ମାଲକାନଗିରି ଜିଲ୍ଲାରେ ଦେଖା ଦେଇଥିବା ଜାପାନୀଜ୍ ଏନ୍ସେଫାଲାଇଟିସ୍ ପରିସ୍ଥିତି ସଂପର୍କରେ ସମୀକ୍ଷା

atanuuସଂପ୍ରତି ମାଲକାନଗିରି ଜିଲ୍ଲାରେ ଦେଖାଦେଇଥିବା ଜାପାନୀଜ୍ ଏନ୍ସେଫିଲାଇଟିସ୍ ପରିସ୍ଥିତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମୀକ୍ଷା କରିଛନ୍ତି। ମାଲକାନଗିରି ଜିଲ୍ଲାର ୬ଟି ବ୍ଲକର ୨୧ ଗ୍ରାମରେ ଦେଖାଦେଇଥିବା ଏହି ଜାପାନୀଜ୍ ଏନ୍ସେଫିଲାଇଟିସ୍ରେ ଏ ପର୍ଯ୍ୟନ୍ତ ୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୧ ଜଣ ମୃତ୍ୟୁବରଣ କରିଛନ୍ତି। ବର୍ତମାନ ଦୁଇଜଣ ଚିକିତ୍ସାଧିନ ଅଛନ୍ତି।
ଏ ସଂପର୍କରେ ଜଣାପଡିବା ପରେ ତୁରନ୍ତ ସେଠାକୁ ଡାକ୍ତରୀ ଦଳ ଯାଇଥିଲେ ଏବଂ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଏବଂ ଯୁଗ୍ମ ନିଦେ୍ର୍ଦଶକ ଏନ୍.ଭି.ବି.ଡି.ସି.ପି ମାଲକାନଗିରି ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଜିଲ୍ଲ୍ା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ପ୍ରଶାସନ ସହ ବିସ୍ତୃତ ଆଲୋଚନା କରି ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କର ତଦାରଖ କରି ବିଭାଗକୁ ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟ ପାଇବା ପରେ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲରୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳକୁ ସଂପୃକ୍ତ ଅଂଚଳକୁ ପଠାଯାଇଛି। ରାଜ୍ୟସ୍ତରୀୟ ଏକ ଦଳ ମଧ୍ୟ ସେଠାରେ ଅଛନ୍ତି। ଆକ୍ରାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରମାନ ଖୋଲାଯାଇଛି ଏବଂ ମଶା ନିୟନ୍ତ୍ରଣ କରିବା ପାଇଁ ଫଗିଂ୍ କରାଯାଉଛି।
ପ୍ରକାଶ ଥାଉକି ଘୁସୁରୀ ମାନେ ହେଉଛନ୍ତି ଏହି ରୋଗର ଭୂତାଣୁ ବାହକ। ଘୁସୁରୀମାନଙ୍କ ଠାରୁ ମଶାମାଧ୍ୟମରେ ଏହା ଶିଶୁମାନଙ୍କୁ ଆକ୍ରାନ୍ତ ହୋଇଥାଏ। ଆକ୍ରାନ୍ତ ଶିଶୁମାନେ ସାଧାରଣତଃ ମସ୍ତିସ୍କ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥାଆନ୍ତି। ଯଦିବା କୌଣସି ଶିଶୁ ଚିକିତ୍ସିତ ହୋଇ ସୁସ୍ଥ ହୁଏ ତାହା ଠାରେ ବିଭିନ୍ନ ସ୍ନାୟୁଜନିତ ଦୁର୍ବଳତା ବା ଅଭାବ ପରିଲିଖିତ ହୋଇଥାଏ। ସେଥିପାଇଁ ଘୁସୁରୀ ପଲଙ୍କୁ ଗ୍ରାମଠାରୁ ଦୁରରେ ରଖିବା ପାଇଁ ବ୍ୟବସ୍ଥା କରାଯିବ। ପଶୁସମ୍ପଦ ବିଭାଗ ତରଫରୁ ଏକ ଦଳ ସଂପୃକ୍ତ ଅଂଚଳକୁ ଯାଇ ଏ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରିବେ ଏବଂ ଘୁସୁରୀମାନଙ୍କ ରକ୍ତ ସଂଗ୍ରହ କରି ପରୀକ୍ଷା ନିମନ୍ତେ କୋଲକତା ପଠାଇବେ। ତେବେ ସଂପୃକ୍ତ ଅଂଚଳକୁ ଏମ୍.କେ.ସି.ଜିରୁ ଏବଂ ରାଜ୍ୟସ୍ତରରୁ ଅଧିକ ଡାକ୍ତରୀ ଦଳ ପଠାଇବାକୁ ମନ୍ତ୍ରୀ ଶ୍ରୀ ନାୟକ ନିଦେ୍ର୍ଦଶ ଦେଇଛନ୍ତି।
ସଚିବାଳୟଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା , ମଛ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ବିଷ୍ଣୁପଦ ସେଠୀ , ସ୍ୱାସ୍ଥ୍ୟସେବା ନିଦେ୍ର୍ଦଶକ ଡାଃ କୈଳାସ ଚନ୍ଦ୍ର ଦାଶ , ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାଃ ଜ୍ଞାନୀନ୍ଦ୍ର କୁମାର ତ୍ରିପାଠୀ , ଯୁଗ୍ମନିଦେ୍ର୍ଦଶକ ଡାଃ ବିକାଶ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକରୀମାନେ ଉପସ୍ଥିତ ଥିଲେ।

Share in top social networks!
Powered By Indic IME