ନିର୍ବାଚିତ ଛାତ୍ର ନେତାଙ୍କ ସହ ପ୍ରତିଦ୍ୱନ୍ଦୀ ଓ ଛାତ୍ର-ଛାତ୍ରୀ ମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା

dpjiରାଜ୍ୟରେ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ସମସ୍ତ ଛାତ୍ର ନେତା ମାନଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ସମସ୍ତ ଛାତ୍ର ନେତା ଏବଂ ନିର୍ବାଚନରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର- ଛାତ୍ରୀ ମାନଙ୍କୁ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି।

କଲେଜ କ୍ୟାମ୍ପସ ମାନଙ୍କରେ ସୁସ୍ଥ ବାତାବରଣରେ ଛାତ୍ର ସଂସଦ ନିର୍ବାଚନ ଯୁବ ନେତୃତ୍ୱ ବିକାଶ ତଥା ରାଜ୍ୟ ଏବଂ ଦେଶର ଗଣତନ୍ତ୍ର ପାଇଁ ବେଶ ଗୁରୁତ୍ୱପୂର୍ଣ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ରାଜ୍ୟରେ ସଦ୍ୟ ସମାପ୍ତ ଛାତ୍ର ସଂସଦ ନିର୍ବାଚନରେ ବଢୁଥିବା ହିଂସାପୂର୍ଣ ଘଟଣା ଉପରେ ଶ୍ରୀ ପ୍ରଧାନ ଉଦବେଗ ପ୍ରକାଶ କରିଛନ୍ତି। କ୍ୟାମ୍ପସରେ ଅଶାନ୍ତି ଓ ହିଂସା କାଣ୍ଡ ଘଟଣା କାରଣରୁ ନିର୍ବାଚନ ପ୍ରକ୍ରିୟା ବନ୍ଦ କରାଯିବା
ଉତର ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଛାତ୍ର- ଛାତ୍ରୀ ମାନେ ବିଭିନ୍ନ ରାଜନୈତିକ ବିଚାରରେ ବିଶ୍ୱାସ କରିବା ଏବଂ କ୍ୟାମ୍ପସରେ ବୈଚାରିକ ଓ ପ୍ରସଙ୍ଗଭିତିକ ବିତର୍କ କରିବା ଗଣତନ୍ତ୍ର ପାଇଁ ହିତକର ବୋଲି ଶ୍ରୀ ପ୍ରଧାନ ଏହି ପରିପ୍ରେକ୍ଷୀରେ କହିଛନ୍ତି। ହିଂସା ପରିବର୍ତେ ଗଣତାନ୍ତ୍ରିକ ବିତର୍କ ମାଧ୍ୟମରେ ନିଜ ଗୁରୁତ୍ୱକୁ ପ୍ରତିପାଦିତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି।

Share in top social networks!