ହାବିଲଦାର, କନଷ୍ଟବଳ, ସିପାହୀମାନଙ୍କର ସ୍ୱତନ୍ତ୍ର ଆହାର ଭତ୍ତା ବୃଦ୍ଧି

ପୁଲିସ ବାହିନୀରେ କାର୍ଯ୍ୟରତ ହାବିଲଦାର, କନଷ୍ଟବଳ, ସିପାହୀମାନଙ୍କର ସମସ୍ୟା ଓ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ ପାଇଁ ନିକଟରେ ସରକାର ପ୍ରତି ବର୍ଷ ଏକ ମାସ ଅଧ#କ ବେତନ(ସର୍ବୋଚ୍ଚ ୨୦ ହଜାର ଟଙ୍କା), ଏସ୍.ଓ.ଜି, ଏସ୍.ଆଇ.ଡବ୍ଲ&ୁ, ଡି.ଭି.ଏଫ୍ ଓ ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କନଷ୍ଟବଳ, ସିପାହୀମାନଙ୍କୁ ସ୍ୱତନ୍ତ୍ର କାର୍ଯ୍ୟ ସଂପାଦନ ଭତ୍ତା ନିର୍ଦ୍ଧାରିତ ହାରରେ ପ୍ରଦାନ କରିଛନ୍ତିା

ଆଜି ରାଜ୍ୟ ସରକାର ସେମାନଙ୍କୁ ଦିଆଯାଉଥ#ବା ସ୍ୱତନ୍ତ୍ର ଆହାର ଭତ୍ତା ମାସିକ ୯୦୦ ଟଙ୍କାରୁ ୧୧୫୦ ଟଙ୍କାକୁ ବୃଦ୍ଧି କରିଛନ୍ତିା ଏହା ଦ୍ୱାରା ପୁଲିସ ବାହିନୀରେ କାର୍ଯ୍ୟରତ ହାବିଲଦାର, କନଷ୍ଟବଳ, ସିପାହୀମାନେ ବିଶେଷ ଉପକୃତ ହେବେ ବୋଲି ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅସୀତ୍ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତିା

Share in top social networks!