ଗାଁ ସାଥୀଙ୍କ ସମସ୍ୟାର ସମଧାନ ପାଇଁ ବିଜେପି ବଦ୍ଧପରିକର : ସମୀର ମହାନ୍ତି

bjpରାଜ୍ୟରେ ସରକାରୀ ବ୍ୟବସ୍ଥ୍ରାରେ ସବୁଠାରୁ ତୃଣ ମୁୂଳସ୍ତରରେ ଥିବା ସରକାରୀ ବ୍ୟବସ୍ଥାର ବ୍ୟକ୍ତିମାନେ ସବୁ ସମସ୍ୟା ସତ୍ୱେ କଠିନ୍ ପରିଶ୍ରମ କରୁଛନ୍ତି ମାତ୍ର ସରକାର ସେମାନଙ୍କ ଦାୟିତ୍ୱ ନେଉ ନାହାନ୍ତି ବୋଲି ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକ ବର୍ଷରେ ସମାଜର ତଳ ସ୍ତରରେ ଥିବା ବ୍ୟକ୍ତି ମାନଙ୍କ ଉତ୍ଥାନ ପାଇଁ ଗରିବ କଲ୍ୟାଣ ବର୍ଷରେ ରାଜ୍ୟର ଅବହେଳିତ ଓ ଉପେକ୍ଷିତ ଗ୍ରାମସାଥୀ ମାନଙ୍କର ସମସ୍ୟାକୁ ଗୁରୁତ୍ôର ସହ ନେଇ ସେମାନଙ୍କର ସମସ୍ୟାର ସମାଧାନକୁ ନିର୍ଣ୍ଣାୟକ ସ୍ଥତିକୁ ନେବା ପାଇଁ ଦଳ ସମ୍ପୁର୍ଣ୍ଣ ପ୍ରୟାସ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୦୯ ସାଧାରଣ ନିର୍ବାଚନର ଏକ ବର୍ଷ ପୂର୍ବରୁ ରାଜ୍ୟରେ ଏକ ଲକ୍ଷ ବେକାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ଖୋଦ ମୁଖ୍ୟମନ୍ତ୍ରୀ ସଚିବାଳୟରେ ସମୀକ୍ଷା ବୈଠକ କରି ଘୋଷଣା କରିଥିଲେ। ରାଜ୍ୟର ପ୍ରତ୍ୟେକ ରାଜସ୍ୱ ଗାଁରୁ ଜଣେ ଆବେଦନକାରୀଙ୍କୁ ଗାଁ ସାଥୀ ନିଯୁକ୍ତି ପାଇଁ ସରକାର ଘୋଷଣା କରିଥିଲେ। ସର୍ଚ୍ଚୋଚ ପରୀକ୍ଷା ଏବଂ ସର୍ବୋଚ୍ଚ ନମ୍ବର ଚୟନର ଆଧାର ହେବ ବୋଲି ସରକାର ଘୋଷଣା କରିଥିଲେ। ୨୦୦୦ରୁ ୨୫୦୦ ଟଙ୍କା ମାସିକ ପାରଶ୍ରମିକ ବାବଦରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ଘୋଷଣା କରିଥିଲେ।
ବହୁ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରିର ଆଶା ନେଇ ୨୦୦୯ ନିର୍ବାଚନ ପୂର୍ବରୁ ଗାଁ ସାଥୀ ଭାବରେ ଯୋଗ ଦେଲେ। ସରକାର ବେକାର ଯୁବକ – ଯୁବତୀ ମାନଙ୍କୁ ରାଜନୈତିକ ସ୍ôାର୍ଥ ପାଇଁ ଭରପୁର ଉପଯୋଗ କଲେ। ପରେ ଗାଁ ସାଥୀକୁ ଗ୍ରାମ ସଂଯୋଜକ ଓ ପରେ ‘ମେଟ୍’ ଭାବରେ ନାମିତ କରାଗଲା। ଏହି ଗାଁ ସାଥୀ ମାନେ ଦୀର୍ଘ ଦିନରୁ ସେମାନଙ୍କର ହକ୍ ଓ ସ୍ୱାର୍ଥର ଲଢେଇ ଲଢୁଥିବା ବେଳେ ସରକାରଙ୍କ ଉଦାସୀନତାକୁ ଶ୍ରୀ ମହାନ୍ତି ଦୃଢ ନିନ୍ଦା କରିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ନରେଗା ଯୋଜନାର ଗାଇଡ୍ ଲାଇନ୍ ଅନୁସାରେ ସର୍ବୋଚ୍ଚ ପରୀକ୍ଷା ସର୍ବାଧିକ ନମ୍ବର ତଥା ୨୧ରୁ ୩୫ ବର୍ଷର ଯୁବକ – ଯୁବତୀଙ୍କୁ ଚୟନ କରାଯାଇ ପାରିବ। ସେମାନଙ୍କ ମଧ୍ୟରୁ ସଫଳ ଭାବରେ କାମ କରୁଥିବା ଲୋକଙ୍କୁ ମାସିକ ପୋ୍ରତ୍ସାହନ ରାଶି ପ୍ରଦାନ କରିପାରିବେ। ମାତ୍ର ରାଜ୍ୟ ସରକାର ୨୦୦୯ ପୂର୍ବରୁ ଏକ ଲକ୍ଷ ବେକାରଙ୍କୁ ନିଯୁକ୍ତି ନାଁରେ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଚେଷ୍ଟା କରିଥିଲେ। ୨୦୧୪ ନିର୍ବାଚନ ପୂର୍ବରୁ ସେମାନଙ୍କ ମନରେ ଆଶା ସଂଚାର କରି ପୁଣି ରାଜନୈତିକ ବ୍ୟବହାର କରିବାକୁ ଉଦ୍ୟମ କରିଥିଲେ। ବାରମ୍ବାର ରାଜନୈତିକ ବ୍ୟବହାର କରିବା ପରେ ଏବେ ଏହି ଗାଁ ସାଥୀ ମାନଙ୍କୁ ରାଜ୍ୟ ସରକାର ପ୍ରତାରିତ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଗାଁ ସାଥୀଙ୍କ ଦୁର୍ବାର ଆନେ୍ଦାଳନକୁ ଲକ୍ଷ୍ୟ କରି ଗତ ତା.