ଦୈତ ନଗରୀ ପାଇପ ଯୋଗେ ରୋଷେଇ ଗ୍ୟାସ ସଂଯୋଗ ପାଇଁ ସହସ୍ରାଧିକ ମହିଳା ବିମାନ ବନ୍ଦରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଲେ ଅଭିନନ୍ଦନ

dpjiଭୁବନେଶ୍ୱର ବିମାନ ବନ୍ଦରରେ କଟକ ଓ ଭୁବନେଶ୍ୱରର ସହସ୍ରାଧିକ ମହିଳା ଏକାଠି ହୋଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୈତ ନଗରୀରେ ପାଇପ ଯୋଗେ ଏଲପିଜି ଯୋଗାଣ ବ୍ୟବସ୍ଥାକୁ କ୍ୟାବିନେଟ ମଂଜୁରୀ ପରେ ଶ୍ରୀ ପ୍ରଧାନଙ୍କ ଏହା ଥିଲା ପ୍ରଥମ ଓଡିଶା ଗସ୍ତ।

ବିଭିନ୍ନ ସାମାଜିକ ସଂଗଠନ ଓ ରେସିଡେଂଟ ଆସୋସିଏସନର ମହିଳା ମାନେ ମିଳିତ ହୋଇ କଟକ ଓ ଭୁବନେଶ୍ୱର ମହିଳା ମାନଙ୍କୁ ଶ୍ରୀ ପ୍ରଧାନ ଏହି ଐତିହାସିକ ସାହାଯ୍ୟ ପ୍ରଦାନ କରିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ମହିଳା ମାନେ ହାତରେ ଧନ୍ୟବାଦ ନରେନ୍ଦ୍ର ମୋଦି ଓ ଧନ୍ୟବାଦ ଧର୍ମେନ୍ଦ୍ର ପ୍ରଧାନ ପ୍ଲାକାର୍ଡ ପ୍ରଦର୍ଶିତ କରିବା ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟର ମହିଳା ମାନଙ୍କ ସମେତ ସବୁ ବର୍ଗର ଉନ୍ନତି ହୋଇ ପାରିବ ବୋଲି କହିଥିଲେ।

ମହିଳା ମାନଙ୍କ ସମ୍ବର୍ଧନା ପରେ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦୁଇ- ଅଢେଇ ବର୍ଷ ମଧ୍ୟରେ ରାଜଧାନୀର ଘରେ ଘରେ ପାଇପ ଯୋଗେ ଗ୍ୟାସ ପହଂଚାଇ ସେମାନଙ୍କ ଜୀବନକୁ ଆହୁରି ସୁନ୍ଦର କରିବା ପାଇଁ ସେ ପଦେ କ୍ଷପ ନେବେ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ ୨୨ ସେପ୍ଟେମ୍ବରରେ ଭୁବନେଶ୍ୱର ଓ କଟକରେ ପାଇପ ଯୋଗେ ରୋଷେଇ ଗ୍ୟାସ ଯୋଜନା କେନ୍ଦ୍ରୀୟ କ୍ୟାବିନେଟରେ ମଂଜୁର ହୋଇଥିଲା ଏହା ସହିତ ୧୯ ହଜାର କୋଟି ଟଙ୍କା ପୁଂଜି ବିନିଯୋଗରେ ଧାମରାରେ ଗ୍ୟାସ ଟର୍ମିନାଲ ପ୍ରତିଷ୍ଠା, ବୋକାରୋରୁ ବାହାରୁଥିବା ଗ୍ୟାସ ପାଇପଲାଇନ ରାଜ୍ୟର ଧାମରା ଦେଇ ପାରାଦୀପ ରେ ପହଂଚିବାକୁ ମଧ୍ୟ କ୍ୟାବିନେଟରେ ମଂଜୁରୀ ପ୍ରଦାନ କରାଯାଇଥିଲା। କେନ୍ଦ୍ରୀୟ କ୍ୟାବିନେଟର ଏହି ନିଷ୍ପତି ଦ୍ୱାରା ପୂର୍ବ ଭାରତର ପ୍ରମୁଖ ରାଜ୍ୟ ଭାବେ ଓଡିଶା ଏଥିରେ ସିଂହ ଭାଗ
ପାଇବ ଓ ଏଥିରୁ ଓଡିଶା ଲାଭବାନ ହେବ ବୋଲି ଆକଳନ କରାଯାଇଛି।

Share in top social networks!