ସମହସପିଟାଲ ଅଗ୍ନକାଣ୍ଡ ଘଟଣା ଦିନକ ପରେବି ଏତଲା ହୋଇନି; ସରକାର ମନ୍ଦ ଉଦେଶ୍ୟ ପ୍ରମାଣିତ ହୋଇଯାଉଛି

14610922_1116232118463887_5502564530496734002_n
ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଛି ପୋଲିସ : ପ୍ରସାଦ
• ଅଗ୍ନିକାଣ୍ଡ ଘଟଣାର ବି•ର ବିଭାଗୀୟ ତଦନ୍ତ ହେଉ
• ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଏତଲା ଦାୟର କରନ୍ତୁ ନ ହେଲେ କଂଗ୍ରେସ ଏତଲା ଦାୟର କରିବ ।
• ମୃତକଙ୍କ ପରିବାର ବର୍ଗଙ୍କୁ କେନ୍ଦ୍ରସରକାର ୧୦ଲକ୍ଷ ଟଙ୍କା ଦିଅନ୍ତୁ
• ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରନ୍ତୁ ।
• ମୃତକଙ୍କ ପରିବାରର ଜଣେ ବ୍ୟକ୍ତିଙ୍କୁ •କିରି ପ୍ରଦାନ କରାଯାଉ ।
• ଚିକିତ୍ସାଧିନ ଥିବା ରୋଗୀମାନଙ୍କ କେବଳ ଚିକିତ୍ସାଖର୍ଚ୍ଚ ନୁହେଁ ବରଂ ସେମାନଙ୍କର ଆଥିକ ଥଇଥାନ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ।
• ଏକ ବୈଷୟିକ ବିଶେଷଜ୍ଞ କମିଟିଦ୍ୱାରା ସମଗ୍ର ଘଟଣାର ତଦନ୍ତବି କରାଯାଉ ।
• ମୁଖ୍ୟମନ୍ତ୍ରୀଙ୍କ ଘରୋଇ ବିଭାଗ, ଅଗ୍ନିସମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବିଦୁ୍ୟତ ବିଭାଗଙ୍କୁ ଉତ୍ତରଦାୟୀ କରାଯାଇ ସେମାନଙ୍କ ବିରୋଦ୍ଧରେ ଦୃଷ୍ଟାନ୍ତମୂଳକ ଓ ଆଇନଗତ କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ
• ଉଦ୍ଧାର କାର୍ଯ୍ୟରେ ସାମିଲ ବ୍ୟକ୍ତି ସଂସ୍ଥାଙ୍କୁ ସମର୍ଦ୍ଧିତ କରିବ କଂଗ୍ରେସ ।
• ସଂଧ୍ୟାରେ ଅମରଆତ୍ମାର ସଦଗତିକାମନା କରି କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ର୍ୟାଲି ।
ଭୁବନେଶ୍ୱର ତା ୧୮.୧୦ – ସୋମବାର ରାଜଧାନୀର ସମହସପିଟାଲ ମେଡିକାଲ କଲେଜରେ ଯେଉଁ ଅଗ୍ନକାଣ୍ଡ ଘଟିଗଲା ତାହା ଅତ୍ୟନ୍ତ ମର୍ମନ୍ତୁଦ, ଦୁଃଖଦାୟକ ଓ ଦୁଭାର୍ଗ୍ୟଜନକ । ସରକାରୀ ଭାବେ ଏହି ଅଗ୍ନକାଣ୍ଡରେ ମୃତୁ୍ୟ ସଂଖ୍ୟା ୨୦ ଓ ୧୦୮ରୁ ଉର୍ଦ୍ଧ ଆହାତ ହୋଇଛନ୍ତି ବୋଲି କୁହାଯାଇଛି । ହେଲେ ଏ ସଂଖ୍ୟା ଆହୁରି ଅଧିକ ହୋଇଥାଇପାରେ ବୋଲି ଆଶଂକା କରାଯାଉଛି । ରାଜଧାନୀର ମେଡ଼ିକାଲ କଲେଜ ଥାଇ ଏକ ଉଚ୍ଚମାନର ଚିକିତ୍ସାଳୟ ଯାହାକୁ କି ଇଣ୍ଡିଆନ ମେଡିକାଲ କାଉନସିଲ ଓ ରାଜ୍ୟ ସରକାରଙ୍କ ଅନୁମୋଦନ ରହିଛି, ସେଠାରେ କିଭଳି ଭାବେ ଏଭଳି ମର୍ମନ୍ତୁଦ ଅଘଟଣ ଘଟିଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି । ଏତେ ପରିବାର ଏହି ଅଗ୍ନିକାଣ୍ଡରେ ଉଚ୍ଛନ୍ନ ହୋଇଯାଇଥିବାବେଳେ କେବଳ ଚିକିତ୍ସିତ ବ୍ୟକ୍ତିଙ୍କୁ ସହାୟତା ଓ ଉପରଠାଉରିଆ ଆରଡିସି ତଦନ୍ତ ଘୋଷଣା କରି ଚୁପ ବସିପଡ଼ିଛନ୍ତି । ରାଜ୍ୟ ସରକାର ଏପର୍ଯ୍ୟନ୍ତ କାହା ବିରୁଦ୍ଧରେ ଏତଲା ରୁଜୁ କରାନଯିବା ସରକାରଙ୍କ ମନ୍ଦ ଉଦେ୍ଧ୍ୟଶକୁ ପ୍ରମାଣ କରୁଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଘରୋଇ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବିଦୁ୍ୟତ ବିଭାଗ ସର୍ବୋପରି ହସପିଟାଲ କତ୍ତୃପକ୍ଷ ସିଧାସଳଖ ଦାୟୀ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଯଦି ସାମାନ୍ୟତମ ସମ୍ବେଦନଶୀଳ ହୋଇଥାନ୍ତି ତେବେ ଏହି ଘଟଣା ପାଇଁ ଦାୟୀ ବ୍ୟକ୍ତି ତଥା କତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ ଆଇନଗତ କାର୍ଯ୍ୟାନୁÂାନ ତୁରନ୍ତ ନିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଦାବି କରିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଗତକାଲି ଦୁଃଖଦ ଘଟଣା ବିଷୟରେ ଅବଗତ ହେବାପରେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଓ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ଚିକିତ୍ସାଧିନ ଥିବା ସମସ୍ତ ରୋଗୀଙ୍କ ଆଶୁଅରୋଗ୍ୟ କାମନା ମଧ୍ୟ କରିଛନ୍ତି । ପିସିସିର ଏକ ପ୍ରତିନିଧି ଦଳ ଚିକିତ୍ସାଧିନ ଥିବା ରୋଗୀମାନଙ୍କୁ କ୍ୟାପିଟାଲ ହସପିଟାଲ, ଆମ୍ରି ହସପିଟାଲ, ସମହସପିଟାଲ ଆଦିରେ ସାକ୍ଷାତ କରି ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଓ ଚିକିତ୍ସା ସମ୍ପର୍କରେ ପଚାରି ବୁଝିବା ସହ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ପୋଷ୍ଟମଟର୍ମସ୍ଥଳ ନିକଟରେ ଆଲୋଚନା କରିଥିଲେ । ହେଲେ କୌଣସି ହସପିଟାଲରେ ଜଳିଯାଇଥିବା କୌଣସି ଜଣେ ବ୍ୟକ୍ତିଙ୍କୁ ଦେଖିପାରିନଥିଲେ । ହେଲେ ସମହସପିଟାଲରେ ଡାଇଲିସିସ୍ରେ ଥିବା ବାଇନ ନାମକ ଜଣେ ବ୍ୟକ୍ତି (ଯେକି ସଂପ୍ରତି ଆମ୍ରି