ବିଜେଡି, କଂଗ୍ରେସ ଦଳର ବହୁ ନେତାଙ୍କ ସମେତ ବହୁ ପୂର୍ବତନ ସୈନିକ, ବୁଦ୍ଧିଜୀବିଙ୍କ ବିଜେପିରେ ଯୋଗଦାନ

bjpdhenknalପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ସାଧାରଣ ଜନତାଙ୍କ ଆସ୍ଥା ଏବଂ ବିଶ୍ୱାସ କ୍ରମଶଃ ବଢିବାରେ ଲାଗିଛି। ଦେଶରେ ବିକାଶ ଏବଂ ସମୃଦ୍ଧିକୁ ନେଇ ନୂତନ ବାତାବରଣ ସୃଷ୍ଟି ହୋଇଛି। ଯୁବ, ଛାତ୍ରଙ୍କ ମଧ୍ୟରେ ଆଶା ଉଜ୍ଜିବିତ ହୋଇଛି। ସମାଜର ତଳ ସ୍ତରରେ ବାସ କରୁଥିବା ଅବହେଳିତମାନଙ୍କ ପାଖକୁ ବିକାଶକୁ ପହଂଚାଇବା ପାଇଁ ଯୋଜନାମାନ ଶୁଭାରମ୍ଭ ହୋଇଛି। ଦେଶକୁ ଦୁର୍ନିତୀ, ଅରାଜକତା ଆଦିରୁ ମୁକ୍ତ କରି ବିଶ୍ୱର ଏକ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱ ହିଁ ସକ୍ଷମ। ତେଣୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦିଙ୍କ ନୀତି ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ୍ଭେମାନେ ବିଜେପିରେ ଯୋଗ ଦେଇଛୁ ବୋଲି ରାଜ୍ୟର ବିଭିନ୍ନାଂଚଳରୁ ଆସି ନୂତନ ଭାବେ ଯୋଗଦାନ କରିଥିବା ବହୁ ନେତା, ଅବସରପ୍ରାପ୍ତ ସୈନିକ, ବୁଦ୍ଧିଜିବୀ ଏବଂ ବିଶିଷ୍ଠବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି।
ଶାସନକୁ ଆସିବାର ମାତ୍ର ଦୁଇ ବର୍ଷ ମଧ୍ୟରେ ନିଜର ଦକ୍ଷ ଓ ସ୍ୱଚ୍ଛ ଶାସନ ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ମାନ୍ୟତା ସୃଷ୍ଟି କରିପାରିଥିବା ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସମସ୍ତ ଭାରତବାସୀ ଆଜି ଗର୍ବ ପ୍ରକାଶ କରୁଛି। ଅନ୍ୟପଟେ ଓଡିଶାରେ ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ପାଇଁ ଓଡିଶାବାସୀ ସମଗ୍ର ବିଶ୍ୱରେ ଲଜ୍ଜିତ ଓ ନିନ୍ଦିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ଏହି ପ୍ରତିଷ୍ଠିତ ବ୍ୟକ୍ତିମାନେ ବିଜେପିରେ ଯୋଗ ଦେଇଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା। ଶ୍ରୀ ପଣ୍ଡା ଦଳର ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ରାଜ୍ୟର ବିଭିନ୍ନ ଗ୍ରାମାଂଚଳକୁ ଯାଇ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ କରିବାକୁ ଆହ୍ୱାନ ଦେଇଛନ୍ତି।