କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂହେ ବଙ୍ଗଳାଦେଶର ଶକ୍ତି ମନ୍ତ୍ରୀ ନସରୁଲ ହମିଦଙ୍କ ସହ ପୃଥକ- ପୃଥକ ଆଲୋଚନା

srilankan-pmକେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିନ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂହେ ଓ ବଙ୍ଗଳାଦେଶର ଶକ୍ତି, ବିଜୁଳି ଓ ଖଣିଜ ସମ୍ପଦ ବିଭାଗର ମନ୍ତ୍ରୀ ନସରୁଲ ହମିଦଙ୍କ ସହ ପୃଥକ- ପୃଥକ ଭାବେ ଆଲୋଚନା କରିଛନ୍ତି।

ଶ୍ରୀ ପ୍ରଧାନ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରନିଲ ବିକ୍ରମ ସିଂହେଙ୍କ ସହ ଆଲୋଚନା ବେଳେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା
ଦ୍ୱିପାକ୍ଷିକ ତୈଳ ଓ ଗ୍ୟାସ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିଥିଲେ। ଶ୍ରୀଲଙ୍କାରେ ରିଟେଲ କ୍ଷେତ୍ରରେ ଇଣ୍ଡିଆନ ଅଏଲର
ଉପସ୍ଥିତି ରହିଥିବା ବେଳେ ଆଗାମୀ ଦିନରେ ଭାରତ ଶ୍ରୀଲଙ୍କାରେ ତୈଳ ଷ୍ଟୋରେଜ, ଗ୍ୟାସ ବ୍ୟବସାୟ ଓ ରିଫାଇନିଂ କ୍ଷେତ୍ରରେ
ବାଣିଜ୍ୟକୁ ବଢାଇବାର ଯୋଜନା ରଖିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସେହିପରି ବଙ୍ଗଳାଦେଶର ଶକ୍ତି, ବିଜୁଳି ଓ ଖଣିଜ ସମ୍ପଦ ବିଭାଗର ମନ୍ତ୍ରୀ ନସରୁଲ ହମିଦଙ୍କ ସହ ଆଲୋଚନାରେ ଉଭୟ ଦେଶ
ମଧ୍ୟରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଚାଲିଥିବା ପ୍ରକଳ୍ପ ଗୁଡିକ ଚର୍ଚା ହୋଇଥିଲା।
ପେଟ୍ରୋଲିୟମ ଉତ୍ପାଦ ଗୁଡିକୁ ନେଇ ଟ୍ରକ ଗୁଡିକୁ ବଙ୍ଗଳାଦେଶ ଦେଇ ମେଘାଳୟ ଓ ତ୍ରିପୁରାକୁ ଯିବା ପାଇଁ ଭାରତ ସରକାରଙ୍କୁ
ଅନୁରୋଧକୁ ସ୍ୱୀକାର କରିଥିବାରୁ ଏହି ଆଲୋଚନା ସମୟରେ ଶ୍ରୀ ପ୍ରଧାନ ବଙ୍ଗଳାଦେଶକୁ ଧନ୍ୟବାଦ ଦେଇଥିଲେ। ଉତର ପୂର୍ବ
ରାଜ୍ୟ ମାନଙ୍କରେ ପେଟ୍ରୋଲିୟମ ଉତ୍ପାଦର ଅଭାବ କାରଣରୁ ଭାରତ ସରକାର ଆଇଓସିଏଲର ଟ୍ରକ ଗୁଡିକୁ ବଙ୍ଗଳାଦେଶ ଦେଇ
ଯିବାକୁ ଅନୁମତି ଦେବା ପାଇଁ ଗତ ଅଗଷ୍ଟ ମାସରେ ଅନୁରୋଧ କରିଥିଲେ ଓ ବଙ୍ଗଳାଦେଶ ସରକାର ଏହାକୁ ଅନୁମତି
ଦେଇଥିଲେ।
ଏହି ଆଲୋଚନା ସମୟରେ ଶ୍ରୀ ପ୍ରଧାନ ନୁମାଲିଗଢ ରିଫାଇନାରିଜ ଲିମିଟେଡ (ଏନଆରଏଲ)ର ସିଲିଗୁଡି ଟର୍ମିନାଲରୁ
ବଙ୍ଗଳାଦେଶ ପେଟ୍ରୋଲିୟମ କର୍ପୋରେସନର ପାର୍ବତୀପୁର ଡିପୋ ଯାଏ ହାଇ ସ୍ପିଡ ଡିଜେଲ ଯୋଗାଣ ସମ୍ପର୍କରେ ଆଲୋଚନା
କରିଥିଲେ। ୨୦ ବର୍ଷ ପାଇଁ ହାଇ ସ୍ପିଡ ଡିଜେଲ ଯୋଗାଣ ଓ ବିକ୍ରୀ ସମ୍ପର୍କରେ ଉଭୟ କମ୍ପାନୀ ସହମତ ହୋଇ ସାରିଛନ୍ତି ଓ ଏ
ଦିଗରେ ଉଭୟ ପକ୍ଷ କାମ କରୁଛନ୍ତି।
ଏହା ବାଦ ଏହି ଆଲୋଚନାରେ ବଙ୍ଗଳାଦେଶରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନେଇ ଆଲୋଚନା କରାଯାଇଥିଲା।
ବଙ୍ଗଳାଦେଶର ଚଟ୍ଟଗ୍ରାମରେ ଆଇଓସିଏଲ ଦ୍ୱାରା ପ୍ରସ୍ତାବିତ ଏଲପିଜି ରପ୍ତାନୀ ଟର୍ମିନାଲର ସ୍ଥାପନା ଓ ଆଗକୁ ସଡକ ମାର୍ଗରେ
ନେଇ ତ୍ରିପୁରା ବଟଲିଂ ପ୍ଲାଂଟ ଯାଏ ନେବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଚଟଗ୍ରାମ ଠାରେ ଇଂଜିନିୟର୍ସ ଇଣ୍ଡିଆ ଲିମିଟେଡ ଦ୍ୱାରା ପିଏମସି କାମର ମଧ୍ୟ ଉଭୟ ମନ୍ତ୍ରୀ ସମୀକ୍ଷା କରିଥିଲେ। ବଙ୍ଗଳାଦେଶର
ଉଚ୍ଚ ଅଟ୍ଟାଳିକା ଓ ଆପାର୍ଟମେଂଟ ମାନଙ୍କରେ ଏଲପିଜି ଯୋଗାଣ ନେଟବାର୍କ ସ୍ଥାପନା କରିବା ପାଇଁ ବଙ୍ଗଳାଦେଶର ମନ୍ତ୍ରୀ
ନସରୁଲ ହମିଦ ଭାରତର ସହଯୋଗ କାମନା କରିବା ସହିତ ହାଇଡ୍ରୋ କାର୍ବନ କ୍ଷେତ୍ରରେ ତାଙ୍କ ଦେଶର ଲୋକଙ୍କୁ ତାଲିମ ପାଇଁ
ଅନୁରୋଧ କରିଥିଲେ। ଭାରତ ଏହି ସବୁ କ୍ଷେତ୍ରରେ ସମ୍ପୂର୍ଣ ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

Share in top social networks!
Powered By Indic IME