ଶିଶୁ ମନରେ ବୈଜ୍ଞାନିକ ମନୋଭାବକୁ ସୁଦୃଢ କଲେ ଦେଶ ଶକ୍ତିଶାଳୀ ହେବ

anandaସ୍ଥାନୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପରିଷଦ ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ବିଜ୍ଞାନ ଇଞ୍ଜିନିୟରିଂ ମେଳା ଗୁରୁଜଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦ୍ୟାପିତ ହୋଇଯାଇଛି। ଖୋର୍ଦ୍ଧା ଗୋଷ୍ଠି ଶିକ୍ଷା ଅଧିକାରୀ ଅମ୍ରିତା ପ୍ରିତିନନ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଜ୍ଞାନମେଳାର ଉଦ୍ୟାପନୀ ଉସôବରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ମନୋରଞ୍ଜନ ମହାନ୍ତି ଯୋଗଦେଇ ପିଲାମାନଙ୍କର ବୈଜ୍ଞାନିକ ମନୋଭାବକୁ ଭୂୟସୀ ପ୍ରଶଂସା କରି କହିଲେ ଶିକ୍ଷକମାନେ ପିଲାମାନଙ୍କ ମଧ୍ୟରେ ସାହସ, ଧୈର୍ଯ୍ୟ, ଚରିତ୍ରବତା, ନମ୍ରତା, ସହନଶୀଳତା, ସହଭାଗୀତା ଭଳି ଗୁଣ ଗୁଡିକୁ ବିକଶିତ କରାଇବା ଉଚିତ୍।

ମୁଖ୍ୟବକ୍ତା ଭାବରେ ସ୍ଥାନୀୟ ବିବେକାନନ୍ଦ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଆଡ଼ଭାନ୍ସ୍ଡ଼ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜିର ଚେୟାର୍ମ୍ୟାନ୍ ତଥା ସ୍ୱଦେଶୀ ଜାଗରଣ ମଂଚର ପ୍ରାନ୍ତ ବିଚାର ପ୍ରମୁଖ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ଯୋଗଦେଇ କହିଲେ ଶିଶୁ ମନରେ ବୈଜ୍ଞାନିକ ମନୋଭାବକୁ ସୁଦୃଢ କଲେ ସେମାନେ ଆଗାମୀ ଭବିଷ୍ୟତରେ ଦେଶକୁ ଶକ୍ତିଶାଳୀ କରି ଗଢି ତୋଳିବେ। ସେଥିପାଇଁ ଶିକ୍ଷକମାନେ ନିଜର ବୃତିକୁ ସମାଜ ଗଢିବାର ଏକ ମହାନ ଆଦର୍ଶ ବୋଲି ଭାବି ପିଲାମାନଙ୍କର ଅଧିକ ଯନô ନେବା ଉଚିତ୍। ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ପୈାର ପରିଷଦ ଅଧ୍ୟକ୍ଷା ସଞ୍ଜୁକ୍ତା ସାହୁ, ଗୁରୁଜଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା କର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ଦେଇ ଯୋଗ ଦେଇ ପିଲା ମାନଙ୍କୁ ଉସôାହିତ କରିଥିଲେ।

