ନାଇଜେରିଆର ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତ ଆଲୋଚନା

14713622_1135761563174088_8538106258976561862_nକେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦିନ ତିନି ଦିନିଅ ଭାରତ ଗସ୍ତରେ ଆସିଥିବା ନାଇଜେରିଆର ପେଟ୍ରୋଲିୟମ ମନ୍ତ୍ରୀ ଡ. ଇମାନୁଏଲ ଇବେ କାଚିକ୍ୟୁଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ।

ଏହି ସାକ୍ଷାତ ଆଲୋଚନା ସମୟରେ ଉଭୟ ଦେଶ ମଧ୍ୟରେ ହାଇଡ୍ରୋ କାର୍ବନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା ହୋଇଥିଲା । କଥାବାର୍ତା ସମୟରେ ଶ୍ରୀ ପ୍ରଧାନ ଭାରତୀୟ ରାଷ୍ଟ୍ରାୟତ ଉଦ୍ୟୋଗ ମାନଙ୍କୁ ନାଇଜେରିଆ ପକ୍ଷରୁ ଚୁକ୍ତି ମିଆଦ କରିଥିବାରୁ ସେ ଧନ୍ୟବାଦ ଦେବା ସହିତ ଦୀର୍ଘ କାଳୀନ ଚୁ୍କ୍ତି ମିଆଦ କରିବାକୁ
ସେ ଡ. ଇମାନୁଏଲ ଇବେ କାଚିକ୍ୟୁଙ୍କୁ ଅନୁରୋଧ କରିଥିଲେ ।

ଏହି ଆଲୋଚନା ସମୟରେ ଉଭୟ ମନ୍ତ୍ରୀ ହାଇଡ୍ରୋ କାର୍ବନ କ୍ଷେତ୍ରରେ ସହଯୋଗକୁ ବଢାଇବା ପାଇଁ ବିପୁଳ ସମ୍ଭାବନା ସମ୍ପର୍କରେ ଚର୍ଚା କରିଥିଲେ । ଉଭୟ ଦେଶ ନାଇଜେରିଆରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଂଜି ବିନିଯୋଗକୁ ସୁଗମ କରିବା ପାଇଁ ଏକ ମେମୋରେଣ୍ଡମ ଅଫ ଅଣ୍ଡରଷ୍ଟାଣ୍ଡିଂ (ଏମଓୟୁ) ଉପରେ କାମ କରିବାକୁ
ସହମତି ପ୍ରକାଶ କରିଥିଲେ ।

ଶ୍ରୀ ପ୍ରଧାନ ଡ. କାଚିକ୍ୟୁଙ୍କୁ ଆଗାମୀ ପେଟ୍ରୋଟେକ -୨୦୧୬ ଓ ଆଗାମୀ ୫ରୁ ୭ ଡିସେମ୍ବର ଯାଏ ନୂଆଦିଲ୍ଲୀ ଠାରେ ହେବାକୁ ଥିବା ଆଇଇଏଫ- ଆଇଜିୟୁ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଭାଗ ନେବା ପାଇଁ ନିମନ୍ତ୍ରଣ କରିଥିଲେ । ଡ. କାଚିକ୍ୟୁ ଭାରତୀୟ ରାଷ୍ଟ୍ରାୟତ ତୈଳ କମ୍ପାନୀମାନଙ୍କ ଅଧିକାରୀ ମାନଙ୍କ ସହ ମଧ୍ୟ କଥାବାର୍ତା କରିଥିଲେ ।
ଉଲ୍ଲେଖନୀୟ ଯେ ନାଇଜେରିଆ ଭାରତର ଆଫ୍ରିକାରେ ବଡ ବାଣିଜ୍ୟିକ ସହଯୋଗୀ । ୨୦୧୫-୧୬ରେ ଭାରତ ତାର ତୈଳ ଆମଦାନୀର ମୋଟ ୧୨ ପ୍ରତିଶତ ଅଶୋଧିତ ତୈଳ ନାଇଜେରିଆରୁ ଆମଦାନୀ କରିଥିଲା ।

Share in top social networks!