ପ୍ରବାଦ ପୁରୁଷ ବିଜୁ ବାବୁ ପ୍ରକୃତ ରାଷ୍ଟ୍ରନେତା : ଶକ୍ତି ମନ୍ତ୍ରୀ ଶ୍ରୀ ଦାସ

pranabପ୍ରବାଦ ପୁରୁଷ ବିଜୁ ପଟନାୟ ଅତି ମାନବୀୟ ଚିନ୍ତାଧାରାର ଜଣେ ପୃକୃତ ରାଷ୍ଟ୍ରନେତା ଥିଲେ ବୋଲି ରାଜ୍ୟ ଶକ୍ତି, ସୂଚନା ପ୍ରଯୁ୍ୟକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ (ବବି) ମତବ୍ୟକ୍ତ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଗୈା•ମ ବୁଦ୍ଧ ସଂସ୍କୃତି ଭବନଠାରେ ଜିଲ୍ଲା ସ୍ତରୀୟ ବିଜୁ ଜନ୍ମ ଶତବାର୍ଷିକି ଆଲୋଚନା ଚକ୍ରକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ଦାସ ବିଜୁ ବାବୁ ଦୃଢ଼ ସାହାସିକାତାର ପ୍ରତୀକ ଓ ବିଶ୍ୱାସ ଏବଂ ଭରସାର ଉଦାହରଣ ବୋଲି କହିଥିଲେ। ବିଜୁ ବାବୁଙ୍କ ଆଦର୍ଶ, ଚରିତ୍ର ଓ କର୍ମ କୁଶଳତା ସମଗ୍ର ବିଶୃକୃତ କରିଛି।

ଇଣ୍ଡୋନେସିଆ, ଋଷି୍ରଆ ଭଳି ଅନେକ ଦେଶର ଲୋକ କଥାରେ ନାୟକ ଭାବେ ବିଜୁ ବାବୁଙ୍କର ନାମ ରହିଛି। କେବଳ ଓଡ଼ିଶା କାହିଁକି ସଗମ୍ର ଦେଶରେ ବିଜୁ ବାବୁଙ୍କ ବିରଳ ବ୍ୟକ୍ତିତ୍ୱର ପଟାନ୍ତର ନାହିଁ। ଉ•ର ପିଢ଼ୀଙ୍କ ପାଇଁ ବିଜୁବାବୁ ପ୍ରେରଣା ଓ ସାହାସର ଉସô ହୋଇ ରହିଥିଲେ ବୋଲି ଶ୍ରୀ ଦାସ କହିଥିଲେ। ସମ୍ମାନୀତ ଅତିଥି ଭାବେ ସାଂସଦ ରୀତା ତରାଇ ବିଜୁ ବାବୁଙ୍କୁ ମୁକୁଟ ବିହୀନ ସମ୍ରାଟ ବୋଲି ଅଭିହିତ କରିବା ସହ ବିଜୁ ବାବୁ ଓଡ଼ିଶା ବିକାଶ ପାଇଁ ଯାହା କରିଯାଇଛନ୍ତି ତାହା ତାଙ୍କୁ ଚୀର ଅମରକରି ରଖିଥିବ ବୋଲି କହିଥିଲେ। ବିଧାୟକ ଅମର ପ୍ରସାଦ ଶତପଥି ବିଜୁ ବାବୁଙ୍କ ସହ ତାଙ୍କ ସଂପର୍କ ଆଲୋକପାତ କରିବା ସହ ପ୍ରତ୍ୟେକ୍ଷ ଅନୁଭୂତି ସଦା ଜୀବନ୍ତ ବୋଲି କହିଥିଲେ। ୧୯୭୩ ଠାରୁ ବିଜୁ ବାବୁଙ୍କ ମୃତୁ୍ୟ ପର୍ଯ୍ୟନ୍ତ ତାଙ୍କ ସଂଶ୍ପର୍ଶରେ ଆସି ନିଜେ ଧୂରୀତ, ତୁଙ୍ଗ, ସାହାସୀ କର୍ମକୁଶଳୀ, ଅଦମ୍ୟ ଉସôାହୀ ମଣିଷକୁ ଅନୁଭବ କରି ଥିଲେ ବୋଲି ମତଦେଇଥିଲେ।

