ଭୋଡାଫୋନ୍ ପକ୍ଷରୁ ଭୋଡାଫୋନ୍ ସୁପରନେଟ୍, ଏହାର ଶ୍ରେଷ୍ଠ ନେଟ୍ୱର୍କ ଓଡ଼ିଶାରେ ଉନ୍ମୋଚିତ

vodafonesupernetସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର ଭାବେ ଓଡ଼ିଶା ଭୋଡାଫୋନ୍ ଗ୍ରାହକଙ୍କ ପାଇଁ ୫୦୦ ଏମ୍ବି ଡାଟା ମାଗଣା
ଭୋଡାଫୋନ୍ ସୁପରନେଟ୍
-ସୁପର ସ୍ପିଡ୍-ଯେ କୌଣସି ସ୍ଥାନରୁ ଭିଡିଓ କଲ୍ କରିପାରିବେ
-ସୁପର ବିଷୟବସ୍ତୁ: ଲାଇଭ୍ ଟିଭି ଓ ଏଚ୍ଡି ମୁଭି ଅନ୍ ଡିମାଣ୍ଡ୍ ଉପଭୋଗ କରିପାରିବେ
-ସୁପର ଷ୍ଟ୍ରିମ୍:ଏଚ୍ଡି ଭିଡିଓ ତକ୍ରାଳ ଦେଖନ୍ତୁ
-ସୁପର ଏଚ୍ଡି ଭଏସ୍: କୋଳାହଳ କମ୍ ବିଶିଷ୍ଟ ଏଚ୍ଡି ସ୍ପଷ୍ଟତା ସହ କଥାବାର୍ତା ହୁଅନ୍ତୁ
-ସୁପର ଡିଭାଇସ୍: ଡିଭାଇସ୍ ପାର୍ଟନର୍ସିପ୍ ସହିତ ଭଏସ୍ ଓ ଡାଟା ସୁବିଧାକ
ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ ଭୋଡାଫୋନ୍ ପକ୍ଷରୁ ଆଜି ଭୋଡାଫୋନ୍ ସୁପରନେଟ୍, ଓଡ଼ିଶାରେ ଏହାର ଶ୍ରେଷ୍ଠ ନେଟୱର୍କ ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ଭୋଡାଫୋନ୍ ଗ୍ରାହକମାନେ ଏବେ ସୁପରିୟର୍ ନେଟୱର୍କ ଅନୁଭୂତି ହାସଲ କରିପାରିବେ ଓ ବିଶ୍ୱାସ ସହ ସବୁ ବେଳେ, ସେମାନଙ୍କ ସମସ୍ତ ପ୍ରକାର ଭଏସ୍ ଓ ଡାଟା ଆବଶ୍ୟକତା ପାଇଁ ସଂଯୋଗ ରକ୍ଷା କରିପାରିବେ।
ଭୋଡାଫୋନ୍ ସୁପରନେଟ୍କୁ ଉନ୍ମୋଚନ କରି ନବୀନ ଚୋପ୍ରା, ମୁଖ୍ୟ ଅପରେଟିଂ ଅଫିସର, ଭୋଡାଫୋନ୍ ଇଣ୍ଡିଆ କହିଛନ୍ତି ଯେ, “ଆମେ ଏକ ଆଧୁନିକ, ବିସ୍ତୃତ ଓ ଭବିଷ୍ୟତ ପାଇଁ ଉପଯୁକ୍ତ ଟେଲିକମ୍ ନେଟୱର୍କ ବିକଶିତ କରିବା ପାଇଁ ରଣନୀତିପୂର୍ଣ୍ଣ ନିବେଶ କରିଛୁ। ଭୋଡାଫୋନ୍ ସୁପରନେଟ୍ ଗ୍ରାହକଙ୍କ ପାଇଁ ମୋବାଇଲ୍ ଇଂଟରନେଟ୍ ନେଟୱର୍କରେ ଉନ୍ନତି ଆଣିପାରିବ। ଶୀଘ୍ର ଭିଡିଓ ଓ ମୁ୍ୟଜିକ୍ ଡାଉନ୍ଲୋଡ୍/ଅପ୍ଲୋଡ୍ ହେବ ଓ ସେମାନଙ୍କ ପସନ୍ଦର ଆପ୍ ବ୍ୟବହାର କରିବା ବହୁତ ସହଜ ହେବ। ଗ୍ରାହକମାନେ ଏଚ୍ଡି ଭଏସ୍ ସ୍ପଷ୍ଟତା ହାସଲ କରିପାରିବେ।’’
