ବରୀ ସ୍ୱାଧିନତା ସଂଗ୍ରାମର ପବିତ୍ର ମାଟି-ମୁଖ୍ୟମନ୍ତ୍ରୀ

cmjajpurଆଜି ବଡଚଣା ,ବରୀ,ଓ କୋରାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଂଚ ବିଭିନ୍ନ କର୍ଯ୍ୟକ୍ରମରେ ଯୋଗ ଦେଇଥଲେ। ବରୀରେ ଅୟୋଜିତ ସଭାରେ ବରୀ ହେଉଛି ସ୍ୱାଧିନତା ସଂଗ୍ରାମର ପବିତ୍ର ମାଟି। ଏହି ମାଟିରେ ଗୋପବନ୍ଧୁ ଚୈାଧୁରୀ, ମା’ ରମାଦେବୀ ଆଶ୍ରମ ପ୍ରତିଷ୍ଠା କରି ସ୍ୱାଧିନତା ସଂଗ୍ରାମକୁ ପରିଚାଳିତ କରିଥିଲେ ା ଏହି ମାଟିର ସନ୍ତାନ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ତାଙ୍କ ପ୍ରତିଭାରେ ଆମ ରାଜ୍ୟକୁ ଧନ୍ୟ କରିଛନ୍ତି। ମୁଁ ଏ ମାଟିକୁ ପ୍ରଣାମ କରୁଛି।ବରୀର ବିକାଶ ପାଇଁ ବହୁ ପଦକ୍ଷେପ ସରକାର ନେଇଥିଲା ବେଳେ ଏହା ଏକ ପ୍ରାକୃତିକ
ବିପର୍ଯୟ ପୀଡିତ ଅଂଚଳ ହୋଇଥିବାରୁ ଜନସାଧାରଣଙ୍କୁ ବିପର୍ଯୟରୁ ରକ୍ଷା କରିବାକୁ ବିଭିନ୍ନ ସ୍ଥାନରେ ବାତ୍ୟ ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଛି। ଏହା ସହିତ ଗମନାଗମନର ସୁବିଧା ପାଇଁ ବିଭିନ୍ନ ନଦୀରେ ପୋଲମାନ ନିର୍ମାଣ କରାଯାଇଛିା ରାଜ୍ୟର ବିକାଶ ପାଇଁ ସରକାର ଉନ୍ନତି ମୂଳକ କାର୍ଯ୍ୟ କରୁଥିଲାବେଳେ ଏହି ସବୁ କାର୍ଯ୍ୟକୁ ସଫଳ କରିବାକୁ ମୁଁ ଗୁରୁତ୍ୱ ଦେଉଛି। ଏ କଥା ଆଜି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ
ଯାଜପୁର ଜିଲା ଗସ୍ତ କାର୍ଯ୍ୟକ୍ରମ ଥିଲାବେଳେ ବଡଚଣାରୁ ହେଲିକପ୍ଟର ଯୋଗେ ରାମଚନ୍ଦ୍ରପୁର ଗୋପବନ୍ଧୁ ଚୈାଧୁରୀ
ମହାବିଦ୍ୟାଳୟ ସନ୍ନିକଟ ପଡିଆରେ ଅବତରଣ କରିଥିଲେ। ତାଙ୍କୁ ଶକ୍ତିମନ୍ତ୍ରୀ ପ୍ରଣବପ୍ରକାଶ ଦାସ, ବିଧାୟକ ଦେବାଶିଷ
ନାୟକ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଜିଲାପାଳ ରଂଜନକୁମାର ଦାସ ସ୍ୱାଗତ କରିଥିଲେ। ହଜାରହଜାର
ସଂଖ୍ୟାରେ ଉପସ୍ଥିତ ଜନସାଧାରଣ ବିପୁଳ କରତାଳି ଓ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନୀ ଦେଇ ମୁଖ୍ୟମନ୍ତ୍ରୀଙ୍କୁ
ସ୍ୱାଗତ କରିଥିଲେ। ସେଠାରୁ ମୁଖ୍ୟମନ୍ତ୍ରୀ ସିଧା ବ୍ରାହ୍ମଣୀ ନଦୀ ନିକଟକୁ ଯାଇ ନିର୍ମିତ ହୋଇଥିବା ସାଉଂଟି, ସାନନ୍ଦ,
ହାଡିବନ୍ଧୁ ଓ ମାୟାଧର ସେତୁର ଶୁଭ ଉଦ୍ଘାଟନ କରିଥିଲେ। ଏହା ସହିତ ବିଭିନ୍ନ ପ୍ରକଳ୍ପର ମିଳିତ ଉଦ୍ଘାଟନ କରିବା
