ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟବ୍ୟାପି ଆନେ୍ଦାଳନକୁ ଓହ୍ଲାଇବ ବିଜେପି

ସମ ହସପିଟାଲ ଅଗ୍ନିକାଣ୍ଡ ମାମଲାରେ ନୈତିକତାର ଦାୟିତ୍ୱ କେବଳ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମୁଣ୍ଡରେ ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ଦାୟିତ୍ୱରୁ ମୁହଁ ଲୁଚାଇ ପାରିବେ ନାହିଁ ବୋଲି ଭାରତୀୟ ଜନତା ପାର୍ଟୀର ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ମଧ୍ୟ ଇସ୍ତଫା ଦେବା ଆବଶ୍ୟକ । ଏହି ଦାବି ନେଇ ବିଜେପି ରାଜ୍ୟ ବ୍ୟାପୀ ଆନେ୍ଦାଳନକୁ ଓହ୍ଲାଇବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଶ୍ରୀ ପଣ୍ଡା ଏହି ଇସ୍ତଫା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଭାଜପା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଆମେ ଦାବି କରିଥିଲା । ନୈତିକତାର ଦାୟିତ୍ୱ କେବଳ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମୁଣ୍ଡରେ ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ଦାୟିତ୍ୱରୁ ମୁହଁ ଲୁଚାଇ ପାରିବେ ନାହିଁ ବୋଲି ବିଜେପିର ସ୍ପଷ୍ଟ ମତ ।
ଶ୍ରୀ ପଣ୍ଡା କହିଛନ୍ତି ଯେ ୨୫ ଜଣ ନିରୀହ ଲୋକଙ୍କ ମୃତୁ୍ୟ ଯଦି ମୁଖ୍ୟମନ୍ତ୍ରୀଙ୍କ ନୈତିକତାକୁ ଆଘାତ କରୁନି ଏହାଠାରୁ ବଡ଼ ଛଳନା କିଛି ନ ହୋଇ ପାରେ ।
ସେ କହିଛନ୍ତି ଯେ ଡାକ୍ତରଖାନାରେ ଫାୟର ସେଫ୍ଟି ପାଇଁ ଥିବା ବ୍ୟବସ୍ଥାକୁ ଲାଗୁ କରିବା ଓ ତଦାରଖ କରିବାର ଗୁରୁ ଦାୟିତ୍ୱ ଗୃହ ବିଭାଗର ରହିଛି ଓ ଏହି ବିଭାଗର ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି । ହସପିଟାଲ କର୍ତୃପକ୍ଷ ଫାୟର ସେଫ୍ଟି ବ୍ୟବସ୍ଥା ଲାଗୁ ନ କରି ହସପିଟାଲ କର୍ତୃପକ୍ଷ ଓ ସ୍ୱାସ୍ଥ୍ୟ ବିଭାଗ ଯେତିକି ଦାୟୀ ଗୃହ ବିଭାଗ ଏହାର ଅନୁଧ୍ୟାନ ଓ ତଦାରଖ ନ କରି ସେତିକି ପରିମାଣରେ ଦାୟୀ । ଗୃହ ବିଭାଗର ମୁଖ୍ୟ ଭାବରେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ । ନୈତିକ ଦାୟିତ୍ୱ ନିଅନ୍ତୁ ଏବଂ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଆନେ୍ଦାଳନକୁ ଭାରତୀୟ ଜନତା ପାର୍ଟୀ ରାଜରାସ୍ତାକୁ ନେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Share in top social networks!
Powered By Indic IME