୨୦୧୬-୧୭ ବର୍ଷ ପାଇଁ ସର୍ବଶିକ୍ଷା ଅଭିଯାନରେ ୨୨୧୬ କୋଟି ଟଙ୍କାର କାର୍ଯ୍ୟଯୋଜନା ଅନୁମୋଦନ ।

ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକମାନ ଅଭିବୃଦ୍ଧି ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ୱ ଆରୋପ କରିଛନ୍ତି । ଶିକ୍ଷକମାନଙ୍କ ପାଇଁ ସମସ୍ତ ପ୍ରକାର ସଚେତନତା ତଥା ନୂତନ ତାଲିମ କାର୍ଯ୍ୟକ୍ରମକୁ ଅଗଷ୍ଟରୁ ସେପେଫମ୍ବର ମଧ୍ୟରେ ସାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ଯେପରିକି ବର୍ଷର ଅନ୍ୟସମୟରେ ଶିକ୍ଷକମାନଙ୍କୁ ବିଦ୍ୟାଳୟ ଛାଡ଼ି ତାଲିମରେ ଯିବାକୁ ପଡିବ ନାହିଁ । ଶିକ୍ଷକମାନଙ୍କୁ ସ୍କୁଲଗୃହ ନିର୍ମାଣ କାର୍ଯ୍ୟରୁ ରିହାତି ଦେବାପାଇଁ ମଧ୍ୟ ରାଜ୍ୟ ସରକାର ନିତୀଗତ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧ#କରଣ (ଓପେପା)ର କାର୍ଯ୍ୟନିର୍ବାହୀ ବୈଠକରେ ଏହିସବୁ ନିଷ୍ପତ୍ତି ହୋଇଥ#ଲା । ବିଦ୍ୟାଳୟ ସ୍ତରରେ ନିଷ୍ପତ୍ତିଗୁଡିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥ#ଲେ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତି ରଂଜନା ଚୋପ୍ରା ଜଣାଇଥ#ଲେ ଯେ, ଗ୍ରାମାଞ୍ଚଳରେ ୬ ରୁ ୧୪ ବର୍ଷ ପିଲାଙ୍କ ସମ୍ବନ୍ଧରେ ପ୍ରାଥମିକ ତଥ୍ୟ ସଂଗ୍ରହ ନିମନ୍ତେ ଘରକୁ ଘର ସର୍ବେକ୍ଷଣ କାର୍ଯ୍ୟ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା ୪୭,୦୫,୪୪୪ ଜଣ ପିଲାଙ୍କର ତଥ୍ୟ ସଂଗ୍ରହ କରାଯାଇଛି । ସେମାନଙ୍କ ମଧ୍ୟରୁ ୪୬,୬୨,୬୪୮ ଜଣ ପିଲା ସମୁଦାୟ ୬୮,୯୭୮ ଟି ବିଦ୍ୟାଳୟର ବିଭିନ୍ନ ଶ୍ରେଣୀରେ ପଢୁଛନ୍ତି । ଭୁବନେଶ୍ୱର, କଟକ ଆଦି ସହାରଞ୍ଚଳକୁ ମଧ୍ୟ ଏହି ସର୍ବେକ୍ଷଣରେ ସାମିଲ କରିବାପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିଦ୍ଦେର୍ଶ ଦେଇଥ#ଲେ ।
ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଚୋପ୍ରା ଜଣାଇଥ#ଲେ ଯେ ଚଳିତ ବର୍ଷ ନାବେଟ୍ (ନ୍ୟାସାନାଲ ଆକ୍ରେଡେ଼ସନ୍ ବୋଡର଼୍ ଫର୍ ଏଜୁକେସନ ଆଣ୍ଡ୍ ଟ୍ରେନିଂ ) ଓଡ଼ିଶାର ୨୦୦ ଟି ବିଦ୍ୟାଳୟରେ ଗୁଣାତ୍ମକ ମାନ ଯାଞ୍ଚ କରିବେ । ଏହି କାର୍ଯ୍ୟ ମାର୍ଚ୍ଚ -୨୦୧୭ ମଧ୍ୟରେ ସାରିବାପାଇଁ ଲକ୍ଷ୍ୟ ରଖାଯାଇଛି । ଏଥ#ରେ ଉଚ୍ଚମାନାଙ୍କ ପାଉଥ#ବା ବିଦ୍ୟାଳୟ ଆଇ.ଏସ୍.ଓ ସାର୍ଟିଫିକେସନ୍ ନିମନ୍ତେ ଆବେଦନ କରିବା ପାଇଁ ଯୋଗ୍ୟ ହେବେ । ଏହାହେଲେ ବିଦ୍ୟାଳୟ ଓ ଗଣଶିକ୍ଷାକ୍ଷେତ୍ରରେ ଗୁଣାତ୍ମକ ମାନଙ୍କର ବିଭିନ୍ନ ନିଣ୍ଣ ର୍ାୟକ ସ୍ତର ( କ୍ୱାଲିଟି ବେଞ୍ଚ୍ମାର୍କିଂ) ନିର୍ଦ୍ଧାରଣ ହୋଇପାରିବ ।
