ମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କ ସହ ଝାଡଖଣ୍ଡର ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଖାଉଟି ବ୍ୟାପାର ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା

ଆଜି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କୁ ତାଙ୍କର ସଚିବାଳୟସ୍ଥିତ କାର୍ଯ୍ୟାଳୟରେ ଝାଡଖଣ୍ଡ ସରକାରଙ୍କ ସଂସଦୀୟ ବ୍ୟାପାର ତଥା ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଖାଉଟି ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ସରଯୁ ରୟ ସାକ୍ଷାତ କରିଛନ୍ତିା ଏହି ସାକ୍ଷାତ ସମୟରେ ସେ ମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କ ସହ ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥା, ଜାତୀୟ ଖାଦ୍ୟ ନିରାପତ୍ତା ଆଇନର କାର୍ଯ୍ୟକାରିତା, ଖାଉଟିମାନଙ୍କ ପାଇଁ ରାସନ କାର୍ଡ ବ୍ୟବସ୍ଥା, ଆଧାର ଲିଙ୍କେଜ, ବାୟୋମେଟି୍ରକ୍ ବ୍ୟବସ୍ଥା, ଧାନ ସଂଗ୍ରହ, ଧାନଚାଷୀ ପଞ୍ଜିକରଣ ଆଦି ବିଷୟରେ ଆଲୋଚନା କରିଥ#ଲୋ ରାଜ୍ୟରେ ଏସବୁ କାର୍ଯ୍ୟରେ କରାଯାଇଥ#ବା ଅଗ୍ରଗତି ଓ ସୁବ୍ୟବସ୍ଥା ବିଷୟରେ ମନ୍ତ୍ରୀ ଶ୍ରୀ ଦାସବର୍ମା ସୂଚନା ଦେଇଥ#ଲୋ ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ଏହି କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ପ୍ରକୃତ ହିତାଧ#କାରୀଙ୍କ ପାଖରେ ଖାଦ୍ୟଶସ୍ୟ ପହଞ୍ଚ#ବା ଓ ଯୋଗ୍ୟ ହିତାଧ#କାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ନିଆଯାଇଥ#ବା ପଦକ୍ଷେପ ବିଷୟରେ କହିଥ#ଲୋ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ବାୟୋମେଟି୍ରକ୍ ପ୍ରଣାଳୀ ଆସନ୍ତା ଜାନୁଆରୀରୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ, ବର୍ତ୍ତମାନ ରାଜ୍ୟରେ ପଞ୍ଚାୟତ ମାଧ୍ୟମରେ ସାଧାରଣ ବଣ୍ଟନ କାର୍ଯ୍ୟକାରୀ କରାଯାଉଛିା ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏହି କାର୍ଯ୍ୟରେ ଅନେକ ସଫଳତା ମିଳିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା ସୂଚନା ଦେଇଥ#ଲୋ
ଝାଡଖଣ୍ଡର ମନ୍ତ୍ରୀ ଶ୍ରୀ ରୟ ପଞ୍ଚାୟତ ମାଧ୍ୟମରେ ସାଧାରଣ ବଣ୍ଟନ କରାଯାଉଥ#ବା ବିଷୟକୁ ଭୂୟସି ପ୍ରଶଂସା କରିଥ#ଲୋ ସାମଗ୍ରିକ ଭାବେ ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥା, ଆଧାର ଲିଙ୍କେଜ, ଯୋଗାଣ ଶୃଙ୍ଖଳ ପରିଚାଳନା, ଧାନସଂଗ୍ରହ ବ୍ୟବସ୍ଥା ସମ୍ବନ୍ଧରେ ଅଧ#କ ଜାଣିବାକୁ ଆଗ୍ରହ ପ୍ରକାଶ କରିଥ#ଲେ ଏବଂ ଝାଡଖଣ୍ଡର ବରିଷ୍ଠ ଅଧ#କାରୀ ଓଡ଼ିଶାର ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁପରିଚାଳନା ସଂପର୍କରେ ଜାଣିବା ପାଇଁ ଓଡ଼ିଶା ଆସିବେ ବୋଲି ସୂଚନା ଦେଇଥ#ଲୋ
ଏହି ସାକ୍ଷାତ ସମୟରେ ଖାଦ୍ୟଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ, ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ନାୟକ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଧୀରେନ୍ କୁମାର ସାହୁ, ଉପଶାସନ ସଚିବ ମହମ୍ମଦ କୁ୍ୟ. ହକ୍, ଶ୍ରୀ ବି.କେ. ପୃଷ୍ଟି, ସାଧାରଣ ବଣ୍ଟନ ବ୍ୟବସ୍ଥାର ମୁଖ୍ୟ ପରିଚାଳକ ଶ୍ରୀ ସନ୍ତୋଷ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!