ସୋଆ ବିଶ୍ୱ ବିଦ୍ୟାଳୟ ଛାତ୍ରସଂଘ ତରଫରୁ ସମୂହ ଦୀପଦାନ

soauniversityଆଜି ତା ୧୮.୧୦.୨୦୧୨ ରିଖ ସନ୍ଧ୍ୟାରେ ରାମ ମନ୍ଦିର ସମ୍ମୁଖରେ ଗତକାଲି ସମ୍ ହସ୍ପିଟାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଏବଂ ବିଭିନ୍ନ ଚିକିତ୍ସାଳୟରେ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କର ଶୀଘ୍ର ଆରୋଗ୍ୟ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ ଛାତ୍ରସଂଘ ତରଫରୁ ସମୂହ ଦୀପ ଦାନ କରାଯାଇଥିଲା । ସରକାରଙ୍କ ତରଫରୁ ଖୁବ୍ ଶୀଘ୍ର ପଦକ୍ଷେପ ତଥା ସମସ୍ତ ଖର୍ଚ୍ଚ ବହନ କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଛାତ୍ରସଂଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଏହି ଶୋକଯାତ୍ରାକୁ ଛାତ୍ରନେତା ଧ୍ରୁତି ମାର୍ଥାଙ୍କ ନେତୃତ୍ୱରେ ତାରିଣୀ ପ୍ରସାଦ ନାୟକ, କ୍ଷୀତିଶ ବାରିକ, ଦିବ୍ୟ ପ୍ରସାଦ ନାୟକ, ସତ୍ୟଜିତ ମହାପାତ୍ର, ରଶ୍ମୀ ରଞ୍ଜନ ଦାସ, ରାକେଶ ବେଉରା, ବିଶ୍ୱଜିତ ପଣ୍ଡା, ବିପ୍ଲବ ମହାନ୍ତି, ଅନନ୍ତ ନାରାୟଣ ଜେନା, ଦିପକ ମହାନ୍ତି ପ୍ରଭୃତି ଆୟୋଜିତ କରିଥିଲେ ।

Share in top social networks!
Powered By Indic IME