ଅଗ୍ନିଶମ ବିଭାଗର ବିଫଳତା ନେଇ ମୁଖ୍ୟମନ୍ତ୍ରୀ ଚୁପ ନ ରହି ଉତରଦାୟିତ୍ୱ ନିଅନ୍ତୁ – ଧର୍ମେନ୍ଦ୍ର ପ୍ରଧାନ

dpjiସମ ହସପିଟାଲର ଘଟଣାକ୍ରମ ଦୁର୍ଭାଗ୍ୟପୂର୍ଣ । ଏହି ମର୍ମନ୍ତୁଦ ଘଟଣା ପଛରେ କେବଳ ସ୍ୱାସ୍ଥ୍ୟ ବିଭାଗ ନୁହେଁ ଗୃହ ବିଭାଗର ମଧ୍ୟ ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି । ଦୀର୍ଘ ଦିନରୁ ଏହି ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ମୁଣ୍ଡ ଉପରକୁ ଏହାର ଦାୟିତ୍ୱ ନେବାକୁ ପଡିବ ଓ ଓଡିଆ ଲୋକ ମାନଙ୍କୁ ଉତର ଦେବାକୁ ହିଁ ପଡିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଘଟଣାକୁ ଗୋଟିଏ ବିଲ୍ଡିଂର ଘଟଣା ନୁହେଁ ବା କେବଳ ସ୍ୱାସ୍ଥ୍ୟ ବିଭାଗର ଘଟଣା ଭାବରେ ସୀମିତ ନୁହେଁ, ବରଂ ମୂଳ ପ୍ରସଙ୍ଗ ହେଲା ଯେ ଯେତେ ବଡ ବିଲ୍ଡିଂ, ମଲ, ସରକାରୀ ଭବନ ରହିଛି ଏ ଗୁଡିକର ସମ୍ଭାବ୍ୟ ଅଗ୍ନିଜନିତ କ୍ଷୟକ୍ଷତିର ମୁକାବିଲା ପାଇଁ ପ୍ରୋ- ଆକ୍ଟିଭ ପଦକ୍ଷେପ ନେବା ପାଇଁ କଣ ବ୍ୟବସ୍ଥା କରାଯାଇଛି ।
ଗୋଟିଏ ଦୁର୍ଘଟଣା ଘଟିବା ପରେ ପଦକ୍ଷେପ ତ ନିଆଯିବ । ମାତ୍ର ଗୃହ ବିଭାଗ ଅଧୀନସ୍ଥ ଅଗ୍ନିଶମ ବିଭାଗ ଯାହା ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନରୁ ରହି ଆସିଛନ୍ତି ସେ କାହିଁକି ନିଜ ବିଭାଗ ସମ୍ପର୍କରେ ଚୁପ ରହିଛନ୍ତି ।
ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଓଡିଶାର ଶାସକ ଦଳ ଘଟଣାକୁ ଭିନ୍ନ ମୋଡ ଦେଇ ମୂଳ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚାହୁଁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୃହ ବିଭାଗର ଦାୟିତ୍ୱ କାଳରେ ଆଇନରେ କଣ କଣ ପରିବର୍ତନ କରାଯାଇଛି, ନୂଆ ଆବଶ୍ୟକତା ଓ ଆହ୍ୱାନକୁ ଦେଖି କଣ ପଦକ୍ଷେପ ନିଆଯାଇଛି ମୁଖ୍ୟମନ୍ତ୍ରୀ ଉତରଦାୟିତ୍ୱ ନେଇ ସ୍ପଷ୍ଟ କରିବା ଉଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ତାଙ୍କ ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ ନ ରହି ତାଙ୍କ ଅଧୀନରେ ଥିବା ଅଗ୍ନିଶମ ବିଭାଗ ସମ୍ପର୍କରେ ଉତର ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

Share in top social networks!