ହସପିଟାଲରେ ଚିକିତ୍ସାଧିନ ଅଛନ୍ତି) ନିଜ ଆଖିଆଗରେ କିଛି ଲୋକ ସଟ ସର୍କିଟରେ ଜଳିଯାଇଥିବା ଦେଖିଥିଲେ । ତେଣୁ ତାଙ୍କ କହିବା ଅନୁସାରେ ମୃତକଙ୍କ ସଂଖ୍ୟା ବୃଦ୍ଧିପାଇବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ୨୦୧୧ କୋଲକତାର ଆମ୍ରି ହସପିଟାଲ ଅଗ୍ନିକାଣ୍ଡ ଘଟିବାପରେ ପଶ୍ଚିମବଙ୍ଗ ସରକାର ତୁରନ୍ତ ହସପିଟାଲ କତ୍ତୃପକ୍ଷଙ୍କୁ ଦାୟୀ କରି ଏହାର ନିଦେ୍ର୍ଧଶକ ମଣ୍ଡଳୀର ୬ ଜଣଙ୍କୁ ଭାରତୀୟ ପିଙ୍ଗଳ କୋଡ୍ର ୩୦୪ ଓ ୩୦୮ ଦଫାରେ ମାମଲା ରୁଜୁ କରି ଗରିଫ କରିଥିଲେ । ହେଲେ ସମ ହସପିଟାଲରେ ଯେଉଁ ଅଗ୍ନିକାଣ୍ଡ ଘଟିଗଲା ଏଯାବତ କାହାକୁ ଗିରଫ କରିବାତ ଦୁରର କଥା ଏତଲାଟିଏ ରୁଜୁ କରିବାପାଇଁ ଉଚିତ୍ ମନେ କରିନାହାନ୍ତି । ସେହିପରି ଉପହାର ସିନେମାହଲ ଅଗ୍ନିକାଣ୍ଡ ଘଟଣା ପରେ ସଂମ୍ପୃକ୍ତ ସିନେମା ହଲକୁ ପୋଲିସ ପକ୍ଷରୁ ବନ୍ଦ କରି ରଖିଦିଆଯାଇଥିଲା, ଯେପରି କୌଣସି ସରଜମିନ ତଥ୍ୟ ତଥା ପ୍ରମାଣ ବା ମ୍ୟାଟେରିଆଲ ଏଭିଡେନ୍ସ ଟ୍ୟାମ୍ପରିଂ ନଷ୍ଟ ନ ହୁଏ । ହେଲେ ସମହସପିଟାଲ କ୍ଷେତ୍ରରେ ସେଭଳି ପଦକ୍ଷେପ ପୋଲିସ ପକ୍ଷରୁ ନିଆଯାଇ ନାହିଁ । ଏତେ ହେବାପରେ ଅଗ୍ନିସମ ମହାନିଦେ୍ର୍ଧଶକ କହିଛନ୍ତି ଯେ, ଫାୟାରସେପ୍ଟି ସମ୍ପର୍କରେ ୨୦୧୩ରେ ସଂପୃକ୍ତ ମେଡିକାଲ କଲେଜ ଓ ହସପିଟାଲକୁ ନିଦେ୍ର୍ଧଶ ଦିଆଯାଇଥିଲା ହେଲେ ସେ ତାହାକୁ ପାଳନ କରିନାହାନ୍ତି । କର୍ତ୍ତୃପକ୍ଷ ଯଦି ପାଳନ ନ କଲେ ତେବେ ମୁଖ୍ୟମନ୍ତ୍ରୀଙ୍କ ଘରୋଇ ବିଭାଗ ପକ୍ଷରୁ କି କାର୍ଯ୍ୟାନୁÂାନ ନିଆଯାଇଛି । ଏବେ ଏଭଳି ମର୍ମନ୍ତୁଦ ଘଟଣା ଘଟିବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏତଲା ରୁଜୁ ନ ହେବାରୁ ପ୍ରମାଣିତ ହୋଇଯାଉଛି ଯେ ପୋଲିସ୍ ଅପରାଧି ଓ ଏ ଘଟଣାରେ ପରୋକ୍ଷପ୍ରତୋକ୍ଷ ଭାବରେ ବ୍ୟକ୍ତିଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚାହୁଁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ତେଣୁ ରାଜ୍ୟ ସରକାର ଉପରଠାଉଆ ଆରଡିସି ତଦନ୍ତ ବଦଳରେ ବି•ର ବିଭାଗୀୟ ତଦନ୍ତ କରନ୍ତୁ । ସରକାର ତୁରନ୍ତ ଏ ପ୍ରସଙ୍ଗରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଏତଲା ଦାୟର କରନ୍ତୁ ନ ହେଲେ କଂଗ୍ରେସ ଏତଲା ଦାୟର