ଜାତୀୟ ଜନଜାତି ମହୋତ୍ସବରେ ଯୋଗ ଦେବେ ଓଡିଶାର ୬୨ ଜନଜାତିବର୍ଗର ୨୦୦୦ ପ୍ରତିନିଧି

14724594_1087885374594214_1736823043996793952_n-ନୂଆଦିଲ୍ଲୀରେ ଅକ୍ଟୋବର ୨୫ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହେବ ଏହି ଜାତୀୟ ମହୋତ୍ସବ
-୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କରିବେ ଉଦ୍ଘାଟନ

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଚଳିତମାସ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଠାରେ ଜାତୀୟ ଜନଜାତି ମହୋତ୍ସବ (ନ୍ୟାସନାଲ ଟ୍ରାଇବାଲ କାର୍ଣ୍ଣିଭାଲ) ଆୟୋଜନ ହେବ । ଏହି ମହୋତ୍ସବରେ ଓଡିଶାର ୬୨ଟି ଜନଜାତି ବର୍ଗର ୨ ହଜାରରୁ ଉର୍ଧ ପ୍ରତିନିଧି ଭାଗ ନେବେ ବୋଲି ପୂର୍ବତନ ସାଂସଦ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଅନନ୍ତ ନାୟକ ଓ ଉପ ସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି ଯେ ଏହି ଜାତୀୟ ଜନଜାତି ମହୋତ୍ସବକୁ ୨୫ ତାରିଖ ଅପରାହ୍ନ ୪ଟାରେ ଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧୀ ଇନ୍ଡେ଼ାର ଷ୍ଟାଡ଼ିୟମଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦି ଉଦଘାଟନ କରିବେ । ଏହି ମହୋତ୍ସବ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଦେଶରସମସ୍ତ ପ୍ରାନ୍ତରୁ ପାଖାପାଖି ୨୫ ହଜାରରୁ ଉର୍ଦ୍ଧ ଜନଜାତି ବର୍ଗର ଲୋକ ମାନେ ଅଂଶଗ୍ରହଣ କରିବେ । ଦେଶରେ ପ୍ରଥମଥର ପାଇଁ ଆୟୋଜିତ ଉକ୍ତ ମହୋତ୍ସବ ଦେଶର ସାଂସ୍କୃତିକ ଐକ୍ୟକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି ।
ଉକ୍ତ ୪ ଦିନ ବ୍ୟାପି ମହୋତ୍ସବ ସମୟରେ ପ୍ରତ୍ୟେକ ଦିନ ପୂର୍ବାହ୍ନରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରଗତି ମୈଦାନର (ହଲ ନମ୍ବର ୭, ଏଫ, ଜିଏବଂ ଏଚ) ଠାରେବିଭିନ୍ନକର୍ମଶାଳାମାନ ଆୟୋଜନ କରାଯାଇଛି । ୨୬ ତାରିଖ ଦିନ ପେସା ଆକ୍ଟ ୧୯୯୬ ଏହାର କାର୍ଯ୍ୟକାରିତା ସହ ଜନଜାତି ସମୁଦାୟଙ୍କ ପାଇଁଏହାର ଉପାଦେୟତା ତଥା ଅନ୍ୟାନ୍ୟ ଦିଗ ବିଷୟରେ ଆଲୋଚନାହେବ ।ସେହିପରି ୨୭ ତାରିଖ ଦିନ ଜଙ୍ଗଲ ଅଧିକାର ଆଇନ-୨୦୦୬ ଏବଂ ତାହାର କାର୍ଯ୍ୟକାରିତା ଏବଂ ୨୮ ତାରିଖ ଦିନ ଆଦିବାସୀମାନଙ୍କର ରାଜନୈତିକ, ଶିକ୍ଷାଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବିଷୟରେ ଆଳୋଚନା ହେବ । ଏହି କର୍ମଶାଳାମାନଙ୍କରେ ଦେଶର ବହୁ ଅଭିଜ୍ଞ ଓ ବିଶାରଦ ମାନେ ଅଂଶଗ୍ରହଣକରି ଆବଶ୍ୟକୀୟ ପରାମର୍ଶ ଦେବେ ।
ସେହିପରି ପ୍ରତ୍ୟେକ ଦିନ ଅପରାହ୍ନ ୪ ଟାରୁ ୮ ପର୍ଯ୍ୟନ୍ତ ପ୍ରଗତି ମୈଦାନର ହଂସଧ୍ୱନୀମୁକ୍ତାକାଶରଙ୍ଗମଂଚରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୧୫୦୦ କଳାକାରମାନଙ୍କ ଦ୍ୱାରା ସାସ୍କୃତିକକାର୍ଯ୍ୟକ୍ରମ ପରିବେଷଣକରାଯିବ । ଏହି ମହୋତ୍ସବରେ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଷ୍ଟଲ ଖୋଲାଯିବ ଯେଉଁଥିରେ କି ଆଦିବାସୀମାନଙ୍କର କଳା, ସଂସ୍କୃତି, ବନଜାତସାମଗ୍ରୀ, ଜୈବିକଖାଦ୍ୟ, ଜନଜାତିମାନଙ୍କ ଦ୍ୱାରାବ୍ୟବହୃତ ଦ୍ରବ୍ୟ ଆଦି ଉପଲବ୍ଧ ହେବ ।

Share in top social networks!