ଲୁହ ଓ କୋହ ଭିତରେ ମା’କୁ ପିଲାଙ୍କ ଆଶ୍ୱାସନା ‘ଅମ୍ମି ମତ ରୋ’

matroଡାକ୍ତରଖାନା ଶଯ୍ୟା ଉପରେ ଯନ୍ତ୍ରଣାରେ ଚିକôାର କରୁଥିଲେ ଜଣେ ମହିଳା। ନିକଟରେ
ଥିଲେ ପରିବାର ଲୋକମାନେ। ହେଲେ ଶଯ୍ୟା ନିକଟ ମହିଳାଙ୍କ ମୁଣ୍ଡ ପାଖରେ ଛିଡା ହୋଇ ଲୁହ ଭିଜା ଆଖିରେ ତାଙ୍କୁ
ଆଶ୍ୱାସନା ଦେଇ ଆଉଁଶି ଦେଉଦେଉ ପିଲା ଦୁଇଟି କହି ଚାଲିଥିଲେ ‘ଅମ୍ମି ମତ ରୋ’। ବେଳକୁ ବେଳ ମହିଳାଙ୍କ
ଯନ୍ତ୍ରଣା ଅଧିକ ହେବା ସହିତ ବଡ ପାଟିରେ ଚିକôାର କରୁଥାଆନ୍ତି। ପାଖରେ ଥିବା ପ୍ରିୟ ପରିଜନ ମାନେ ବ୍ୟସ୍ତ ହୋଇ
ପଡୁଥିଲାବେଳେ ପିଲା ଦୁଇଜଣଙ୍କ କରୁଣ କାନ୍ଦ ଉପସ୍ଥିତ ଲୋକମାନଙ୍କୁ ଆନମନା କରିଦେଉଥିଲା। ଉପସ୍ଥିତ
ଲୋକମାନେ ମଧ୍ୟ ନିଜ କୋହକୁ ସମ୍ବରଣ କରି ପାରୁନଥିଲେ। ଯନ୍ତ୍ରଣାରେ ଛଟପଟ ହୋଇ ଚିକôାର କରୁଥିବା ମହିଳା
ଥିଲେ ଧର୍ମଶାଳା ଥାନା ଅଧିନ ବ୍ରହ୍ମବରଦା ଗ୍ରାମର ସ୍ୱାମୀ ପରିତ୍ୟକ୍ତା ଆଫ୍ରୋଜା ସାହିନ(୩୨)। ଆଜକୁ ଦୁଇ ବର୍ଷ
ହେଲା ସ୍ୱାମୀ ଛାଡି ଦେଇଥିବାରୁ ନିଜର ଝିଅ ଜିନା ପରବିନ(୧୦) ଓ ପୁଅ ଆୟାନ(୯) କୁ ନେଇ ନିଜ ବାପ ଘରକୁ
ଚାଲି ଆସିଥିଲେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୋର୍ଟରେ ମାମଲା ମଧ୍ୟ ଚାଲିଛି। ନିଜ ଘରେ ରହିବା ଭିତରେ ପାରିବାରିକ
ଗଣ୍ଡଗୋଳ କାରଣରୁ ତାଙ୍କ ଭାଇ ତାଙ୍କୁ ବହୁ ସମୟରେ ଆକ୍ରମଣ କରିଥିଲାବେଳେ ଏ ନେଇ ଧର୍ମଶାଳା ଥାନାରେ ମଧ୍ୟ
ମାମଲା ହୋଇଛି। ଆଜି ହଠାତ ତାଙ୍କ ବଡଭାଇ ଓ ତାଙ୍କ ପରିବାର ଲୋକମାନେ ତାଙ୍କୁ ମିଳିତ ଆକ୍ରମଣ କରିଥିଲେ।
ଶାବଳ ଓ ଲୁହା ଛଡରେ ତାଙ୍କୁ ଏଭଳି ବର୍ବର ଆକ୍ରମଣ କରିଛନ୍ତି ଯେ ତାଙ୍କ ଗୋଡ, ହାତ, ପିଠିରେ ଗଭିର ଆଘାତ
ଲାଗିଛି। ଚିକିସôିତ ହେବାକୁ ଆସି ଥିଲାବେଳେ ତାଙ୍କର ଚିକôାର ସହିତ ଦୁଇ ପିଲାଙ୍କ ଲୁହ ଆଉ କୋହରେ ଭିଦା ଆଖି
ସମସ୍ତଙ୍କୁ ବ୍ୟଥିତ କରୁଥିଲା। ପିଲା ଦୁଇଟି ମା’ ପାଖରେ ଛିଡା ହୋଇଥିବା ବେଳେ ନିକଟରେ ଥିବା ତାଙ୍କ ମାଉସୀଙ୍କୁ
ମା’ ପାଇଁ ନେହୁରା ହେଉଥିବା ଦେଖାଯାଇଥିଲା। ଯନ୍ତ୍ରଣା ଭିତର ମା’ ଆଫ୍ରୋଜା ପିଲା ଦୁଇଟିଙ୍କ ଭବିଷ୍ୟତକୁ ନେଇ
ମଧ୍ୟ ଚିକôାର କରୁଥିଲେ। ବିପଦ ବେଳେ ଭାଇ ପାଖରେ ଦୁଇ ପିଲାଙ୍କୁ ଧରି ପଡିରହିଥିବା ଭଉଣୀକୁ ଟିକିଏ ସହାୟତା
ବଦଳରେ ମରଣାନ୍ତକ ମାଡ ମାରିବା କଣ ଭାଇର କର୍ତବ୍ୟ ? ବୋଲି ଓଡିଶାର ବିଶିଷ୍ଟ ସମାଜସେବୀ ଲାୟନ
ଡ.ମଂଜୁର ଅଲ୍ଲୀ କହିଛନ୍ତି।

Share in top social networks!
Powered By Indic IME