କରିବ । ମୃତକଙ୍କ ପରିବାର ବର୍ଗଙ୍କୁ କେନ୍ଦ୍ରସରକାର ୧୦ଲକ୍ଷ ଟଙ୍କା ଓ ରାଜ୍ୟ ସରକାର ୧୫ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରନ୍ତୁ । ମୃତକଙ୍କ ପରିବାରର ଜଣେ ବ୍ୟକ୍ତିଙ୍କୁ •କିରି ପ୍ରଦାନ କରାଯାଉ । ଚିକିତ୍ସାଧିନ ଥିବା ରୋଗୀମାନଙ୍କ କେବଳ ଚିକିତ୍ସାଖର୍ଚ୍ଚ ନୁହେଁ ବରଂ ସେମାନଙ୍କର ଆଥିକ ଥଇଥାନ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ । ଏକ ବୈଷୟିକ ବିଶେଷଜ୍ଞ କମିଟିଦ୍ୱାରା ସମଗ୍ର ଘଟଣାର ତଦନ୍ତବି କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ଘରୋଇ ବିଭାଗ, ଅଗ୍ନିସମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବିଦୁ୍ୟତ ବିଭାଗଙ୍କୁ ଉତ୍ତରଦାୟୀ କରାଯାଇ ସେମାନଙ୍କ ବିରୋଦ୍ଧରେ ଦୃଷ୍ଟାନ୍ତମୂଳକ ଓ ଆଇନଗତ କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।
ଏହି ଦୁଃଖଦ ଘଟଣା ଘଟିଯାଇଥିବାବେଳେ ଯେଉଁ ବ୍ୟକ୍ତି ସ୍ୱେଚ୍ଛାସେବୀ, ଦମକଳବାହିନୀ, ହସପିଟାଲ କର୍ମ•ରୀ ରୋଗୀମାନଙ୍କୁ ମରଣମୁହର ବଞ୍ଚାଇବାପାଇଁ ଉଦ୍ୟମ କରିଥିଲେ ବା ଉଦ୍ଧାରକାର୍ଯ୍ୟରେ ନିଜକୁ ଉତ୍ସଗୀକୃତ କରିଥିଲେ ସେମାନଙ୍କୁ କଂଗ୍ରେସ ଦଳପକ୍ଷରୁ ସାଧୁବାଦ ତଥା କୃତଜ୍ଞତା ଜଣାଇବା ସହ ସେମାନଙ୍କୁ ସମ୍ମାନୀତ କରିବାପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ମୃତକଙ୍କ ଅମରଆତ୍ମାର ସଦଗତି କାମନା କରି ଓ ପିସିସି ପକ୍ଷରୁ ସଂଧ୍ୟାରେ ଏକ ମହମବତୀ ଶୋଭାଯାତ୍ରା ଆୟୋଜନ ହୋଇଥିଲା । ଶହ ଶହ ସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀ ଓ ବିଭିନ୍ନ ଧର୍ମର ବ୍ୟକ୍ତିବିଶେଷ କଂଗ୍ରେସ ଭବନ ଠାରୁ ମହମବତୀ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ସମବେତ ହୋଇ ଅମର ଆତ୍ମାର ସଦଗତିପାଇଁ ନୀରବ ପ୍ରାର୍ଥନା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି କୋଷାଧ୍ୟକ୍ଷ ଇଂ ମହମ୍ମଦ ମୋକିମି, ସାଧାରଣ ସଂପାଦକ ଶୁଭେନ୍ଦୁ ମହାନ୍ତି, ପୂର୍ବତନ ବିଧାୟକ ସୁଧିର ସାମଲ, ମୁଖପାତ୍ର ସୁଲୋଚନା ଦାସ, ଗିରିଜା ଶଙ୍କର ଦାଶ ଓ ସୌଗତ ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!