ଧର୍ମଶାଳାର ବିଭିନ୍ନ ସ୍ଥାନରେ ଉକôଳମଣି ଗୋପବନ୍ଧୁ ଜୟନ୍ତୀ ପାଳିତ

gopabandhuଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୩୯ତମ ଜୟନ୍ତୀ ଉସôବ ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ମହାଆଡମ୍ବର
ସହକାରରେ ପାଳିତ ହୋଇଯାଇଛି। ସୁକିନ୍ଦା ସ•ାର ସ୍ମୃତି ସଂସଦ ପକ୍ଷରୁ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୩୯ତମ ଜୟନ୍ତୀ ପାଳ ନ
ହୋଇଛି। ସଂସଦ ସମ୍ପାଦକ ଲାୟନ ଡ. ମଂଜୁର ଅଲ୍ଲୀ ଯୋଗ ଦେଇ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଗୋପବନ୍ଧୁ ଏହି ମାଟିର ଶିଳ୍ପକାର ଓ ସେବାର ପ୍ରତୀକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ ଏବଂ ଡ. ସୁରେଶ ଚନ୍ଦ୍ର ଦଳାଇ ଯୋଗଦେଇ ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଥିଲେ। ଜାରକା ଗୋପବନ୍ଧୁ ଜୟନ୍ତୀ କମିଟି ଆନୁକୂଲ୍ୟରେ ଗୋପବନ୍ଧୁ ପାର୍କଠାରେ ଥିବା ପ୍ରତିମୂ•ିର୍ରେ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରି କହିଲେ ଯେ ତାଙ୍କ ଜୀବନଚର୍ଯ୍ୟା ଅନୁସରଣୀୟ ଓ ଅନୁକରଣୀୟ । ଏଥି ଉପଲକ୍ଷେ ଆୟୋଜିତ ସଭାରେ କମିଟି ସଭାପତି ଅଖିଳ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ।

