ନୈତିକତା ଆଧାରରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ରାଜଧର୍ମ ପାଳନ କରନ୍ତୁ& : ପ୍ରସାଦ

ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଘଟିଥ#ବା ଅଭାବନୀୟ ଓ ମର୍ମନ୍ତୁଦ ଅଗ୍ନିକାଣ୍ଡ ପାଇଁ ଦାୟିତ୍ୱ ଓ ନୈତିକତା ଆଧାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଇସ୍ତଫା ଦେଲେ । ଏଯାଏଁ ୨୫ଟି ନିରୀହ ଜୀବନ ଚାଲିଯାଇଥ#ବା ଏହି ଅଭାବନୀୟ ଅଗ୍ନିକାଣ୍ଡ ପାଇଁ ସ୍ୱାସ୍ଥ୍ୟ ବିଭାଗ ଯେତିକି ଦାୟୀ, ଘରୋଇ ବିଭାଗ ଅଧ#ନସ୍ଥ ଅଗ୍ନଶମ ସେବା ବିଭାଗ ମଧ୍ୟ
ସେତିକି ପରିମାଣରେ ଦାୟୀ । ଘରୋଇ ବିଭାଗର ଦାୟିତ୍ୱରେ ଖୋଦ୍ମୁ ଖ୍ୟମନ୍ତ୍ରୀ ଅଛନ୍ତି ।

ତେଣୁ ଦାୟିତ୍ୱ ଓ ନୈତିକତା ଆଧାରରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ରାଜଧର୍ମ ପାଳନ କରନ୍ତୁ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଦାବି କରିଛନ୍ତି ବୋଲି ପିସିସି ମୁଖପାତ୍ର ଗିରିଜା ଶଙ୍କର
ଦାଶ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

Share in top social networks!