ଯୁବ ରେଡ଼କ୍ରସ୍ ଜିଲ୍ଲା ସ୍ତରୀୟ ସଂଯୋଜକ ମାନଙ୍କ ବୈଠକ ଅନୁଷ୍ଠିତ

redcrossଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା, ଯୁବ ରେଡ଼କ୍ରସ୍ ଦ୍ୱାରା ଜିଲ୍ଲା ସ୍ତରୀୟ ସଂଯୋଜକ ମାନଙ୍କ ବୈଠକ ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ୱର ଠାରେ ଆୟୋଜନ କରାଯାଇଅଛି। ଏହି କାର୍ଯ୍ୟକ୍ରମକୁ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ଚକ୍ରଧର ପଣ୍ଡା ପ୍ରଦିପ ପ୍ରଜ୍ଜଳନ କରି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଯୁବ ରେଡ଼କ୍ରସ୍ର କାର୍ଯ୍ୟକ୍ରମକୁ ଅଧିକ କୀ୍ରୟାଶୀଳ ତଥା କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲା ସଂଯୋଯକମାନଙ୍କ ସହଯୋଗକୁ ପ୍ରଶଂସା କରିଥିଲେ। ବର୍ତ୍ତମାନ ଓଡିଶାର ମାଲକାନଗିରି ଭଳି ଅନୁନ୍ନତ ଜିଲ୍ଲାରେ ଜାପାନିଜ୍ ଜ୍ୱର/ ଜାପାନିଜ୍ ଏନ୍ ସେଫାଲାଇଟିସ୍ ଭଳି ମାରାତ୍ମକ ରୋଗ ବ୍ୟାପିଥିବାରୁ ଉଦ୍ବେଗ ପ୍ରକାଶ କରିବା ସହ ଏଥିସଂପର୍କରେ ବିଭିନ୍ନ ଅଂଚଳରେ ଲୋକ ମାନଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ସଂଯୋଯକମାନଙ୍କ ମଧ୍ୟରେ ବିଭିନ୍ନ ମହାବିଦ୍ୟାଳୟର ରେଡ଼କ୍ରସ୍ ପରାମର୍ଶଦାତା ମାନଙ୍କୁ ଅନୁରୋଧ କରିଥିଲେ ଏବଂ ଜିଲ୍ଲା ପ୍ରଶାସନର ନିଦେ୍ର୍ଦଶ ମୁତାବକ କାର୍ଯ୍ୟଭାର ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ। ଯୁବ ରେଡ଼କ୍ରସ୍ ଅଧିକାରୀ ମେଜର ଡ଼ଃ କଳ୍ପନା ଦାସ୍, ଯୁବ ରେଡ଼କ୍ରସ୍ ର ବିଭିନ୍ନ ସମସ୍ୟା ସଂପର୍କରେ ଉପରେ ଜିଲ୍ଲା ସଂଯୋଯକମାନଙ୍କଠାରୁ ଅବଗତ ହେବାପରେ, ଏହାର ନିରାକରଣ ସଂପର୍କରେ ମତ ପ୍ରଦାନ କରିଥିଲେ। ଏହି ବୈଠକରେ ବିଭିନ୍ନ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଓ ଜୋନସ୍ତରୀୟ ତାଲିମ ଶିବିର ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା।
ଏଥିରେ ଓଡିଶାର ୩୦ଜଣ ସଂଯୋଜକ ମାନଙ୍କ ସହ ୪ଜଣ ଜିଲ୍ଲା ସଂପାଦକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କଟକ ଜିଲ୍ଲା ସଂଯୋଜକ ଶ୍ରୀ ଗୋପାଳ କୃଷ୍ଣ ମିଶ୍ର ସଂଜୋଜନା କରିବା ସହ ଭୁବନେଶ୍ୱର, ଆଂଚଳିକ ସଂଯୋଜକ ଶ୍ରୀ ସୁଶୀଲ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Share in top social networks!
Powered By Indic IME