ରାଜ୍ୟର ରାଜନୈତିକ ପରିସ୍ଥିତିର ସମୀକ୍ଷା ପାଇଁ ଦୁଇ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁଶ୍ରୀ ସରୋଜା ପାଣ୍ଡେ

ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁଶ୍ରୀ ସରୋଜା ପାଣ୍ଡେ ଆସନ୍ତା କାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ସୁଶ୍ରୀ ପାଣ୍ଡେ ଆସନ୍ତା କାଲି ୨୧ ତାରିଖ ଅପରାହ୍ନ ୧ ଟାରେ ଭୂବନେଶ୍ୱର ବିମାନ ବନ୍ଦରରେ ପଂହଚିବେ । ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ବୈଠକରେ ସମସ୍ତ ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି ଏବଂ ସାଧାରଣ ସଂପାଦକଙ୍କ ସହ ରାଜ୍ୟର ରାଜନୈତକି ପରିସ୍ଥିତିର ସମୀକ୍ଷା ସଂକ୍ରାନ୍ତରେ ଆଲୋଚନା କରିବେ । ଏହା ପରେ ପୁରୀ ଯାଇ ସେଠାରେ ରାତ୍ରଯାପନ କରିବେ । ପରଦିନ ଅର୍ଥାତ ୨୨ ତାରିଖ ଦିନ ପୁରୀଠାରେ ଜିଲ୍ଲାର ସମସ୍ତ ଜିଲ୍ଲା ପଦାଧିକାରୀଙ୍କ ସହ ଆଲୋଚନା କରିବେ । ସେଠାରୁ କୋଣାର୍କ ବାଟ ଦେଇ ନିମାପଡା ଆସିବା ସମୟରେ ରାସ୍ତାରେ ବୁଥ୍ କମିଟି ସହ ଆଲୋଚନା କରିବେ । ନିମାପଡାଠାରେ ଅନୁÂିତ ମଣ୍ଡଳ ବୈଠକରେ ମଣ୍ଡଳ ପଦାଧିକାରୀଙ୍କ ସହିତ ସୁଶ୍ରୀ ପାଣ୍ଡେ ଆଲୋଚନା କରିବେ ।
ଏହା ପରେ ଭୂବନେଶ୍ୱର ଫେରି ଆସି ସୁଶ୍ରୀ ପାଣ୍ଡେ ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ଶାରଦା ପ୍ରସାଦ ଶତପଥୀଙ୍କ ସହ ସାକ୍ଷାତ ଓ ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି । ସଂଧ୍ୟାରେ ସୁଶ୍ରୀ ପାଣ୍ଡେ ଟ୍ରେନ ଯୋଗେ ଦୁର୍ଗ ଫେରିଯିବାର କାର୍ଯ୍ୟକ୍ରମ ଅଛି ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।

Share in top social networks!