ସହିତ ଅନ୍ୟ ଏକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହା ପରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ
ଯୋଗଦାନ କରିଥିଲେ। ବିଧାୟକ ଦେବାଶିଷ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଶକ୍ତିମନ୍ତ୍ରୀ ପ୍ରଣବପ୍ରକାଶ
ଦାସ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, ଧର୍ମଶାଳା ବିଧାୟକ ପ୍ରଣବବଳବନ୍ତ ରାୟ, ମାହାଙ୍ଗା ବିଧାୟକ ପ୍ରତାପ
ଜେନା, ପର୍ଯ୍ୟବେକ୍ଷକ ଜଗନ୍ନାଥ ସ୍ୱାଇଁ ବରୀ ବ୍ଲକ ଅଧ୍ୟକ୍ଷା ଭାରତୀ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦାନ
କରିଥିଲେ। ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ବରୀ ବିଜେଡି
ପକ୍ଷରୁ ବିଶାଳ ଫୁଲହାର ଦିଆଯାଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲାପାଳ ରଂଜନକୁମାର ଦାସ ସ୍ୱାଗତ
ଭାଷଣ ପ୍ରଦାନ କରିଥିଲେ। ମନ୍ତ୍ରୀ ପ୍ରଣବପ୍ରକାଶ ଦାସ ନିଜ ବକ୍ତବ୍ୟରେ ବରୀ ବିଧାୟକଙ୍କ ଉନ୍ନତି ମୂଳକ କାର୍ଯ୍ୟକୁ
ବେଶ ତାରିଫ କରିଥିଲେ। ବିଧାୟକ ଆମ ବଡଭାଇ ସବୁ ବେଳେ ସେ କିଭଳି ନିର୍ବାଚନ ମଣ୍ଡଳୀର ଉନ୍ନତି ହୋଇ
ପାରିବ କିଭଳି ବିଧାନ ସଭାରେ ନିଜ ଅଂଚଳର ସମସ୍ୟାକୁ ଉପସ୍ଥାପିତ କରିବ ସେ ନେଇ ପରାମର୍ଶ ଦେଉଥିବା
କହିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଆଜି କେବଳ ବରୀ କିମ୍ବା ଯାଜପୁର ଜିଲାନୁହେଁ ସାରା ରାଜ୍ୟର
ବିକାଶ ସମ୍ଭବ ହୋଇଥିବାରୁ ତାଙ୍କୁ ଅକୁଣ୍ଠ ସମର୍ଥନ ଦେବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ। ବିଧାୟକ
ଧର୍ମଶାଳା ପ୍ରଣବ ବଳବନ୍ତରାୟ ନିଜ ବକ୍ତବ୍ୟରେ ବିଧାୟକଙ୍କ ଉଦ୍ୟମ ଓ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଆଜି ବରୀକୁ
ବିକାଶର ବରୀ କରି ଗଢି ତୋଳିଥିବା ପ୍ରକାଶ କରିଥିଲେ। ମାହାଙ୍ଗା ବିଧାୟକ ପ୍ରତାପ ଜେନା ନିଜ ବକ୍ତବ୍ୟରେ
ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ ପାଇଁ ସଂକଳ୍ପ ନେଇଥିଲା ବେଳେ ବରୀ ବିଧାୟକ ବରୀର ବିକାଶ ପାଇଁ ସଂକଳ୍ପ ନେଇଥିବା
କହିବା ସହିତ ବିଧାୟକଙ୍କ ସଂକଳ୍ପର ସୁଫଳ ଆପଣ ପାଉଥିବା କହିଥିଲେ। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ନିଜ
ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତି ନିଶ୍ୱାସରେ ରାଜ୍ୟର ମହିଳା, ଯୁବକ ଯୁବତୀ, ଛାତ୍ରଛାତ୍ରୀ ଓ ବୃଦ୍ଧ ବୃଦ୍ଧାଙ୍କ ଉନ୍ନତି
ପାଇଁ ଚିନ୍ତା କରୁଥିବା ପ୍ରକାଶ କରିଥିଲେ।ସୁକିନ୍ଦା ବିଧାୟକ ଭାସଣରେ ମୁଖ୍ୟମନ୍ତ୍ରୀ ତାଳିମାରିବାର ଦେଖିବାକୁ ମିଳିଥିଲା
ା ମୁଖ୍ୟମନ୍ତ୍ରୀଙ୍କର ବରୀ ମାଟି ପ୍ରତି ଦରଦ ଥିବା ବେଳେ ବରୀର ବିଧାୟକ ବଡଭାଇ ଦେବାଶିଷ ନାୟକଙ୍କ ଅକ୍ଳାନ୍ତ
ଉଦ୍ୟମ ବରୀକୁ ନୂଆ ପରିଚୟ ଦେଇଥିବା କହିଥିଲେ। ଏହା ସହିତ ପଂଚାୟତ ନିର୍ବାଚନର ବିଗୁଲ ବାଜି
ସାରିଥିଲାବେଳେ ଆପଣମାନେ ଦଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଦିଅନ୍ତୁ ବୋଲି ନିବେଦନ କରିଥିଲେ। ସଭାର ସଭାପତି
ବିଧାୟକ ଶ୍ରୀ ନାୟକ ନିଜ ବକ୍ତବ୍ୟରେ ବରୀ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଅବଦାନ ବିଷୟରେ ପ୍ରକାଶ କରିଥିଲେ। ଆଜି
ବରୀରେ ଯାହା ବିକାଶ ହୋଇଛି ତାହା କେବଳ ମୁଖ୍ୟମନ୍ତ୍ରୀଙ୍କ ଆର୍ଶିବାଦରୁ ହୋଇଛି। ମୁଁ ବରୀବାସୀଙ୍କ ସମସ୍ୟାକୁ
ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଏ ଓ ଆପଣଙ୍କ ଆର୍ଶିବାଦରୁ ସମସ୍ୟାକୁ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆର୍ଶିବାଦ
ପାଇଥାଏ। ସାଧାରଣ ଜୀବନ ଜିଉଥିବା ମୁଖ୍ୟମନ୍ତ୍ରୀ ୨୦ ଘଂଟା ରାଜ୍ୟର ବିକାଶ କଥା ଚିନ୍ତା କରୁଥିବା ପ୍ରକାଶ କରିବା
ସହିତ ଆଗାମି ପଂଚାୟତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଓ ବିଜେଡିକୁ ଆର୍ଶିବାଦ କରିବାକୁ ନିବେଦନ କରିଥିଲେ।
ମୁଖ୍ୟମନ୍ତ୍ରୀ ସଭାରେ ବରୀ ବ୍ଲକର ହିତାଧିକାରୀ ମାନଙ୍କୁ ଭତା ଓ ବିଜୁ ପକ୍କାଘର ଯୋଜନାରେ ଗୃହ ବଂଟନ କରିଥିଲେ
ା ମୁଖ୍ୟମନ୍ତ୍ରୀଙ୍କ ସଭାପାଇଁ ଆଜି ନିର୍ବାଚନ ମଣ୍ଡଳୀର ୪୭ଟି ପଂଚାୟତରୁ ହଜାରହଜାର ବିଜେଡି କର୍ମୀ ବରୀକୁ ଆସିଥିଲେ
ା ଫଳରେ ରାମଚନ୍ଦ୍ରପୁରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଜାମ ହୋଇ ଯାଇଥିଲା। ବହୁ କର୍ମୀ ସଭାସ୍ଥଳରେ ପହଂଚି
ପାରିନଥିବା ଦେଖିବାକୁ ମିଳିଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବରୀ ବ୍ଲକ ବିଜେଡି ସଭାପତି ସେକ୍ ସଫିକ୍ଉଦ୍ଦିନ,
ଜିଲା ବିଜେଡି ସଂପାଦକ ପ୍ରଦୀପ ଦାସ, ପ୍ରମୁଖ ଉପସ୍ତିତ ଥିଲେ।

Share in top social networks!