ଆରଏସ୍ଏସ୍ ତରଫରୁ ଶସ୍ତ୍ର ପୂଜନ ଉତ୍ସବ; ୨୫୦ ସ୍ୱୟଂସେବକ କଲେ ଶସ୍ତ୍ର ପୂଜନ

rssଏବେ ଦେଶ ବିଭିନ୍ନ ବିପତ୍ତିରେ ଘେରା । ଦେଶକୁ ଏଥିରୁ ରକ୍ଷା କରିବା ଲାଗି ସମସ୍ତଙ୍କୁ ଶକ୍ତି ଆରଧନା କରିବାକୁ ହେବ । ଏଥିଲାଗି ଭାରତମାତାକୁ ନିଜର ଆରଧନା ଭାବେ ଗ୍ରହଣ କରି ଦେଶ ପ୍ରେମର ସାଧନା କରିବାକୁ ହେବ । ଏକଥା କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ପୂର୍ବକ୍ଷେତ୍ରର ଗ୍ରାମ ବିକାଶ ପ୍ରମୁଖ ଅଶୋକ ପାଢୀ । ଭୁବନେଶ୍ୱରରେ ଆୟୋଜିତ ଆରଏସ୍ଏସ୍ର ବିଜୟା ଦଶମୀ ଉତ୍ସବରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ସମ୍ବୋଧନ କରିଥିଲେ । ଏହି ଉତ୍ସବରେ ଭୁବନେଶ୍ୱର ମହାନଗରର ୨୫୦ରୁ ଅଧିକ ସ୍ୱୟଂସେବକ ଭାଗନେଇ ଶସ୍ତ୍ର ପୂଜନ କରିଥିଲେ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଭୁବନେଶ୍ୱର ମହାନଗର ତରଫରୁ ସ୍ଥାନୀୟ ୟୁନିଟ-୨ ବାଳିକା ଉଚ୍ଚବିଦ୍ୟାଳୟ ପଡିଆରେ ଶସ୍ତ୍ର ପୂଜନ ଉତ୍ସବ ଅନୁÂିତ ହୋଇ ଯାଇଛି । ସ୍ୱୟଂସେବକ ମାନେ ଶସ୍ତ୍ରପୂଜନ କରି ସାରିବା ପରେ ନୂଆଗଣବେଶ ଦ୍ୱାରା ବୀର ବେଶରେ ସଜ୍ଜିତ ହୋଇ ବୀରବାଦ୍ୟ ବଜାଇ ସହର ପରିକ୍ରମା କରିଥିଲେ । ଏହି ବୀରବେଶର ବିରାଟ ପଟୁଆର ୟୁନିଟ-୨ ବାଳିକା ଉଚ୍ଚବିଦ୍ୟାଳୟ ପଡିଆରୁ ବାହାରି ପିଏମ୍ଜି,ଟ୍ରେଜେରୀ, କେଶରୀ ସିନିମା ହଲ, ବୁଦ୍ଧ ମନ୍ଦିର, ପଦର୍ଶନୀ ପଡିଆ, ଶ୍ରୀରାମ ମନ୍ଦିର, ଶ୍ରୀୟାଛକ, ଗୀରିଦୁର୍ଗାଛକ, ମାଷ୍ଟ୍ରକ୍ୟାଣ୍ଟିନ ଦେଇ ପୁଣି ଉତ୍ସବ ସ୍ଥଳରେ ପହଁଚିଥିଲେ ।
ବିଜୟା ଦଶମୀ ଅବସରରେ ଅନୁଷ୍ଟିତ ଶସ୍ତ୍ର ପୂଜନ ଉତ୍ସବରେ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ପୂର୍ବକ୍ଷେତ୍ରର ଗ୍ରାମ ବିକାଶ ପ୍ରମୁଖ ଅଶୋକ ପାଢୀ କହିଲେ ଯେ ନବରାତ୍ର ପୂଜା କରି ନବଦୁର୍ଗାଙ୍କୁ ସନ୍ତୁଷ୍ଟ କରି ଆଶୀର୍ବାଦ ନେଇ ରାବଣର ସଂହାର, ଦୃଷ୍ଟଶକ୍ତିର ବିନାଶ ପୂର୍ବକ ଶ୍ରୀରାମଚନ୍ଦ୍ର ଜୟଲାଭ କରିଥିଲେ ନବରାତ୍ର ପୂଜାର ଦଶମ ଦିନ । ଏହି ଦିନକୁ ଦଶହରା ବା ବିଜୟ ଉତ୍ସବ ରୂପେ ପାଳନ କରାଯାଏ । ନବରାତ୍ର ପୂଜାରେ ପରୋକ୍ଷ ଭାବରେ ନବଦୁର୍ଗାଙ୍କୁ ପ୍ରତ୍ୟେକ ଗ୍ରହଙ୍କ ଅଧିÂାତ୍ରୀ ମାତୃ ରୂପରେ ପୂଜା ବା ଆରାଧନା ଦ୍ୱାରା ନବଗ୍ରହଙ୍କୁ ସନ୍ତୁଷ୍ଟ କରି ସେମାନଙ୍କ ସୁପ୍ରଭାବରେ ବ୍ୟକ୍ତି, ଜାତି, ସମାଜ, ଏପରିକି ସଂପୂର୍ଣ୍ଣ ଜଗତର କଲ୍ୟାଣ କରାଯାଇପାରେ ଏହି ଦୃଷ୍ଟାନ୍ତରୁ ଅନୁମେୟ । ୧୯୨୫ ମସିହା ବିଜୟା ଦଶମୀ ଦିନ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ପ୍ରତିÂା ହୋଇଥିଲା । ଏକତାର ଦୃଢ ଭାବନା ଦ୍ୱାରା ଅଖିଳ ହିନ୍ଦୁ ସମାଜକୁ ସଂଗଠିତ କରିବା ସଂଘର କାର୍ଯ୍ୟ ଓ କାର୍ଯ୍ୟକ୍ରମ । ସୁସଂଗଠିତ ହିନ୍ଦୁ ସମାଜର ପରାକ୍ରମ ଓ ଜୀବନ ଶକ୍ତି ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି । ହିନ୍ଦୁସ୍ଥାନର ସମସ୍ତ ହିନ୍ଦୁମାନଙ୍କୁ ଏକାଠି କରି ହିନ୍ଦୁର ସାଂସ୍କୃତିକ ଏକତା ପ୍ରତିÂା କରିବାରେ ଯଦି ସଂଘ ସଫଳ ହୁଏ ତେବେ ଏହି ରାଷ୍ଟ୍ରକୁ ପରମ ବୈଭବର ଶିଖରକୁ ନେଇ ଯିବାର ଲକ୍ଷ୍ୟକୁ ହିନ୍ଦୁସ୍ତାନ ଅବିଳମ୍ବେ ପ୍ରାପ୍ତ କରି ପାରିବ । ଏହି ପବିତ୍ର ଭାବନା ଦ୍ୱାରା ପ୍ରେରିତ ହୋଇ ସଂଘ କାର୍ଯ୍ୟ କରୁଛି । ହିନ୍ଦୁମାନଙ୍କୁ ସଂଗଠିତ କରିବାର ଏହି କାର୍ଯ୍ୟ ନିରନ୍ତର ବଢି ଚାଲିଛି ଏବଂ ଦୃଢ ହେବାରେ ଲାଗିଛି । ଏହି ସଂସାରରେ ଶକ୍ତିଶାଳୀ ବ୍ୟକ୍ତି ଜୀବିତ ରହେ ଏବଂ ଦୁର୍ବଳର ବିନାଶ ଅପରିହାର୍ଯ୍ୟ । ଅତଃ ଶକ୍ତିର ଉପାସନା କରିବା ପ୍ରତ୍ୟେକ ସମାଜର ପ୍ରଥମ କର୍ତ୍ତବ୍ୟ ଅଟେ ।
ସଂଘର ମହାନଗର ସଂଘଚାଳକ ଡ. ବସନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ଉତ୍ସବରେ ସପ୍ଟଓୟାର କମ୍ପାନୀ ସୁଯୋଗର ପ୍ରତÂାତା ମନୋରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ମହାନଗର ସହକାର୍ଯ୍ୟବାହ ଜୟକୃଷ୍ଣ ପୃଷ୍ଟି ସଂଯୋଜନା କରିଥିଲେ ।

Share in top social networks!