୨୦୧୫-୧୬ ବର୍ଷ ପାଇଁ NALCO ପକ୍ଷରୁ ୪୬୭ କୋଟି ଟଙ୍କାର ଡିଭିଡେଣ୍ଡ୍ ଘୋଷଣା

agmଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)ର ଅଂଶୀଦାର୍ମାନେ ଶୁକ୍ରବାର ଅନୁଷ୍ଠିତ କମ୍ପାନୀର ୩୫ତମ ବାର୍ଷିକ ସାଧାରଣ ବୈଠକରେ ୨୦୧୫-୧୬ ବର୍ଷ ପାଇଁ ୪୦ ପ୍ରତିଶତ ଡିଭିଡେଣ୍ଡ୍ ପ୍ରଦାନ ପାଇଁ ସ୍ୱିକୃତୀ ପ୍ରଦାନ କରିଛନ୍ତି, ଯାହାର ମୂଲ୍ୟ ୪୬୭.୧୩ କୋଟି ଟଙ୍କା। ଏଥି ମଧ୍ୟରୁ, ପୂର୍ବରୁ ୨୫ ପ୍ରତିଶତ ଆନ୍ତରୀଣ ଡିଭିଡେଣ୍ଡ୍‌ ଭାବେ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ନାଲ୍‌କୋ ପ୍ରାରମ୍ଭରୁ ଏପର୍ଯ୍ୟନ୍ତ ୫୬୭୯ କୋଟି ଟଙ୍କା ଡିଭିଡେଣ୍ଡ୍ ଆକାରରେ ପ୍ରଦାନ କରିଛି, ଯେଉଁଥିରୁ ଭାରତ ସରକାରଙ୍କ ଅଂଶ ଭାବେ ୪୮୬୦ କୋଟି ଟଙ୍କା ଅନ୍ତର୍ଭୁକ୍ତ।
ଏହି ଅବସରରେ ଉଦ୍‌ବୋଧନ ଦେଇ ନାଲ୍‌କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଅଂଶୀଦାରମାନଙ୍କୁ ନାଲ୍‌କୋ ସପକ୍ଷରେ ପଟ୍ଟାଙ୍ଗୀ ବକ୍ସାଇଟ୍‌ ଖଣିର ଆବଣ୍ଟନ ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହା ଉପରେ ନାଲ୍‌କୋର ବିଭିନ୍ନ ସଂପ୍ରସାରଣ ପରିଯୋଜନା ଏବଂ ଭବିଷ୍ୟତ ଯୋଜନା ନିର୍ଭରଶୀଳ। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ କମ୍ପାନୀକୁ ଅନଗୁଳରେ ଉକôଳ ଡି ଓ ଇ କୋଇଲା ବ୍ଲକ୍‌ ମିଳିଥିଲା। ଏ ସମ୍ପର୍କରେ ଡଃ ଚାନ୍ଦ କହିଲେ ଯେ ଏହି ସବୁ ସାଧନ ମିଳିବା ପରେ ନାଲ୍‌କୋର ଭବିଷ୍ୟତ ଆଗାମୀ ୪ ଦଶନ୍ଧି ପାଇଁ ସୁରକ୍ଷିତ ହୋଇପାରିଛି। ଅଧିକନ୍ତୁ, ନାଲ୍‌କୋର ନିଜସ୍ୱ ବିଦୁ୍ୟତ ଉତ୍ପାଦନ କେନ୍ଦ୍ରର ଦୁଇଟି ୟୁନିଟ୍‌କୁ କୋଇଲା ଯୋଗାଣ ପାଇଁ କୋଲ୍‌ ଇଣ୍ଡଆ ଠାରୁ ବ୍ରିଜ୍‌ ଲିଙ୍କେଜ୍‌ ମିଳିଛି ଯାହା କି ନାଲ୍‌କୋର ଉତ୍ପାଦନ ଓ ଉତ୍ପାଦକତାକୁ ତ୍ୱରାନ୍ୱିତ କରିବ ବୋଲି ଡଃ ଚାନ୍ଦ ମତ ବ୍ୟକ୍ତ କରିଥିଲେ।