୦୪-୧୨-୨୦୧୪ରିଖରେ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଗାଁ ସାଥୀ / ମେଟ୍ ମାନଙ୍କୁ ବିଧାନସଭା ପରିସରରେ ନିଯୁକ୍ତିର ନିର୍ଭର ପ୍ରତିଶୁତି ପ୍ରଦାନ କରିଥିଲେ। ମାତ୍ର ରାଜ୍ୟ ସରକାର ପ୍ରତିଶୃତି ପାଳନ କରିବା ପରିବର୍ତେ ବାରମ୍ବାର ପ୍ରତରଣା କରି ଚାଲିଥିବାରୁ ଶ୍ରୀ ମହାନ୍ତି କ୍ଷୋଭ ପ୍ରକାଶ କରିଛନ୍ତି।
ରାଜ୍ୟ ସରକାର ଯେଉଁ ଭଳି ଭାବେ ନିଜସ୍ୱ ପଲିସି ବଳରେ ଗତ ତା.୦୪-୦୮-୨୦୧୩ରିଖରେ ମନରେଗା ଯୋଜନାରେ କାର୍ଯ୍ୟରତ ଜିଆରଏସ ମାନଙ୍କ ମଧ୍ୟରୁ ୩୦ପ୍ରତିଶତ ବ୍ୟକ୍ତିଙ୍କୁ ସଂରକ୍ଷଣ ଭିତିରେ ଭିଏଲଡବ୍ଲ୍ୟୁ ଭାବେ ସ୍ଥାୟୀ ପଦବୀରେ ସ୍ଥାନୀତ କରିଛନ୍ତି ସେହିପରି ଗାଁ ସାଥୀଙ୍କ କ୍ଷେତ୍ରରେ ରାଜ୍ୟ ସରକାର କାହିଁକି କରୁନାହାନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଗାଁ ସାଥୀ ମାନେ ସେମାନଙ୍କର ସମସ୍ୟା ସମ୍ବଳିତ ଦାବି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇବା ପରେ କେନ୍ଦ୍ର ବିଭାଗୀୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନଙ୍କ ସହ ନୂଆ ଦିଲ୍ଲୀ ଠାରେ ଆଲୋଚନା କରି ଫେରିଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମାଜର ତଳ ସ୍ତରରେ ଥିବା ଲୋକ ମାନଙ୍କୁ ବିକାଶର ଲାଭ ପହଂଚାଇବା ପ୍ରାଥମିକତା ହୋଇଥିବା କାରଣରୁ ଗାଁ ସ୍ତରରେ ଯୋଜନାର ସଫଳତାରେ ଗାଁ ସାଥୀ ମାନଙ୍କର ଗୁରୁତ୍ୱପୂର୍ଣ ଯୋଗଦାନ କାରଣରୁ ସେମାନଙ୍କ ସମସ୍ୟାକୁ ସମ୍ବେଦନତାର ସହିତ ବିଚାର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ଗାଁ ସାଥୀଙ୍କ ସମସ୍ୟା ନେଇ ସ୍ପଷ୍ଟୀକରଣ ମଗାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର ପତ୍ରକୁ ସକାରାତ୍ମକ ଭାବରେ ନେଇ ଗାଁ ସାଥୀମାନଙ୍କର ଚାକିରୀର ସ୍ଥିରତା ଓ ଦରମା ସମ୍ବନ୍ଧିତ ଦାବିକୁ କେନ୍ଦ୍ରୀୟ ଗାଇଡଲାଇନ ଆଧାରରେ ମାନି ନେବା ପାଇଁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି।
ରାଜ୍ୟରେ ଗାଁ ସାଥୀଙ୍କ ସମେତ ତଳ ସ୍ତରର ସରକାରୀ କର୍ମଚାରୀ ଆଶା, ଗୃହରକ୍ଷୀ, ଅଙ୍ଗନବାଡି କର୍ମୀ ଅବହେଳିତ ଅବସ୍ଥାରେ ଅଛନ୍ତି ଓ ରାଜ୍ୟ ସରକାର ସେମାନଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ରାଜ୍ୟ ସରକାର ଯଦି ସହୃଦୟତାର ସହିତ ବିଚାର ନ କରି ଟାଳଟୁଳ ନୀତି ଅବଲମ୍ବନ କରିବେ ବିଜେପି ସହସ୍ରାଧିକ ଯୁବକ – ଯୁବତୀଙ୍କ ରୋଜଗାର ଓ ଭବିଷ୍ୟତ ଏବଂ ଏହା ସହ କେନ୍ଦ୍ରୀୟ ଗାଇଡଲାଇନର କଡାକଡି ପାଳନ ପାଇଁ ଗାଁ ସାଥୀ ମାନଙ୍କ ସହିତ ରାଜରାସ୍ତାରେ ଠିଆ ହେବ ବୋଲି ଶ୍ରୀ ମହାନ୍ତି ସ୍ପଷ୍ଟ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଶ୍ରୀ ଗୋଲକ ମହାପାତ୍ର ଏବଂ ରାଜ୍ୟ ସଂପାଦକ ଶ୍ରୀ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।

Share in top social networks!