ଜାପାନୀ ଏନସେଫେଲାଇଟିସ ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

14520462_1126060070810904_5709065215432014680_nରାଜ୍ୟର ମାଲକାନଗିରିରେ ଜାପାନୀ ଏନସେଫେଲାଇଟିସ ରୋଗ ଭୟଙ୍କର ଶିଶୁ ମଡକରେ ପରିଣତ ହେବା ଓ ରୋଗ ନିୟନ୍ତ୍ରଣ ବାହାରକୁ ଯିବା ପରିପ୍ରେକ୍ଷୀରେ ଏହି ସ୍ଥିତି ସମ୍ବନ୍ଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ସାକ୍ଷାତ କରି ଅବଗତ କରାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସାକ୍ଷାତ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାପାନୀ ଏନସେଫେଲାଇଟିସ
ରୋଗର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ସେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ
ଅନୁରୋଧ କରିଛନ୍ତି।
ଏହି ରୋଗରେ ପ୍ରଭାବିତ ମାଲକାନଗିରି ଜିଲ୍ଲା ବିକାଶର ସବୁ ମାପଦଣ୍ଡରେ ପଛରେ ରହିବା ସହିତ ମାଓବାଦ ପ୍ରଭାବିତ
ଜିଲ୍ଲା ହୋଇଥିବାରୁ କେନ୍ଦ୍ର ସରକାର ରୋଗର କାରଣ ଓ ନିରାକରଣ ଉପରେ ଗୁରୁତ୍ୱ ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ
ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।
ଶ୍ରୀ ପ୍ରଧାନ ଏହି ଅଂଚଳକୁ ଏକ କେନ୍ଦ୍ରୀୟ ଟିମ ପଠାଇ ଘଟଣାର ସରଜମିନ ସ୍ଥିତି ଦେଖି କେନ୍ଦ୍ର କଣ ସାହାଯ୍ୟ କରି
ପାରିବ ସେଥି ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି।
ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି ଯେ ଓଡିଶାକୁ ଏକ ଟିମ ପଠାଇବା ପାଇଁ
ସେ ବିଚାର କରୁଛନ୍ତି। ଶ୍ରୀ ନଡ୍ଡା ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପାଖରେ
ଯେଉଁ ସବୁ ସୁବିଧା ଉପଲବ୍ଧ ରହିଛି ତୃଣମୂଳ ସ୍ତରରେ ଏହା ସଠିକ ଭାବରେ କିପରି ଲୋକ ମାନଙ୍କ ପାଖରେ ପହଂଚି
ପାରିବ ସେଥି ପାଇଁ ପ୍ରୟାସ କରନ୍ତୁ। ଓଡିଶା ସ୍ଥିତି ସମ୍ପର୍କରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ନିରନ୍ତର
ଯୋଗାଯୋଗରେ ଅଛନ୍ତି ଓ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓଡିଶାର ସ୍ୱାସ୍ଥ୍ୟ ସଚିବଙ୍କ ସହ ଏ ବିଷୟରେ ଆଲୋଚନା କରି
ଯାହା ଆବଶ୍ୟକ ସେ ସମ୍ପର୍କରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ନଡ୍ଡା କହିଛନ୍ତି।

Share in top social networks!