ପ•ାୟତ ରାଜି ବ୍ୟବସ୍ଥାରେ ଏକ ତୃତୀୟାଂଶ ମହିଳାଙ୍କ ସଂରକ୍ଷଣ, ତ୍ରୀସ୍ତରୀୟ ପ•ାୟତ ବ୍ୟବସ୍ଥାର ପ୍ରଚଳନ, ଶିଳ୍ପାୟନ ଇତ୍ୟାଦି ପ୍ରବ•ର୍ନ ସହ ଗରୀବର ଜିତ ନାହିଁ ବୋଲି କହି ବିଜୁ ବାବୁ ଆର୍ଥିକ ସଂସ୍କାରକୁ ମଜବୁଦ୍ କରିଥିଲେ ବୋଲିସେ କହିଥିଲେ। ମୁଖ୍ୟ ବକ୍ତାଭାେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଚନ୍ଦ୍ରଭାନୁ ପଟନାୟକ ୬୮ ଇ•ର ଛାଟ ଓ ବିଶାଳ ହୃଦୟର ମଣିଷଟିଏ ବିଜୁ ବାବୁ ଥିଲେ ବୋଲି କହିବା ସହ ବିଜୁ ବାବୁଙ୍କ ବିବିଧ ବ୍ୟକ୍ତିତ୍ୱ, ଦୁଃସାହାସ, ଅଦସ୍ୟ ଉସôାହ ସଂପର୍କରେ ବ୍ୟାପକ ଗବେଷଣା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହୋଇ ପାରିବ ବୋଲି କହିଥିଲେ।୩
ଟି ଦେଶର ସ୍ୱାଧୀନତା ଆନେ୍ଦାଳନରେ ତାଙ୍କ ଅବଦାନ ତାଙ୍କୁ ସେହି ରାଷ୍ଟ୍ର ମାନଙ୍କର ରାଷ୍ଟ୍ର ନେତାର ସମ୍ମାନ ଦେଇଛି। ବିଜୁ ବାବୁଙ୍କ ବ୍ୟକ୍ତିତ୍ୱର
ଛାପ ଆଜି ମ୍ମ ସମସ୍ତ ଓଡ଼ିଶା ବାସୀଙ୍କୁ ଆଚ୍ଛନ କରି ରଖିଛି ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ। ଜିଲ୍ଲାପାଳ ରଂଜନ କୁମାର ଦାସ ଏଥିରେ
ସଭାପତିତ୍ୱ କରିବା ସହ ବିଜୁ ବାବୁ ଜନ ମାସନରନେତା, ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର ବୋଲି ଯାହା କୁହାଯାଏ ବାସ୍ତବିକ ସେହି ପ୍ରବାଦ
ଚୀର ସ୍ମରଣୀୟ ବୋଲି କହିଥିଲେ। ତାଙ୍କ ସଂପର୍କରେ ଆଗାୀ ପିଢ଼ୀ ବିଶେଷ ଭାବରେ ଅବଗତହେବାକୁ ସେ ଯାହା ଆହ୍ୱାନ ଦେଇଥିଲେ ଜିଲ୍ଲା
ପରିଷଦ ଅ୍ମକ୍ଷ ଇଂ ସୁଶାନ୍ତ କୁମାର ମିଶ୍ର ବିଜୁ ବାବୁ ବହୁ ମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି କହିବା ସହ ପ•ାୟତରାଜ ବ୍ୟବସ୍ଥାର ସୃଦୃଢ଼ୀ
କରଣ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ। ପ୍ରାରମ୍ଭରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ବ୍ରଜ ଗୋପାଳ
ଆଚାର୍ଯ୍ୟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ମାନେ ବିଜୁ ବାବୁଙ୍କ ଉପରେ ପ୍ରକାଶିତ ପ୍ରବନ୍ଧ ସ୍ମରଣୀୟ ଆଲେଖ୍ୟକୁ
ଉନ୍ମୋଚନ କରିଥିଲେ। ଅ୍ମାପକ ଦାମୋଦର ବେହେରା ମ• ପରିଚାଳନା କରିଥିଲେ। କୈଳାସ ବେହେରା ଓ ସାଥୀମାନେ ସ୍ୱାଗତ ସଂଙ୍ଗୀତ
ପରିବେଷର କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଳାପାଳ ଶରତ କୁମାର ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ।

Share in top social networks!