କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶ୍ରୀଲଙ୍କାର ପେଟ୍ରୋଲିୟମ ମନ୍ତ୍ରୀ ଚାନ୍ଦିମା ବିରାକୋଡିଙ୍କ ସହ ସାକ୍ଷାତ ଆଲୋଚନା

14523240_1126095184140726_8593011301456181217_nକେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ଶ୍ରୀଲଙ୍କାର ପେଟ୍ରୋଲିୟମ ସମ୍ବଳ ବିକାଶ ମନ୍ତ୍ରୀ ଚାନ୍ଦିମା ବିରାକୋଡିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି।

ଏହି ସାକ୍ଷାତ ଆଲୋଚନା ସମୟରେ ଶ୍ରୀଲଙ୍କାରେ ଭାରତ ଦ୍ୱାରା ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ନେଇ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ। ଏଥିରେ ତ୍ରିକୋନମାଲି ଲଙ୍କା ଆଇଓସି ଦ୍ୱାରା ଅପର ଟ୍ୟାଙ୍କ ଫାର୍ମର ବିକାଶ, ପେଟ୍ରୋନେଟ ଏଲଏନଜି ଲିମିଟେଡ ଦ୍ୱାରା କଲମ୍ବୋ ନିକଟରେ କେରାବାଲପିଟିଆ ଠାରେ ଏଲଏନଜି ଟର୍ମିନାଲ, ଗେଲ ଦ୍ୱାରା ସିଟି ଗ୍ୟାସ ବିତରଣ ନେଟବର୍କର ସ୍ଥାପନା ଓ ଶ୍ରୀଲଙ୍କାରେ ସିଏନଜି ଗ୍ୟାସର ବ୍ୟବହାର ସମ୍ପର୍କରେ ଉଭୟଙ୍କ ମଧ୍ୟରେ୍ ଏହି ସାକ୍ଷାତ ବେଳେ ଆଲୋଚନା କରାଯାଇଥିଲା।

ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତ ସରକାରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଶ୍ରୀଲଙ୍କାରେ ଗ୍ୟାସ ଭିତିଭୂମିର ବିକାଶ କରିବାକୁ ଶ୍ରୀଲଙ୍କା ସରକାରଙ୍କ ସହ କାମ କରିବାରୁ ପ୍ରସ୍ତାବ ଦେଇଛି। ଶ୍ରୀଲଙ୍କାରେ ଏଲଏନଜିର ଚାହିଦା ନେଇ ଭାରତୀୟ କମ୍ପାନୀ ମାନେ ସୁନାମଧନ୍ୟ କନସଲ୍ଟାଂଟ ମାନଙ୍କ ଦ୍ୱାରା ଆକଳନ କରାଉଛନ୍ତି ଓ ଏ ସମ୍ପର୍କରେ ଭିତିଭୂମି ବିକାଶ କାମ ଚାଲିଛି। ଶ୍ରୀଲଙ୍କାକୁ ଏ ସହିତ ଏ ସମ୍ପର୍କିତ
ରିପୋର୍ଟ ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ଚାନ୍ଦିମା ବିରାକୋଡି ମଧ୍ୟ ଭାରତ ପକ୍ଷରୁ କରାଯାଉଥିବା ସହଯୋଗକୁ ସ୍ୱାଗତ କରିଥିଲେ।

Share in top social networks!