ୟୁବେର ପକ୍ଷରୁ ଭୁବନେଶ୍ୱର ଏବଂ କଟକ ମଧ୍ୟରେ ଇଣ୍ଟର-ସିଟି ସେବା ଆରମ୍ଭ

br-10177_bhubaneswar-intercity_blog_960x480ୟୁବେର ସ୍ମାର୍ଟଫୋନ୍ ଆପ ଇତିମଧ୍ୟରେ ସହରୀ ସଭ୍ୟତାରେ ଜନସାଧାରଣଙ୍କ ଜୀବନଶୈଳୀରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିବାବେଳେ ଆଜି ଭୁବନେଶ୍ୱର ଏବଂ କଟକ ସହର ମଧ୍ୟରେ ଇଣ୍ଟର-ସିଟି ସେବାର ଆରମ୍ଭ କରିଛି ।

ଏହି ଆପ୍ ଓପନ୍ କରି ଗ୍ରାହକ ଦୁଇ ସହର ମଧ୍ୟରେ ଯାତ୍ରା ସୁବିଧା ହାସଲ ପାଇଁ ବିବିଏସ୍ଆର୍ ଟୁ କଟକ କିମ୍ବା କଟକ ଟୁ ବିବିଏସ୍ଆର୍ ବିକଳ୍ପର ବ୍ୟବହାର କରିପାରିବେ । ଭୁବନେଶ୍ୱର ରୁ କଟକ କିମ୍ବା କଟକ ରୁ ଭୁବନେଶ୍ୱର ଯାତ୍ରା କରୁଥିବା ସମସ୍ତ ଗ୍ରାହକଙ୍କୁ ଏଥିପାଇଁ ୨୯୯ଟ ଟଙ୍କାର ଫ୍ଲାଟ୍ ମୂଲ୍ୟ ଦେବାକୁ ପଡିବ ।

ଏହି ଅବସରରେ ୟୁବେର ଇଷ୍ଟ୍ର ସାଧାରଣ ପରିଚାଳକ ଅଶ୍ୱୱିନ୍ ଦିଆସ୍ କହିଲେ,” ଓଡ଼ିଶାରେ ଆମ୍ଭେ ଇଣ୍ଟର-ସିଟ ସେବା ଉପଲବ୍ଧ କରାଉଥିବାରୁ ବେଶ୍ ଉତ୍ସାହିତ । ଏହା ଦ୍ୱାରା ଆମ୍ଭର ଗ୍ରାହକ ଚିନ୍ତାମୁକ୍ତ ଭାବରେ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ବିଶ୍ୱାସନୀୟ ପରିବହନ ସେବା ଦ୍ୱୈତ ନଗରୀ ଭୁବନେଶ୍ୱର ଏବଂ କଟକ ମଧ୍ୟରେ ହାସଲ କରିବାକୁ ସକ୍ଷମ ହେବେ ।”

ପୂର୍ବରୁ ୟୁବେର୍ ପକ୍ଷରୁ ଦ୍ୱୈତ ନଗରୀ ଭୁବନେଶ୍ୱର ଏବଂ କଟକ ସହରରେ ଏହାର ପରିବହନ ସେବା ଆରମ୍ଭ କରାଯାଇଥିଲା ।

କିପରି ଏହି ସେବା ଉପଲବ୍ଧ କରିବେ:
• ଆପଣଙ୍କର ଆପ୍ ଓପନ୍ କରି ବିବିଏସ୍ଆର୍୍ ଟୁ କଟକ କିମ୍ବା କଟକ ଟୁ ଭୁବନେଶ୍ୱର ସିଲେକ୍ଟ୍ କରନ୍ତୁ
• ପିକ୍ଅପ୍ ଲୋକେସନ୍ ସେଟ୍ କରନ୍ତୁ । ଏହାପରେ ରିକୁ୍ୟଷ୍ଟ୍ ହିଟ୍ କରନ୍ତୁ । ଏବେ ଆପଣଙ୍କ ଘର ନିକଟରେ ୟୁବେର୍ ସେବା ଉପଲବ୍ଧ ହୋଇପାରିବ
• ଦ୍ୱୈତ ସହରକୁ ମାତ୍ର ୨୯୯ଟଙ୍କାରେ ଯାତ୍ରା କରନ୍ତୁ
• ସର୍ଭିସ୍ ଏରିଆ ସମ୍ପର୍କରେ ଜାଣିବା ପାଇଁ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଦ୍ଭରଙ୍ଗଗ୍ଦrକ୍ଟକ୍ଟଜ୍ଞ.ଙ୍କଭରr.ମକ୍ଟଜ୍ଞ/ସଦ୍ଭୟସବ/ଭଭସ-ମଗ୍ଧମ/ର ସହାୟତା ନେଇ ପାରିବେ

Share in top social networks!