ଅତିଥି ଭାବେ ଫୌଜ ଇଣ୍ଡିଆର ଅଧ୍ୟକ୍ଷ ଅଜିତ୍ କୁମାର ଜେନା, କୃଷକ ସଂଗଠନର ରାଜ୍ୟ ସହସଂଯୋଜକ ଶେଷଦେବ ନନ୍ଦ, ଗୋକର୍ଣ୍ଣିକା ସଂପାଦକ ରମାକାନ୍ତ ଜେନା, ଜିଲ୍ଲା ଲେଖକ ସମ୍ମେଳନ ସଭାପତି ଡ.ରୁଦ୍ରନାରାୟଣ ପୃଷ୍ଟି,ଅଧ୍ୟାପକ ରମେଶ ଚନ୍ଦ୍ର ସିଂ, କୃଷକ ନେତା ବସନ୍ତ କୁମାର ପରିଡା, ଯୋଗଦେଇ ଗୋପବନ୍ଧୁ ଏହି ମାଟିର ଶିଳ୍ପକାର ଓ ସେବାର ପ୍ରତୀକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନ ପ୍ରତିଷ୍ଠାତା ଧର୍ମଶାଳା ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ କିଶାନ ପଣ୍ଡା ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ, ଅଧିର କୁମାର ଜେନା, କାହ୍ନୁ ଚରଣ ଦାଶ, ବଟକୃଷ୍ଣ ମହାନ୍ତି, କାଙ୍ଗାଳି ଚରଣ ସାହୁ,ଆଶୁତୋଷ ବଳ,ଶ୍ରୀକାନ୍ତ ସାହୁ, ସୀତାକାନ୍ତ ଶତପଥୀ,ଅକ୍ରୁର ଚରଣ ବିଶ୍ୱାଳ,ମାଧ ଦାସ ପ୍ରମୁଖ ସ୍ମୃତି ଚାରଣ କରିଥିଲାବେଳେ ଗୋଲକ ପଲେଇ , ମାନସୀ ମଲିକ କବିତା ପାଠ କରିଥିଲେ। ଫୌଜଇଣ୍ଡିଆ ଛାତ୍ରୀଛାତ୍ରମାନେ ବଜାର ପରିକ୍ରମା କରି ଗୋପବନ୍ଧୁ ଅମର ରହେ ସ୍ଲୋଗାନ ଦେଇ ପ୍ରତିମୂ•ିର୍ରେ ମାଲ୍ୟାର୍ପଣ କରିଥିଲେ। ଧର୍ମଶାଳା ବ୍ଲକ ସ୍ଥିତ ଉକ୍ରଳମଣି ସେବା ସଂଘ ଆନୁକୂଲ୍ୟରେ ଜୟନ୍ତୀ ଉସôବ ପ୍ରୟାଗ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠାନର ସଭାପତି ତଥା ଅବସରପ୍ରାପ୍ତ ସିଡିଏମ୍ଓ ଡାକ୍ତର ବିଜୟ କୁମାର ଶତପଥୀ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଭୁବନେଶ୍ୱର ଆ•ଳିକ ଶିକ୍ଷାକେନ୍ଦ୍ରର ପ୍ରଫେସର ଡଃ ପ୍ରୀତିଶ ଆଚାର୍ଯ୍ୟ, ଅତିଥି ଭାବେ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି ଯୋଗଦେଇ ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଥିଲେ। ସଂପାଦକ ଅବସରପ୍ରାପ୍ତ ପ୍ରଶାସକ ଅକ୍ଷୟ କୁମାର
ଜେନା ବିବରଣୀ ପାଠ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପୂର୍ବରୁ ହାଇସ୍କୁଲ ସ୍ତରରେ ଗୋପବନ୍ଧୁଙ୍କ ସଂପର୍କରେ ହୋଇଥିବା ପ୍ରତିଯୋଗିତାରେ
କୃତୀ ଛାତ୍ରୀଛାତ୍ର ଶ୍ରୀମାନ ରାଜେଶ ଲେଙ୍କା, ପ୍ରିୟଙ୍କା ପ୍ରିୟଦର୍ଶନୀ ରାୟ, ଜୟଶ୍ରୀ ମଲିକ୍ ପ୍ରଥମ, ଦ୍ୱିତୀୟ, ତୃତୀୟଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

କାହ୍ନୁ ଚରଣ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅବସରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଚ୍ୟାଉ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ଧର୍ମଶାଳା ବ୍ଲକ ମିର୍ଜାପୁର ପ•ାୟତ ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମଠାରେ ବନେ୍ଦ ଉକ୍ରଳ ଜନନୀ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଗୋପବନ୍ଧୁ ଜୟନ୍ତୀ ଉସôବକୁ ପୂର୍ବତନ ବିଧାୟକ ରବି ଲାବଣ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପରି ସଚ୍ଚୋଟ, ଦରଦୀ, ଦେଶପ୍ରେମର ଭାରତ ବର୍ଷରେ ବିରଳ ଥିଲେବୋଲି ମତବ୍ୟକ୍ତ କରିଥିଲେ। ଜାଗ୍ରତ ଯୁବ ଶକ୍ତିର ସଂପାଦକ ବିବେକାନନ୍ଦ ଦାସ ଅଧ୍ୟକ୍ଷତା କରିଥିଲେ।
ରଞ୍ଜିତ ନାୟକ, ରାକେଶ ବରାଳ,ଗୌରିଶଙ୍କର ନାୟକ,ସଶ୍ମିତା ସାହୁ,ପାର୍ବତୀ ବାରିକ,ମାନସୀ ଦାସ, ତନୁଜା ଦାସ ପ୍ରମୁଖ ଶତାଧିକ ମହିଳା ବିକାଶ
କେନ୍ଦ୍ରର ସଭ୍ୟାମାନେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଅର୍ଚ୍ଚନା ସାହୁ ଧନ୍ୟବାଦ ଦେଇଥିଲେ।

Share in top social networks!