ନାଲ୍‌କୋ ପ୍ରଦର୍ଶନର ମୁଖ୍ୟାଂଶ :
• ୨୦୧୫-୧୬ ରେ ନାଲ୍‌କୋର ବକ୍ସାଇଟ୍‌ ଖଣିରୁ ଏଯାବତ୍‌ ସର୍ବାଧିକ ୬୩.୪ ଲକ୍ଷ ଟନ୍‌ ବକ୍ସାଇଟ୍‌ ଉତ୍ପାଦିତ ଯାହା କି ଗତ ବର୍ଷ ଅପେକ୍ଷା ୧୦ ପ୍ରତିଶତ ଅଧିକ।
• ୨୦୧୫-୧୬ ରେ ନାଲ୍‌କୋର ଆଲୁମିନା ରିଫାଇନେରୀରୁ ଏଯାବତ୍‌ ସର୍ବାଧିକ ୧୯.୫୩ ଲକ୍ଷ ଟନ୍‌ ଆଲୁମିନା ହାଇଡ୍ରେଟ୍‌ ଉତ୍ପାଦିତ ଯାହା କି ଗତ ବର୍ଷ ଅପେକ୍ଷା ୬ ପ୍ରତିଶତ ଅଧିକ।
• ୨୦୧୫-୧୬ ରେ ନାଲ୍‌କୋର ଆଲୁମିନିୟମ୍‌ ସ୍ମେଲ୍ଟର୍‌ରୁ ୩.୭୨ ଲକ୍ଷ ଟନ୍‌ ଆଲୁମିନିୟମ୍‌ ଉତ୍ପାଦିତ ଯାହା କି ଗତ ବର୍ଷ ଅପେକ୍ଷା ୧୪ ପ୍ରତିଶତ ଅଧିକ।
• ୨୦୧୫-୧୬ ରେ ନାଲ୍‌କୋର ନିଜସ୍ୱ ବିଦୁ୍ୟତ ଉତ୍ପାଦନ କେନ୍ଦ୍ରରୁ ୫୮୪୧ ନିୟୁତ ୟୁନିଟ୍‌ ବିଦୁ୍ୟତ ଉତ୍ପାଦିତ ଯାହା କି ଗତ ବର୍ଷ ଅପେକ୍ଷା ୧୪ ପ୍ରତିଶତ ଅଧିକ।
୨୦୧୬-୧୭ ପାଇଁ ନାଲ୍‌କୋ ପକ୍ଷରୁ ୧୦୨୧ କୋଟି ଟଙ୍କାର କ୍ୟାପିଟାଲ୍‌ ଏକ୍ସପେଣ୍ଡିଚର୍‌ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିରେ ଉକôଳ-ଡି ଏବଂ ଉକôଳ-ଇ କୋଇଲା ବ୍ଲକ୍‌ର ବିକାଶ, ମହାରାଷ୍ଟ୍ର ଓ ରାଜସ୍ଥାନରେ ଦୁଇଟି ୫୦ ମେଗାୱାଟ୍‌ କ୍ଷମତାବିଶିଷ୍ଟ ପବନଚାଳିତ ବିଦୁ୍ୟତ ଉତ୍ପାଦନ ପ୍ରକଳ୍ପ, ଦାମନଯୋଡ଼ି ସ୍ଥିତ ଆଲୁମିନା ରିଫାଇନେରୀରେ ପଞ୍ଚମ ଷ୍ଟ୍ରିମ୍‌ ପ୍ରତିଷ୍ଠା, ମଧ୍ୟପ୍ରଦେଶରେ ୨୦ ମେଗାୱାଟ୍‌ କ୍ଷମତାବିଶିଷ୍ଟ ସୌର ବିଦୁ୍ୟତ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଆଧୁନିକୀକରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ।

Share in top social networks!