ରିଓ ଅଲିମ୍ପିକରେ ଭାରତର ପ୍ରତିନିଧିତ୍ୱ କରିଥିବା ଖେଳାଳୀଙ୍କୁ ସମ୍ବର୍ଧନା ଦେଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

14517386_1126268010790110_8513808490239985549_nରିଓ ଅଲମ୍ପିକରେ ପଦକ ଜିତି ଥିବା ପି.ବି ସିନ୍ଧୁଙ୍କ ସମେତ ତୈଳ କମ୍ପାନୀର ରାଷ୍ଟ୍ରାୟତ ଉଦ୍ୟୋଗ ମାନଙ୍କରେ କାମ କରୁଥିବା ଓ ଏହି ଅଲିମ୍ପିକରେ ଅଂଶଗ୍ରହଣ କରିଥିବା ୨୮ ଜଣ ଖେଳାଳୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ କରିଛନ୍ତି।।

ଏହି ଅବସରରେ ଶ୍ରୀ ପ୍ରଧାନ ଅଲିମ୍ପିକରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳୀ ମାନଙ୍କୁ ଓ ଗେଲ ରଫ୍ତାର ଅଭିଯାନରେ
ବିଜୟୀ ହୋଇଥିବା ୯ ଜଣ ପିଲାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଯୁବ ପ୍ରତିଭା ମାନଙ୍କୁ ପ୍ରୋତ୍ସାହନ ଦେବାର
ଆବଶ୍ୟକତା ରହିଛି। ଦେଶରେ ଖେଳ ଓ ଖେଳାଳୀ ମାନଙ୍କୁ କିପରି ଅଧିକ ପ୍ରୋତ୍ସାହନ ଦିଆଯାଇ ପାରିବ ସେ ନେଇ ସେ ତୈଳ
ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ ମାନଙ୍କୁ କାମ କରିବାକୁ ଆହ୍ୱାନ ଦେଇଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତର ୧୧୭ ଜଣ ଖେଳାଳୀ ରିଓ ଅଲିମ୍ପିକରେ ପ୍ରତିନିଧିତ୍ୱ କରିଥିଲେ। ସେଥି ମଧ୍ୟରୁ ତୈଳ ଓ
ଗ୍ୟାସ କ୍ଷେତ୍ରର ଖେଳାଳୀଙ୍କ ସଂଖ୍ୟା ହେଉଛି ୨୪ ପ୍ରତିଶତ। ଆମକୁ ଖେଳାଳୀ ମାନଙ୍କୁ ଆହୁରି ପ୍ରୋତ୍ସାହନ ଦେବାକୁ ପଡିବ ଯାହା
ଦ୍ୱାରା ଆଗାମୀ ଅଲିମ୍ପିକରେ ଏହା ୫୦ ପ୍ରତିଶତରେ ପହଂଚି ପାରିବ ବୋଲୀ ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ଏହି ଅବସରରେ ରିଓ ଅଲିମ୍ପିକରେ ରୋପ୍ୟ ପଦକ ଜିତିଥିବା ଓ ଭାରତ ପେଟ୍ରୋଲିୟମର ଖେଳାଳୀ ପି.ଭି. ସିନ୍ଧୁଙ୍କ
ତାଙ୍କର ଏହି ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ସିନ୍ଧୁଙ୍କ ମ୍ୟାଚ ସେ ଦେଖିଛନ୍ତିା ତାଙ୍କର କ୍ଷମତା ଓ ଷ୍ଟାମିନାକୁ
ଦେଖିବା ପରେ ସିନ୍ଧୁ ଆଗାମୀ ଅଲିମ୍ପିକରେ ନିଶ୍ଚିତ ଭାବେ ସ୍ୱର୍ଣ ପଦକ ଜିତିବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।
ଶ୍ରୀ ପ୍ରଧାନ କହିଥିଲେ ଯେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମାର୍ଗଦର୍ଶନରେ ଗେଲ ପକ୍ଷରୁ ଗେଲ ରଫ୍ତାର
ନାମରେ ଏକ ଅଭିଯାନ ଆରମ୍ଭ କରା ଯାଇଛି। ଏଥିରେ ୧୦ଟି ରାଜ୍ୟର ୨୫ ହଜାର ପିଲାଙ୍କ ମଧ୍ୟରୁ ୯ ଜଣ ପିଲାଙ୍କୁ ଚୟନ
କରା ଯାଇଛି।

ଶ୍ରୀ ପ୍ରଧାନ କହିଥିଲେ ଯେ ଭଲ ଖେଳୁଥିବା ପିଲା ମାନଙ୍କୁ ସହଯୋଗ ପ୍ରଦାନ କରାଯିବ। ଆଗାମୀ ୨୦୨୦,୨୦୨୪,୨୦୨୮
ଅଲିମ୍ପିକ ରେ ଭାଗ ନେବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ପ୍ରଧାନ ପେଟ୍ରୋଲିୟମ ସ୍ପୋର୍ଟସ ପ୍ରମୋସନ ବୋର୍ଡ ନିର୍ଦେଶ
ଦେଇଥିଲେ।
ଏହି ଅବସରରେ ୨୬ ଜଣ ଖେଳାଳୀ ତଥା ୨ ଜଣ କୋଚଙ୍କୁ ଅର୍ଥରାଶି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ବିପିସିଏଲ ଓ ପେଟ୍ରୋଲିୟମ ସ୍ପୋର୍ଟସ ପ୍ରମୋସନ ବୋର୍ଡ ( ପିଏସପିବି) ଦ୍ୱାରା ମିଳିତ ତତ୍ୱାବଧାନରେ ଆୟୋଜିତ ଏହି
କାର୍ଯ୍ୟକ୍ରମରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ କେ.ଡି. ତ୍ରିପାଠୀ, ଗେଲର ସିଏମଡି ବି.ସି. ତ୍ରିପାଠୀ ତଥା ଆଇଓସିର ଅଧ୍ୟକ୍ଷ
ବି. ଅଶୋକ ଉପସ୍ଥିତ ଥିଲେ।

Share in top social networks!