ସମ୍ ହସପିଟାଲ କର୍ତୃପକ୍ଷଙ୍କ ପରି ରାଜ୍ୟ ଅଗ୍ନିଶମ ଓ ଗୃହ ବିଭାଗ ମଧ୍ୟ ଏହି ଅଭାବନୀୟ ଘଟଣା ପାଇଁ ଦାୟୀ : ବିଜେପି

firphotoଡାକ୍ତରଖାନାରେ ଫାୟର ସେଫ୍ଟି ପାଇଁ ଥିବା ବ୍ୟବସ୍ଥାକୁ ଲାଗୁ କରିବା ଓ ତଦାରଖ କରିବାର ଗୁରୁ ଦାୟିତ୍ୱ ଗୃହ ବିଭାଗର ରହିଛି ଓ ଏହି ବିଭାଗର ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଅଛନ୍ତି । ଫାୟର ସେଫ୍ଟି ବ୍ୟବସ୍ଥା ଲାଗୁ ନ କରି ହସପିଟାଲ କର୍ତୃପକ୍ଷ ଯେତିକି ଦାୟୀ ଗୃହ ବିଭାଗ ଏହାର ଅନୁଧ୍ୟାନ ଓ ତଦାରଖ ନ କରି ସେତିକି ପରିମାଣରେ ଦାୟୀ । ଯଦି ଗୃହ ବିଭାଗ ଅଧୀନସ୍ଥ ଅଗ୍ନିଶମ ବିଭାଗ ତାର ଦାୟିତ୍ୱ ସଠିକ ଭାବେ ପାଳନ କରିଥାନ୍ତା ତା ହେଲେ ହୁଏତ ୨୧ ଜଣ ଲୋକଙ୍କ ମର୍ମନ୍ତୁଦ ମୃତ୍ୟୁକୁ ରୋକା ଯାଇ ପାରିଥାନ୍ତା । ହସପିଟାଲ କର୍ତୃପକ୍ଷଙ୍କ ପରି ରାଜ୍ୟ ଅଗ୍ନିଶମ ଓ ଗୃହ ବିଭାଗ ମଧ୍ୟ ଏତେ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ନିଜସ୍ୱ ଉତରଦାୟିତ୍ୱରୁ ନିଜକୁ ସର୍ବଦା ବାହାରେ ରଖି ଆସିଛନ୍ତି । ଏହି ପରିସ୍ଥିତିରେ ୨୧ ନିରୀହ ଲୋକଙ୍କ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ଏବଂ ତାଙ୍କୁ ତୁରନ୍ତ ଗିରଫ କରାଯାଇ ଆଇନ ଅନୁଯାୟୀ ତାଙ୍କ ଉପରେ ଉପଯୁକ୍ତ କାର୍ଯାନୁÂାନ ଗ୍ରହଣ କରିବାକୁ ବିଜେପି ତରଫରୁ ଭୂବନେଶ୍ୱର କ୍ୟାପିଟାଲ ଥାନାରେ ମାମଲା ରୁଜୁ କରାଯାଇଛି ।
ଆଜି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟାଳୟରୁ ପାର୍ଟିର କାର୍ଯ୍ୟକର୍ତାମାନେ ଏକ ଶୋଭାଯାତ୍ରାରେ ଯାଇ ମାଷ୍ଟରକ୍ୟାଂଟିନ ଛକରେ ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ଗିରଫ ଦାବୀ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ପରେ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଅନ୍ୟତମ ଉପ ସଭାପତି ରାଜକିଶୋର ଦାଶ, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ସଂପାଦକ ଦିଲୀପ ମଲ୍ଲିକ, ମୁଖପାତ୍ର ଗୋଲକ ମହାପାତ୍ର ଓ ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ନିରଞ୍ଜନ ମିଶ୍ର, ଭୂବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ ପ୍ରମୁଖ କ୍ୟାପିଟାଲ ଥାନା ଯାଇ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ଏତଲା ଦିଆଯାଇଥିଲା ।

Share in top social networks!