ଭୋଡାଫୋନ୍ ଇଣ୍ଡିଆ ପାଇଁ ଓଡ଼ିଶା ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଓ ଉଦୀୟମାନ ବଜାର। ଗ୍ରାହକମାନଙ୍କ ବର୍ଧିତ ବ୍ୟବହାର ଓ ସର୍କଲ୍ରେ ବେଗ ବୃଦ୍ଧିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୋଡାଫୋନ୍ ଏ ପର୍ଯ୍ୟନ୍ତ ଏହାର ନେଟୱର୍କକୁ ବଢ଼ାଇବା ପାଇଁ, ଆଧୁନିକୀକରଣ କରିବା ଓ ଏକ ପ୍ରଯୁକ୍ତି ଓ ଶକ୍ତି ମିତବ୍ୟୟୀ ନେଟୱର୍କ ବିକଶିତ କରିବାରେ ୨୦୦୦ କୋଟି ଟଙ୍କା ନିବେଶ କରିସାରିଲାଣି। ଓଡ଼ିଶାରେ ହଜାର ହଜାର ମଲ୍ଟି ବ୍ରାଣ୍ଡ୍ ଆଉଟ୍ଲେଟ୍ ଗ୍ରାହକଙ୍କ ମାନଙ୍କ ପାଖ ପଡ଼ୋଶୀରେ ରହିଛି ଯେଉଁଠାରୁ ସେମାନେ ଭୋଡାଫୋନ୍ର ବିଭିନ୍ନ ସେବା ଓ ଉତ୍ପାଦ ହାସଲ କରିପାରୁଛନ୍ତି। ବିକ୍ରି ଓ ଗ୍ରାହକ ଅନୁଭୂତିକୁ ପରିଚାଳନା କରିବା ପାଇଁ ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକରେ ଭୋଡାଫୋନ୍ର ୨୧୫ ଭୋଡାଫୋନ୍ ବ୍ରାଣ୍ଡେଡ୍ ଷ୍ଟୋର୍ ଭଳି ବୃହତ ଖୁଚୁରା ଅବସ୍ଥିତି ରହିଛି।
ଭୋଡାଫୋନ୍ ସୁପରନେଟ୍ର ଅନୁଭୂତି ନେବା ପାଇଁ ଓଡ଼ିଶାର ସମସ୍ତ ଗ୍ରାହକଙ୍କୁ ସ୍ୱାଗତ କରି ଦୀପକ ସାଲୁଜା, ବ୍ୟବସାୟ ମୁଖ୍ୟ-ଓଡ଼ିଶା, ଭୋଡାଫୋନ୍ ଇଣ୍ଡିଆ କହିଛନ୍ତି ଯେ, “ଗ୍ରାହକଙ୍କ ଅନୁଭୂତି ବଢ଼ାଇବାରେ ଗୁଣାତ୍ମକ ନେଟୱର୍କ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ। ଏକ ପ୍ରତିଶ୍ରୁତିବଦ୍ଧ ଟେଲିକମ୍ ସେବା ପ୍ରଦାନକାରୀ ଭାବେ, ଆମର ଗ୍ରାହକମାନେ ବହୁତ କିଛି ଆଶା କରନ୍ତି। ଭୁବନେଶ୍ୱରରୁ ଆରମ୍ଭ କରି, ଆମେ ଖୁବ୍ଶୀଘ୍ର ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ଅଂଚଳକୁ ଭୋଡାଫୋନ୍ ସୁପରନେଟ୍ ସଂପ୍ରସାରିତ କରିବୁ। ସୁପରିୟର ଭଏସ୍ ଓ ଇଂଟରନେଟ୍ ଅନୁଭୂତିର ଶକ୍ତି ଥିବା ଭୋଡାଫୋନ୍ ସୁପରନେଟ୍୍କୁ ଉପଭୋଗ କରିବାକୁ ଆମେ ସମସ୍ତ ମୋବାଇଲ୍ ଗ୍ରାହକଙ୍କୁ ଆହ୍ୱାନ ଦେଉଛୁ।’’
ଓଡ଼ିଶାରେ ଭୋଡାଫୋନ୍ର ଗ୍ରାହକମାନେ ସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର ଭାବେ ଭୋଡାଫୋନ୍ ସୁପରନେଟ୍ରେ ନିରବଚ୍ଛିନ ଭାବେ ମାଗଣାରେ ୫୦୦ ଏମ୍ବି ଡାଟା ବ୍ୟବହାର କରିପାରିବେ। ଗ୍ରାହକମାନେ ନିଜର ବ୍ୟକ୍ତିଗତ ଆବଶ୍ୟକତା ଅନୁସାରେ ଏକ ପୂର୍ଣ୍ଣ ବାସ୍କେଟ୍ରୁ ଆକର୍ଷଣୀୟ ଟାରିଫ୍ ପ୍ଲାନ୍ ଚୟନ କରିପାରିବେ।

Share in top social networks!