ରାଜଭବନ ପକ୍ଷରୁ ପ୍ରକାଶିତ କଫି ଟେବୁଲ ବହି ‘ଥ୍ରୁ ଦି ପ୍ରିଜମ୍ ଅଫ୍ ଟାଇମ –ଓଡ଼ିଶା ଆଣ୍ଡ୍ ଇଟ୍ସ ରାଜଭବନସ’ ଲୋକାର୍ପିତ।

14480686_177346872671856_5652709791798038479_oରାଜଭବନ ପକ୍ଷରୁ ପ୍ରକାଶିତ କଫି ଟେବୁଲ ବହି ‘ଥ୍ରୁ ଦି ପ୍ରିଜମ୍ ଅଫ୍ ଟାଇମ –ଓଡ଼ିଶା ଆଣ୍ଡ୍ ଇଟ୍ସ ରାଜଭବନସ’
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କୋକାର୍ପିତ ହୋଇଯାଇଛି।
ଏହି ଉପଲକ୍ଷେ ରାଜଭବନରେ ଆୟୋଜିତ ଏକ ଉସôବରେ ରାଜ୍ୟପାଳ ଡ଼. ଏସ୍.ସି. ଜମିର୍, ପଦ୍ମବିଭୂଷଣ
ଡ଼. ସୀତାକାନ୍ତ ମହାପାତ୍ରଙ୍କ ସମେତ ବହୁ ଲେଖକ, ବୁଦ୍ଧିଜୀବୀ, ପ୍ରଶାସକ ଓ ସାଂସ୍କୃତିକ ବ୍ୟକ୍ତିତ୍ୱ ପ୍ରମୁଖ ଉପସ୍ଥିତ ଥିଲେ।
ବହିକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଏହି ବହିରେ ଓଡ଼ିଶାର ଆଦ୍ୟ କାଳରୁ ଏଯାବତ୍
ଯାତ୍ରା ଲିପିବଦ୍ଧ ହୋଇଛି। ଏପରି ଏକ ଅଭିନବ ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇବା ସହ ୨୦୧୬
ମସିହା ବିଭିନ୍ନ ଦୃଷ୍ଟିରୁ ପାଇଁ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ। ଚଳିତବର୍ଷ ପ୍ରବାଦ ପୁରୁଷ ବିଜୁ
ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହେଉଛି। ଏହା ସହିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୦ ବର୍ଷ ପୂର୍ତି ଉସôବ ମଧ୍ୟ
ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଐତିହ୍ୟ ଓ ପରଂପରାକୁ ନେଇ ଏକ ପୁସ୍ତକ ପ୍ରକାଶନ ନିଶ୍ଚିତ ରୂପେ
ସ୍ୱାଗତଯୋଗ୍ୟ। ସଂପ୍ରତି ଓଡ଼ିଶା ସାରା ପୃଥିବୀର ଦୃଷ୍ଟି ଆକର୍ଷଣ କରିଛି। ଓଡ଼ିଶାର ବିଭିନ୍ନ ସାମର୍ଥ୍ୟ ଓ ସଂଭାବନାର ସଫଳ
ଉପଯୋଗ ପାଇଁ ଠିକଣା ସମୟ ଆସିଛି। ରାଜଭବନ ଓଡ଼ିଶା ପ୍ରଶାସନର ପ୍ରମୁଖ ଅଂଗ ହୋଇଥିବାରୁ ଏଭଳି ଏକ ପ୍ରକାଶନ
ସମସ୍ତଙ୍କୁ ଅନୁପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ।
ପ୍ରକାଶିତ ପୁସ୍ତକ ସଂପର୍କରେ ରାଜ୍ୟପାଳ ଡ଼. ଜମିର୍ କହିଲେ ଯେ ଏହି ପୁସ୍ତକରେ ଓଡ଼ିଶାର ମହିମାମଣ୍ଡିତ ଯାତ୍ରା
ସଂପର୍କରେ ଅନେକ ତଥ୍ୟ ଓ ବିରଳ ଫଟୋ ସଂକଳିତ କରାଯାଇଛି। ଏହି ପୁସ୍ତକଟି ଓଡ଼ିଶାର ଅନନ୍ୟ ପରିଚିତି ପ୍ରତିଷ୍ଠାରେ
ସହାୟକ ହେବ ବୋଲି ଡ଼. ଜମିର୍ ପ୍ରକାଶ କରିଥିଲେ।
ଓଡ଼ିଶାର ରାଜଭବନର ସ୍ୱତନ୍ତ୍ର ମର୍ଯ୍ୟାଦା ଓ ଗୁରୁତ୍ୱ ରହଛି। ଓଡ଼ିଶାର ଇତିହାସ ଓ ଐତିହ୍ୟରେ ରାଜଭବନ
ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଓଡ଼ିଶାର ରାଜ୍ୟପାଳମାନେ ଏହି ଯାତ୍ରାକୁ ସମୃଦ୍ଧ କରିଛନ୍ତି ବୋଲି ରାଜ୍ୟପାଳ ଡ଼. ଜମିର୍
ପ୍ରକାଶ କରିଛନ୍ତି।
ପଦ୍ମବିଭୂଷଣ ଡ଼. ସୀତାକାନ୍ତ ମହାପାତ୍ର ଏଭଳି ଏକ ପୁସ୍ତକର ଭୁୟସୀ ପ୍ରଶଂସା କରି ଇତିହାସ ଲିଖନରେ ଏହା ଏକ
ନିର୍ଭରଯୋଗ୍ୟ ଉପାଦାନ ହେବ ବୋଲି କହିଥିଲେ। ଅଧ୍ୟାପକ ଯତୀନ୍ଦ୍ର କୁମାର ନାୟକ ଏଭଳି ପୁସ୍ତକର ପ୍ରାସଂଗିକତା
ସଂପର୍କରେ ଆଲୋଚନା କରିଥିଲେ। ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ କୁମାର ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ
ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ସଂଗ୍ରାମ ଦେଓଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ।

Share in top social networks!