୍ଦାରଣ କରାଯାଇଥ#ଲା । ଅଯୌକ୍ତିକ ବାହାନାରେ କାର୍ଯ୍ୟ ବନ୍ଦ ବା ପଥରୋଧ ଆଦି ବେଆଇନ୍ କାମ କରୁଥ#ବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ବୈଠକରେ ସ୍ଥିର ହୋଇଥ#ଲା ।
ଇସ୍ପାତ୍ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମା, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅସୀତ ତ୍ରିପାଠୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ଶାସନ ସଚିବ ଡ଼ଃ ମୋନା ଶର୍ମା, ଶ୍ରମ ଏବଂ କର୍ମଚାରୀ ବୀମା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି.ଶ୍ରୀନିବାସ, ଅନୁଗୋଳର ଜିଲ୍ଲାପାଳ ଶ୍ରୀ ଅନିଲ୍ କୁମାର ସାମଲ, ଏମ୍.ସି.ଏଲ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏ.କେ.ଝା କର୍ମଚାରୀ ନିର୍ଦ୍ଦେଶକ ଶ୍ରୀ ଏଲ୍.ଏନ୍.ମିଶ୍ରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧ#କାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥ#ଲେ ।

Share in top social networks!
Powered By Indic IME