୧୦ ବର୍ଷ ହେଲା ଶିକୁଳି ବନ୍ଧା ଜୀବନ ଜିଉଛି ନିରଞ୍ଜନ

jajpurଯାଜପୁର ଜଲିା ବରୀ ବ୍ଲକ ସାହୁପଡା ପ•ାୟତ ଖରଦା ଗ୍ରାମର ୧୬ ବର୍ଷ ବୟସ୍କ ବାଳକ ନିରଞ୍ଜନ । ତା ବୟସର ପିଲା କଲେଜରେ ପାଠ ପଢୁଥିଲାବେଳେ ନିରଞ୍ଜନ କିନ୍ତୁ ଜିଉଁଛି ଶିକୁଳି ବନ୍ଧା ଜୀବନ । ସକାଳ ହେଉ କି ରାତି ମା’ ତାର ବାନ୍ଧି ଦେଉଛି ତାକୁ । ମା’ ଖୁଆଇ ନଦେଲେ ଖାଇ ପାରୁନାହିଁ । ବିକୃତ ମସ୍ତଷ୍କିର ବୋଲ ିସରକାରଙ୍କ ପକ୍ଷର ୁଭ•ା ବ ିପାଉଛ ିସେ । ହେଲେ ସରକାରଙ୍କ ଏହ ି୫ଶହ ଟଙ୍କାର ଭ•ାକ ୁବଳି ପଡିଛି ତାର ଔଷଧ ଖର୍ଚ୍ଚ । ବାପ ଛେଉଣ୍ଡ ଏହି ନିରଞ୍ଜନ ତା ମା’ ଓ ଆଇ ଉପରେ ନିର୍ଭର କରୁଥିଲାବେଳେ ସେମାନେ ମଧ୍ୟ ବ•ଛୁନ୍ତ ିଦଇୁଟ ିଭ•ା ଟଙ୍କାରେ । ଦୀଘ ର୍ଦନି ଧର ିସ୍ୱାମୀ ଯକ୍ଷ୍ମା ରୋଗରେ ପଡ ିମତୃ୍ୟ ୁବରଣ କରିବା ପରେ ଶାଶୁ ଘର ଲୋକମାନେ ବି ଦୂରେଇ ଦେଇଛନ୍ତି ମା’ ପୁଅଙ୍କୁ । ଶିକୁଳି ବନ୍ଧା ଜୀବନ ଜିଉଁଥିବା ନିରଞ୍ଜନ କଥା କହି ପାରୁନଥିଲାବେଳେ ବହୁ ସମୟରେ ଚିକôାର କରୁଛି । ତା ସହିତ ବହୁ ସମୟରେ ବାତ ରୋଗର ଯନ୍ତ୍ରଣାରେ ଛଟପଟ ହୋଇ ନିସ୍ତେଜ ହୋଇ ଯାଉଛି । ପୁଅକୁ ଭଲ କରିବାକୁ ଉଦ୍ୟମ କରିବାକୁ ପଦାକୁ ଗୋଡ କାଢୁଥିଲାବେଳେ ଆର୍ଥିକ ସ୍ଥିତି ପୁଣି ପଛରୁ ଟାଣି ଧରୁଛି ଏହି ଅଭାଗା ପରିବାରକୁ ।
ଯାଜପୁର ଜିଲା ବରୀ ବ୍ଲକ ସାହୁପଡା ଗ୍ରାମ ଖରଦା ସାହିର ଚନ୍ଦ୍ରମଣି ସାହୁ ଓ ପୂର୍ଣ୍ଣିମା ସାହୁଙ୍କ ଏକମାତ୍ର ପୁତ୍ର ନିରଞ୍ଜନ(୧୬) । ଜନ୍ମରୁ ପା• ବର୍ଷ ପର୍ଯ୍ୟନ୍ତ କଥା କହିବା ଖେଳିବା ବୁଲିବା ସବୁ ଠିକ ଥିଲାବେଳେ ହଠାତ ଦିନେ ନିଜର କଥା କହିବା ଶକ୍ତିକୁ ହରାଇ ବସିଥିଲା ନିରଞ୍ଜନ । ଏହା ସହିତ ତାର ମସ୍ତିସ୍କ ବିକୃତି ମଧ୍ୟ ଦେଖାଦେଇଥିଲା । ବହୁ ସମୟରେ ତାକୁ ବାତ ମଧ୍ୟ ମାରିଥିଲା । ବାପା ମା’ ତାକୁ ବିଭିନ୍ନ ଡାକ୍ତରଖାନାରେ ଦେଖାଇ ଚିକିସôା କରିଥିଲେ ମଧ୍ୟ କୈାଣସି ସୁଫଳ ପାଇ ନଥିଲେ । ଅର୍ଥାଭାବ କାରଣରୁ ବଡ ଡାକ୍ତରଙ୍କ ପାଖରେ ନିରଞ୍ଜନର ଚିକିସôା କରିବା ସମ୍ଭବ ନଥିଲା ଏହି ପରିବାର ପାଇଁ । ନିରଞ୍ଜନକୁ ଭଲ କରିବାକୁ ଠାକୁରଙ୍କ ସହିତ ଗୁଣିଟୁଣିର ବ୍ୟବସ୍ଥା ମଧ୍ୟ କରିଛନ୍ତି । ହେଲେ ସୁଫଳ ମିଳିନାହିଁ । ଏହି ସମୟରେ ନିରଞ୍ଜନର ବାପା ଚନ୍ଦ୍ରମଣିଙ୍କ ମୃତ୍ୟୁ ହୁଏ । ଦୀର୍ଘ ଦିନ ହେଲା ଯକ୍ଷ୍ମା ରୋଗରେ ପୀଡତି ହୋଇ ମତୃ୍ୟ ୁବରଣ କରବିା ପରେ ତାଙ୍କ ପରବିାର ଲୋକମାନେ ତାଙ୍କ ପନୀô ପଣ୍ଣୂର୍ମିା ଓ ନିରଞ୍ଜନକୁ ନିଜ ପରିବାରରୁ ଦୁରେଇ ଦେଇଥିଲେ । ବେସାହାରା ହୋଇ ପୂର୍ଣ୍ଣିମା ନିରଞ୍ଜନକୁ ଧରି ଚାଲି ଆସନ୍ତି ସାହୁପଡାରେ ଥିବା ନିଜ ମା’ଙ୍କ ପାଖକୁ । ସେଠାରେ ରହିବା ବେଳେ ଆଇ ଜମୁନା ଧାର ଉଧାର କରି ନିରଞ୍ଜନକୁ ବହୁ ଯାଗାରେ ଚିକିସôିତ କରିଛନ୍ତି । ଦିନକୁ ଦିନ ନିରଞ୍ଜନର ପାଗଳାମି ବଢିବା ସହିତ ମା’ ପୂର୍ଣ୍ଣିମା ଓ ଆଇ ଜମୁନାଙ୍କ ପକ୍ଷେ ତାକୁ ସମ୍ଭାଳିବା ଅସମ୍ଭାଳ ହୋଇ ପଡିଛି । ଫଳରେ ତାକୁ ଆଜକୁ ଦଶବର୍ଷ ହେଲା ଏକ ଚେନରେ ବାନ୍ଧି ରଖୁଛନ୍ତି ଉଭୟ । କେତେବେଳେ ଖୋଲିଗଲେ କେଉଁ ଆଡେ ଚାଲି ଯାଉଛି । ଅପରପକ୍ଷେ ବହୁ ସମୟରେ ତାକୁ ବାତ ମାରୁଥିବାରୁ ଯନ୍ତ୍ରଣାରେ ଛଟପଟ ହୋଇ ଚିକôାର କରୁଥିବାରୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ତାର ଚିକିସôା କରାଇ ତାକୁ ଔଷଧ ଦେଉଛନ୍ତି ମା’ ଓ ଆଇ । ଯାହାର ମାସିକ ଖର୍ଚ୍ଚ ସାତ ସହ ଟଙ୍କାରୁ ଅଧିକ । ନିରଞ୍ଜନ ପାଉଥିବା ଭ•ା ୫ଶହ ଟଙ୍କା ମଧ୍ୟ ତା ଔଷଧ ଖାଇବାକ ୁଅ• ୁନାହ ିାଁ ଅନ୍ୟପକ୍ଷରେ ମା’ ଓ ଆଇଙ୍କ ଦଇୁଟ ିଭ•ା ଟଙ୍କାରେ ପରିବାର ଚଳୁଛି । ଏ ବିଷୟରେ ଖବର ପାଇ ସ୍ଥାନୀୟ ସମାଜସେବୀକା ସ୍ମିତା ସାମଲ ପୂର୍ଣ୍ଣିମାକୁ ନେଇ ଜିଲା ଶିଶୁ କଲ୍ୟାଣ ସମିତିରେ ପହଁଚି ପିଲାଟିକୁ ଚିକିସôା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଏ ବିଷୟରେ ମଧ୍ୟ ସ୍ମିତା ସାମଲ ବାରମ୍ବାର ନିବେଦନ କରି ଅସଫଳ ହୋଇଥିବା ଅଭିଯୋଗ କରିଛନ୍ତି । ନିରଞ୍ଜନଙ୍କ ଘର ନିକଟରେ ଥିବା ସମାଜସେବୀ ଶୁକଦେବ ସାହୁ ପୂର୍ଣ୍ଣିମାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସରକାର ଯୋଗାଇ ଦେଉଥିବା ସହାୟତା ପୂର୍ଣ୍ଣିମାଙ୍କୁ ପ୍ରଦାନ ପାଇଁ ସାହୁପଡାର ଦୁଇ ଦୁଇଜଣ ସରପ•ଙ୍କ ନକିଟରେ ଆବଶ୍ୟକୀୟ କାଗଜପତ ୍ରଦାଖଲ କରଥିେôଲବ ିତାଙ୍କ ୁସହାୟତା ପଦ୍ରାନ କରାଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଏହି ଭଳି ସ୍ଥିତିରେ ଏକ ଶିକୁଳି ବନ୍ଧା ଜୀବନ ଜିଉଁ ଥିବା ପାଗଳ ନିରଞ୍ଜନକୁ ନେଇ ବ•ୁଥିବା ଏହି ପରିବାର ସରକାରୀ ସହାୟତା ପାଇଁ ବାର ଦୁଆର ହେଉଛନ୍ତି । ସରକାର ଜିଲା ସ୍ତରରୁ ଆରମ୍ଭ କରି ବ୍ଲକ ଓ ପଂଚାୟତ ସ୍ତର ପର୍ଯ୍ୟନ୍ତ ଶିଶୁ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ କମିଟି ମାନ ଗଠନ କରି ଶିଶୁଙ୍କୁ ସରକ୍ଷିତ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଥିଲାବେଳେ ଶିକୁଳି ବନ୍ଧା ନିରଞ୍ଜନ କାହିଁକି ସେମାନଙ୍କ ଆଖିରେ ପଡିଲା ନାହିଁ ଓ ଜିଲା ଶିଶୁ କଲ୍ୟାଣ ସମିତି ନିକଟରେ ତାର ମା’ ପୂର୍ଣ୍ଣିମା ଓ ସମାଜସେବୀକା ଅଭିଯୋଗ କଲେ ମଧ୍ୟ କାହିଁକି ନିରଞ୍ଜନ ପାଇଁ କୈାଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ ତାହା ପ୍ରଶ୍ନବାଚୀ ଶୃଷ୍ଟି କରିଛି । ହୁଏତ ତାର ଚିକିସôା ବ୍ୟବସ୍ଥା କରିଥିଲେ ନିରଞ୍ଜନର ପାଗଳାମି ଭଲ ହୋଇ ପାରିଥାଆନ୍ତା । ସ୍ୱାମୀ ମୃତ୍ୟୁ ପରେ ନିଜ ପରିବାରରୁ ଅଲଗା ହୋଇ ନିଜ ପାଗଳ ପୁଅକୁ ଧରି ନିଜ ବୁଢି ମା’ ପାଖରେ ଆଶ୍ରୟ ନେଇଥିବା ପୂର୍ଣ୍ଣିମା ଓ ତାର ପୁଅ ନିରଞ୍ଜନକୁ ସହାୟତା ଟିକିଏ ଯୋଗାଇ ଦେବାକୁ ପ୍ରଶାସନର ହୃଦୟ କ’ଣ ତରଳିବ ନାହିଁ । ନିରଜଂନ ପାଇଁ ସବୁ ଆଡୁ ସହେଯାଗ ହାତ ବଢୁ ବୋଲି ଓଡିଶାର ବିଶିଷ୍ଟ ସମାଜସେବୀ ଡ. ସୁରେଶ ଚନ୍ଦ୍ର ଦଳାଇ ନିବେଦନ କରିଛନ୍ତି ।

Share in top social networks!