ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଯାଜପୁର ଗସ୍ତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଯୋରଦାର

amarଆସନ୍ତାକାଲି ମୁଖ୍ୟମ୍ନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଯାଜପୁର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଦିନ ୧୦ଟାରେ ବଡଚଣା ବ୍ଲକର ଖଇରା ଖେଳ ପଡିଆରେ ପହ•ି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ସହିତ ସାଧାରଣ ସଭାରେ ଉଦବୋଧନ ଦେବେ।

ସେହିପରି ବରୀ ବ୍ଲକର ଗୋପବନ୍ଧୁ ଚୌଧୁରୀ କଲେଜ ପଡିଆରେ ଆୟୋଜିତ ସଭାରେ ପହ•ି ସେଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରି ସାଦାରଣ ସଭାରେ ଉଦବୋଧନ ଦେବେ। ପରେ କୋରେଇ ବ୍ଲକ ର ପାଣିକୋଇଲି ଠାରେ ଆୟୋଜିତ ସଭାରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହିତ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କିଲାପାଳ ରଂକନ କୁମାର ଜେନା ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ଯାଜପୁର ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା କରା୍ଇଛି ବୋଲି ଏସିପି ଅବୁପ କୁମାର ସାହୁ କହିଛନ୍ତି। ଉପଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଏସପି ତିନୋଟି ସବାସ୍ଥାଳକୁ ଯାଇ କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି। ସେହିପରି ଦଳର ସୁପ୍ରିମୋ ଆସୁଥିବାରୁ ବିଜେଡି ଦଳ ପକ୍ଷରୁ କର୍ମୀମାନଙ୍କୁ
ଏକଜୁଟ କରି ସଭା ସ୍ଥଳକୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି।

Share in top social networks!