ଶିକ୍ଷାର ଗୁଣାତ୍ମକମାନ ଅବିବୃଦ୍ଧିରେ ସହଯୋଗ କରିବା ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟ ଉନ୍ନୟନ କମିଟିର ସଭ୍ୟମାନଙ୍କୁ ପ୍ରେରଣାତ୍ମକ ତାଲିମ ଦିଆଯାଇଛି । ବିଦ୍ୟାଳୟ ସ୍ତରରେ କାର୍ଯ୍ୟକାରୀ ହେଉଥ#ବା ବିଭିନ୍ନ ଯୋଜନା ବାବଦରେ ‘‘କମୁ୍ୟନିଟି ଡାଏରୀଦଦ ନାମରେ ଏକ ସୂଚନା ପୁସ୍ତିକା ତିଆରି କରି ସମସ୍ତ ସଦସ୍ୟମାନଙ୍କୁ ଯୋଗାଇ ଦିଆଯାଇଛି । ଏହି ପୁସ୍ତିକାରୁ ସେମାନେ ଛାତ୍ର ଛାତ୍ରୀମାନଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନା, ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟକ୍ରମ ଆଦି ବିଷୟରେ ସବିଶେଷ ସୂଚନା ପାଇବା ସହ ତାହାର ତଦାରଖ କରିପାରିବେ । ବୈଠକରେ ଉପସ୍ଥିତ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ପ୍ରତିନିଧ# କହିଥ#ଲେ ଯେ କମୁ୍ୟନିଟି ଡାଏରୀ ବ୍ୟବସ୍ଥା ଏବଂ ଗଣଶିକ୍ଷାରେ କମୁ୍ୟନିଟିର ସଂପୃକ୍ତି କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ।
୨୦୧୬-୧୭ ଆଥ#ର୍କ ବର୍ଷ ନିମନ୍ତେ ସର୍ବଶିକ୍ଷା ଯୋଜନାରେ ୨୨୧୬ କୋଟି ଟଙ୍କାର କାର୍ଯ୍ୟ ଯୋଜନାକୁ ବୈଠକରେ ଅନୁମୋଦନ କରାଯାଇଥ#ଲା । ବରଗଡ଼, କଟକ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ନୂତନ ଆବାସିକ ଛାତ୍ରାବାସମାନ ନିର୍ମାଣ କରାଯିବ । ପ୍ରତି ଛାତ୍ରାବାସର ସିଟ୍ ସଂଙ୍ଖ୍ୟା ୫୦ ରହିବ । ମୟୁରଭଞ୍ଜ ଓ ରାୟଗଡା ଜିଲ୍ଲାରେ ୫୦ ସିଟ୍ ବିଶିଷ୍ଟ ୪ଟି ଆବାସିକ ଛାତ୍ରାବାସକୁ ୧୦୦ ଶଯ୍ୟା ବିଶିଷ୍ଟ କରାଯିବ । କଳାହାଣ୍ଡିର ଥୁଆମୂଳ ରାମପୁର ଓ ଲାଞ୍ଜିଗଡ, ମାଲକାନଗିରି ଜିଲ୍ଲାର କୋରକୁଣ୍ଡା ଏବଂ ରାୟଗଡା ଜିଲ୍ଲାର କାଶିପୁରଠାରେ ଥ#ବା ୪ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ସିଟ ସଂଙ୍ଖ୍ୟା ୧୦୦ ରୁ ୧୫୦ କୁ ବୃଦ୍ଧି କରାଯିବ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥ#ଲା ।
ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସର୍ବନିମ୍ନ ଶିକ୍ଷା ଦକ୍ଷତା ସୃଷ୍ଟି କରିବା ପାଇଁ ଏକ ‘‘ ଉଜ୍ୱଳଦଦ ନାମକ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥ#ବା ବିଷୟରେ ଗଣଶିକ୍ଷା ସଚିବ ଶ୍ରୀମତୀ ଚୋପ୍ରା ସୂଚନା ଦେଇଥ#ଲେ । ବିଦ୍ୟାଳୟମାନଙ୍କର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ବିଭାଗୀୟ ଅଧ#କାରୀଙ୍କ ଦ୍ୱାରା ‘‘ପୋଷ୍ୟ ବିଦ୍ୟାଳୟ ଗ୍ରହଣଦଦ ଯୋଜନାକୁ କାର୍ଯ୍ୟନିର୍ବାହୀ ପରିଷଦ ପ୍ରଶଂସା କରିଥ#ଲେ ।
ବୈଠକରେ ପଞ୍ଚାୟତି ରାଜ ସଚିବ ଶ୍ରୀ ଦେଓ ରଂଜନ ସିଂ, ଶ୍ରମ କମିଶନର ଶ୍ରୀମତୀ ରୂପା ମିଶ୍ର, ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେନ୍ଦ୍ର କୁମାର ମଲ୍ଲିକ, କେନ୍ଦୁଝର ଜିଲ୍ଲାପାଳ ଡ଼ଃ ଏନ୍.ତିରୁମାଲା ନାୟକ, ନୂଆଦିଲ୍ଲୀ ଏନ୍.ସ.ିଇ.ଆର୍.ଟି.ର ଶିକ୍ଷା ବିଭାଗ ମୁଖ୍ୟ ବି.ପି. ଭରଦ୍ୱାଜ, ଉକ#ଳ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ବିନାୟକ ରଥ, ସେ୍ୱଛାସେବୀ ଅନୁଷ୍ଠାନର ଡ଼ଃ ଧନଦାକାନ୍ତ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥ#ଲେ ।

Share in top social networks!