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳର ପ୍ରମୁଖ ନେତାମାନଙ୍କ ଉପସ୍ଥିତି ଏବଂ ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଭିନ୍ନ ରାଜନୈତିକ ଦଳର ନେତା, ଅବସରପ୍ରାପ୍ତ ସୈନିକ, ବୁଦ୍ଧିଜୀବିମାନେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଥିଲେ। ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ସମେତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ବିଧାୟକ ଦଳନେତା କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଓ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ପ୍ରଦୀପ ପୁରୋହିତ ଓ ଦୁର୍ଯୋଧନ ମାଝୀ ପ୍ରମୁଖ ଏହି ସ୍ୱାଗତ ସମାରୋହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

କଳାହାଣ୍ଡି ଯୁବରାଜ ଅନନ୍ତ ପ୍ରତାପ ଦେଓ, ଖରିଆର ଏନଏସିର ପୂର୍ବତନ ଚେୟାରମ୍ୟାନ ନିମାଇଁ ତାଣ୍ଡି, ଲେଫ୍ଟେନାଂଟ ଗେନେରାଲ ନାରାୟଣ ମହାନ୍ତି, ବ୍ରିଗାଡିୟର ସୁଶାନ୍ତ ମିଶ୍ର, କର୍ଣ୍ଣେଲ ଅନିରୁଦ୍ଧ ନାଥ,କର୍ଣ୍ଣେଲ ପରମେଶ୍ୱର ପଣ୍ଡା, କର୍ଣ୍ଣେଲ ଲକ୍ଷ୍ମୀଧର ପରିଡା ଦଳରେ ଯୋଗ ଦେଇଛନ୍ତି।
ଅନୁଗୁଳ ଜିଲ୍ଲା ଜିଲ୍ଲା ସଭାପତି ଭାଗିରଥୀ ପ୍ରଧାନ, ଅଶୋକ ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦି ସାମଲଙ୍କ ନେତୃତ୍ୱରେ କୁମୁରସିଂହା ଗ୍ରାମ ପଂଚାୟତର ବିଜେଡି ସଭାପତି ଅନୁଜ ଦେହୁରୀ, ପୂର୍ବତନ ସଭାପତି ପରମାନନ୍ଦ ବିଶ୍ୱାଳ, କଂଗ୍ରେସ ସଭାପତି ସଂଜୟ ଦେହୁରୀ, ଆଠମଲ୍ଲିକ ଯୁବ ବିଜେଡି ନେତା ଦିଲୀପ କୁମାର ଶତପଥୀ, ଠାକୁରଗଡ ଜିଲ୍ଲା ପରିଷଦ ସଭ୍ୟ ତଥା କଂଗ୍ରେସ ନେତା ରବିନ୍ଦ୍ର ବେହେରା, ଜରାସିଂହା ଗ୍ରାମର ପ୍ରମୋଦ ପ୍ରଧାନ, ସୁଭଦ୍ରା ପ୍ରଧାନଙ୍କ ସମେତ ତାଙ୍କ ଶତାଧିକ ଦଳୀୟ କର୍ମୀ ଯୋଗଦାନ କରିଛନ୍ତି।
ଢେଂକାନାଳ ଜିଲ୍ଲା ସଭାପତି ବିଭୁତି ପ୍ରଧାନ, କୃଷ୍ନଚନ୍ଦ୍ର ପାତ୍ର, ପୂର୍ବତନ ସାଂସଦ ରୁଦ୍ର ପାଣି, ଲକ୍ଷ୍ମୀଧର ବେହେରାଙ୍କ ନେତୃତ୍ୱରେ ବିଜେଡି ଜିଲ୍ଲା ସଂପାଦକ ଦିଲୀପ ପଟ୍ଟନାୟକ, ନୂଆଗାଁ ସମିତି ସଭ୍ୟ ଧରମାନନ୍ଦ ସେନାପତି, ପୂର୍ବତନ ରାସୋଳ ଜିଲ୍ଲା ପରିଷଦ ସଭ୍ୟା ସବିତା ପଟ୍ଟନାୟକ, ପୂର୍ବତନ ସରପଂଚ ନିରାଦା ପ୍ରଧାନ, ନିରୁପମା ରାଉତ, ଲିଂଗରାଜ ସେନାପତି, ସୁବାଷ ଚନ୍ଦ୍ର ପାଣି, ପୂର୍ବତନ ସମିତି ସଭ୍ୟା ପ୍ରସନ୍ନ ବେହେରା, ରାସୋଳ ପାଣି ପଂଚାୟତ ସଭାପତି ପ୍ରତାପ ନାଥ, ସାମ୍ବାଦିକ ଲୁଲୁ ସରାଙ୍କ ସମେତ ଅଜୟ ଭଂଜ, ପରମାନନ୍ଦ ସାହୁ, ପ୍ରମୋଦ ସାମଲ, ରସାନନ୍ଦ ସାହୁ, ସନାତନ ସାହୁ, ପବିତ୍ର ମୋହନ ସାହୁ, ବିଜୟ ସାହୁ, ଦୀପକ ପତି, ଦେବରାଜ ପଣ୍ଡା, ୱାହି ଗୋଚ୍ଚାୟତ, ଦିବାକର ବେହେରା, ପରଜଂଗ ନିର୍ବାଚନ ମଣ୍ଡଳୀର ପ୍ରମୋଦ ନନ୍ଦ, ହାଡିବନ୍ଧୁ ବେହେରା, ଜ୍ଞାନରଂଜନ ବେହେରା, ନନ୍ଦ କିଶୋର ବେହେରା, ପ୍ରବୀଣ ସାହୁ, ନିର୍ମଳ ବେହେରା, ଗୁଣନିଧି ବିଶ୍ୱାଳ, ଶରତ ନାଏକ, ରବିନାରାୟଣ ନାଏକ, କରୁଣାକର ସିଂ, କୈଳାଶ ସିଂ, ଅରୁଣ ସେଠ୍, ଦିବାକର ବେହେରା, ଶରତ ସାହୁ, ଦୁଃଖବନ୍ଧୁ ମହାପାତ୍ର ପ୍ରମୁଖ ନିଜ ନିଜ ଶତାଧିକ ସହକର୍ମୀଙ୍କ ସମେତ ବିଜେପିରେ ଯୋଗଦାନ କରିଛନ୍ତି।
ରାଜ୍ୟ ପ୍ରବକ୍ତା ଓ ଜଟଣୀ ବିଧାନସଭା ପ୍ରାର୍ଥୀ ଶ୍ରୀ ସୁଦୀପ୍ତ ରାୟ, ସୋମନାଥ ମଂଡଳ ସଭାପତି ମନୋଜ ନନ୍ଦଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଜାମୁକୋଳି ପଂଚାୟତର ବିଶିଷ୍ଟ ସମବାୟବିତ୍ ଜଗନ୍ନାଥ କର ଏବଂ ତାଙ୍କ ସହଧର୍ମିଣୀ ଉଲ୍ଲାସୀନି କର, ନିରଂଜନ ଜେନା, ସୁଜେଇ ଖଟେଇ, ସୁକାନ୍ତ ଖଟେଇ, ଚିତରଂଜନ ପାଢୀ, କଂଟିଆ ଗ୍ରାମ ପଂଚାୟତର ଉଲ୍ଲାସ ରାଉତରାୟ, ଇନ୍ଦ୍ରଜିତ ବେହେରା, ବ୍ରିଜମୋହନ ବେହେରା, ମନୋରଂଜନ ମହାକୁଡ, ମନୋଜ ସୁନ୍ଦରାୟ, ବାଳକୃଷ୍ନ ଭୁଜବଳ, ସୋମନାଥ ଜେନା, ରତିକାନ୍ତ ମାର୍ଥା, ବିରଂଚି ମାର୍ଥା, ଦାଶରଥୀ ବେହେରା ପ୍ରମୁଖ ଦଳରେ ଶତାଧିକ କର୍ମୀଙ୍କ ସହ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି।
ରାଜ୍ୟ ଅନୁସୁଚିତ ଜାତି ମୋର୍ଚ୍ଚା ଉପ ସଭାପତି ଶ୍ରୀ ନରି ନାୟକଙ୍କ ନେତୃତ୍ୱରେ ଜୟଦେବ ନିର୍ବାଚନ ମଣ୍ଡଳୀର ଅନ୍ତର୍ଯ୍ୟାମୀ ଛୋଟରାୟ, ରିମା ପାଣି, ଝିଲି ସ୍ୱାଇଁ, ନିରୁପମା ବେହେରା, ପୁଷ୍ପାଞ୍ଜଳି ସାହୁ, ସେକ ମୁସ୍ତାକ ଅହମ୍ମଦ, ଅଭିରାମ ସାହୁ ମହେନ୍ଦ୍ର ଖଟେଇ, ଶତ୍ରୁଜିତ୍ ମହାନ୍ତି, ରମେଶ ସାହୁ, କ୍ରିଷ୍ନେନ୍ଦ୍ର ସାହୁ, ପ୍ରଦୀପ ପାତ୍ର ପ୍ରମୁଖ ତାଙ୍କର ଶତାଧିକ ସମର୍ଥକଙ୍କ ସହ ଦଳରେ ଯୋଗ ଦେଇଛନ୍ତି।
ଅନ୍ୟ ମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ସଭାପତି ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଦୀପ୍ତ ନାୟକ ଉପସ୍ଥିତ ଥିଲେ ବୋଲି ରାଜ୍ୟ କାର୍ଯ୍ୟାଳୟରୁ ପ୍ରକାଶ।

Share in top social networks!