ଏହି ବିଜ୍ଞାନ ମେଳାରେ ପ୍ରଦର୍ଶିତ ହୋଇଥିବା ୨୧୮ଟି ପ୍ରକଳ୍ପ ମଧ୍ୟରୁ ୧୨ଟି ପ୍ରକଳ୍ପ ଲିଲ୍ଲାସ୍ତରକୁ ଉନି୍ନତ ହୋଇଛି ବୋଲି ମୁଖ୍ୟ ଅତିଥି ଘୋଷଣା କରିଥିଲେ। ବରିଷ୍ଟ ବିଭାଗରେ ତାପଙ୍ଗ ଉଚ୍ଚ ବିଦ୍ୟାଳୟର ରୁପାଲି
ମିଶ୍ରଙ୍କ ଡିସି ମିଶ୍ଚର ଗ୍ରାଇଣ୍ଡର, ଖୋର୍ଦ୍ଧା ବୀଣାପାଣି ବିଦ୍ୟା ମନ୍ଦିରର ସୋଲାର ସିଷ୍ଟମ, ଇନ୍ଦିରା ପବ୍ଲିକ ସ୍କୁଲର ସୋଲାର ଫନେଲ, ବିଜେବି ଉଚ୍ଚ ବିଦ୍ୟାଳୟର ଦେବ ପ୍ରସାଦ ମିଶ୍ର ଓ ତରୁଣ ପଟ୍ଟନାୟକ, ୱାନନେସ ଇଂଟର ନ୍ୟାଶନାଲ ସ୍କୁଲର ପ୍ରତୀକ ମିଶ୍ର ପ୍ରମୁଖଙ୍କ ୬ ପ୍ରକଳ୍ପ ଜିଲା ସ୍ତରକୁ ମନୋନୀତ ହୋଇଥିବାବେଳେ କନିଷ୍ଠ ବିଭାଗରେ ଖୋର୍ଦ୍ଧା ବାଳିକା ଉଚ୍ଚ ବିଦ୍ୟାଳୟର ଅନ୍ୱେଷା ଭଞ୍ଜଙ୍କ ଏଲପିଜି ଲିକେଜ ଡିଟେକ୍ସନ, ବଘେଇଟାଙ୍ଗୀ ପ୍ରାଥମିକ ବିଦ୍ୟାଳୟର ରାଜଶ୍ରୀ ଧଳଙ୍କ ୟୁଜେସ୍ ଅଫ ପ୍ଲାଷ୍ଟିକ୍, ଶିଶୁ ବିହାର ଗୁରୁଜଙ୍ଗର ସୈାଭାଗ୍ୟ
ପ୍ରସାଦ ସେଠୀଙ୍କ ବୃକ୍ଷ ଆମର ବନ୍ଧୁ, ବାଜପୁର ଉଚ୍ଚ ବିଦ୍ୟାଳୟର ପୂଜା ପ୍ରଜ୍ଞା ଜେନାଙ୍କ ସ୍ୱାସ୍ଥ୍ୟ ପ୍ରକଳ୍ପ, ବିଂକୁଡିଆ ବାଲୁଙ୍କେଶ୍ୱର ଦେବ ବିଦ୍ୟାଳୟର ଅଜିତ୍ ବେହେରାଙ୍କ ମୋଠାରୁ ଦୁରେଇ ରୁହ ପ୍ରକଳ୍ପ, ଗୁରୁଜଙ୍ଗ ପ୍ରାଥମିକ ବିଦ୍ୟାଳୟର ସୁର୍ଯ୍ୟ ପ୍ରକାଶ ସେଠୀଙ୍କ ଗଣିତର ସମାଧାନ ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ ହୋଇଛି।

ପୂର୍ବାହ୍ନର ଉଦ୍ଘାଟନୀ ସଭାରେ ଉଦଘାଟକ ରୂପେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ଏହି ବିଜ୍ଞାନ ମେଳାକୁ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଜିଲ୍ଲାପାଳ ନିରଞ୍ଜନ ସାହୁ ଯୋଗଦେଇ ଏହି ବିଜ୍ଞାନମେଳାରେ ଯୋଗ ଦେଇଥିବା ସମସ୍ତ ପ୍ରକଳ୍ପକୁ ବୁଲି ଦେଖି ଉପସ୍ଥିତ ଥିବା ସମସ୍ତ କୁନି ବୈଜ୍ଞାନିକ ମାନଙ୍କୁ ଉସôାହିତ କରିଥିଲେ। ମୁଖ୍ୟ ବକ୍ତା ରୂପେ ଅତିରିକ୍ତ ଜିଲ୍ଲାପାଳ ସିତାଂଶୁ ରାଉତ ଏବଂ ସମ୍ମାନୀତ ଅତିଥି ଭାବରେ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ନିଦେ୍ର୍ଦଶକ ଅମିତା ପଟ୍ଟନାୟକ ଯୋଗଦେଇ ସାମାଜିକ ଜୀବନରେ ବିଜ୍ଞାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଖୋର୍ଦ୍ଧା ବିଜ୍ଞାନ ଶିକ୍ଷା ଓ ଗବେଷଣା ପରିଷଦର ସଭାପତି ଗୈାରହରି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମେଳାକୁ ପରିଷଦର ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ସୁଧାକର ମହାପାତ୍ର, ଶୁରେଶ ବିଶ୍ୱାଳ, ରବୀନ୍ଦ୍ର ଶତପଥି, ପ୍ରସନ୍ନ ମହାପାତ୍ର, ପ୍ରମୋଦ ରାଉତ, ଅଗାଧୁ ସେଠୀ, ପ୍ରହଲ୍ଲାଦ ବାରିକ ପ୍ରମୁଖ ପରିଚାଳନା କରିଥିଲେ।

Share in top social networks!
Powered By Indic IME