ଭୁବନେଶ୍ୱର ଓ କଟକରେ ଅପରେଟର ଓ ଡ୍ରାଇଭର୍ ପାର୍ଟନର୍ମାନଙ୍କୁ ବହୁ ପ୍ରକାର ଲାଭ ପ୍ରଦାନ କରିବା ପାଇଁ ଇଣ୍ଡିଆନ୍ ଅଏଲ୍ ସହ ଓଲାର ପାର୍ଟନର୍ସିପ୍

olaଦେଶର ସର୍ବବୃହତ ପରିବହନ ପ୍ଲାଟଫର୍ମ ଓଲା ପକ୍ଷରୁ ଅପରେଟର ଓ ଡ୍ରାଇଭର ପାର୍ଟନରମାନଙ୍କୁ ବ୍ୟାପକ ପ୍ରକାର ସମାଧାନ ପ୍ରଦାନ କରିବା ପାଇଁ ଭୁବନେଶ୍ୱର ଓ କଟକ ସହର ନିମନ୍ତେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ସହିତ ପାର୍ଟନରସିପ୍ କରିଛି। ଫ୍ଲିଟ୍ ଅପରେଟରମାନଙ୍କୁ ସ୍ୱତନ୍ତ୍ର ଫ୍ଲିଟ୍ କାର୍ଡ ମିଳିବ ଯାହା ଜରିଆରେ ସେମାନେ ପ୍ରତି ବ୍ୟକ୍ତିଗତ ଗାଡ଼ି ଓ ଖରିଦ କରୁଥିବା ଇନ୍ଧନର ଯାଞ୍ଚ କରିପାରିବେ ଓ ତାଙ୍କ ପାଖରେ ତୁରନ୍ତ ଏସ୍ଏମ୍ଏସ ଓ ଇ-ମେଲ୍ ପହଞ୍ଚିବ। ଏହା ଜରିଆରେ ଇନ୍ଧନ କିଣାକୁ ପାଖରୁ ନିରୀକ୍ଷଣ କରିବା ଦ୍ୱାରା ଇନ୍ଧନ ଖର୍ଚରେ ସ୍ୱଚ୍ଛତା ଅଣାଯାଇପାରିବ। ଏହି ଲୟାଲ୍ଟି କାର୍ଡଗୁଡ଼ିକୁ ସାରା ଭାରତରେ ଥିବା ଇଣ୍ଡିଆନ୍ ଅଏଲ୍ର ପେଟ୍ରୋଲ ପମ୍ପରେ ବ୍ୟବହାର କରାଯାଇପାରିବ ଓ ପ୍ରତି କ୍ୟାବ୍ ପିଛା ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ରାଶି ହାସଲ କରାଯାଇପାରିବ। ଏହି ପାର୍ଟନରସିପ୍ ଜରିଆରେ ଡ୍ରାଇଭର ପାର୍ଟନର୍ମାନେ ଇନ୍ଧନ କିଣିବା ବେଳେ ରିୱାର୍ଡ ପଏଣ୍ଟ୍ ହାସଲ କରିପାରିବେ ଓ ତାହାକୁ ଆକର୍ଷଣୀୟ ସାମଗ୍ରୀ କିଣିବା ପାଇଁ ବ୍ୟବହାର କରିପାରିବେ।

ଓଲାର ବ୍ୟବସାୟ ମୁଖ୍ୟ, କୀରଣ ବ୍ରହ୍ମା, କହିଛନ୍ତି ଯେ,“ଡ୍ରାଇଭର ପାର୍ଟନର୍ ଓ ଫ୍ଲିଟ୍ ମାଲିକଙ୍କ ପାଇଁ ତେଲ ଖର୍ଚ ଏକ ନିୟମିତ ଖର୍ଚ। ଆଇଓସିଏଲ୍ ସହିତ ଏହି ସ୍ୱତନ୍ତ୍ର ପାର୍ଟନରସିପ୍ ଜରିଆରେ ଆମେ କେବଳ ଅପରେଟର-ପାର୍ଟନରଙ୍କ ବ୍ୟବସାୟରେ ସ୍ୱଚ୍ଛତା ଓ ପ୍ରଭାବ ଆଣିବ ଓ ପ୍ରତି ଲିଟର ତେଲ ଖରିଦ ବେଳେ ରିୱାର୍ଡ ପଏଣ୍ଟ୍ ଭଳି ଅତିରିକ୍ତ ସୁବିଧା ପ୍ରଦାନ କରିବ। ଓଲା ପକ୍ଷରୁ ଏହା ଅନ୍ୟତମ ଡ୍ରାଇଭର ପାର୍ଟନର କୈନ୍ଦ୍ରୀକ ଅଭିଯାନ ଯାହା କମ୍ପାନିର ବିଲିୟନଙ୍କ ପାଇଁ ପରିବହନ ସୁବିଧା ପ୍ରଦାନ କରିବା ପ୍ରତିଶ୍ରୁତିର ଅଂଶ।’’

ବିଶ୍ୱର ସର୍ବବୃହତ ନିଗମ ଭାବେ ଫର୍ଚୁନ୍ ୫୦୦ରେ ସ୍ଥାନ ପାଇଥିବା ଆଇଓସିଏଲ୍ ଦୀର୍ଘ ଅର୍ଧ ଦଶନ୍ଧୀ ଧରି ଦେଶର ଇନ୍ଧନ ଚାହିଦା ପୂରଣ କରୁଛି। ସାରା ଦେଶରେ ଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ୍ରେ ତେଲ ପକାଇଲେ ଡ୍ରାଇଭର ପାର୍ଟନର୍ମାନଙ୍କୁ କ୍ୟାସ୍ ବ୍ୟାକ୍ ପ୍ରଦାନ କରିବା ପାଇଁ ପୂର୍ବରୁ ଓଲା ପକ୍ଷରୁ ଇଣ୍ଡିଆନ୍ ଅଏଲ୍ ସହ ବୁଝାମଣା କରାଯାଇଛି।

ଆଇଓସିଏଲ୍ର ଭୁବନେଶ୍ୱର ଡିଭିଜନାଲ୍ ଅଫିସ୍, ଡିଜିଏମ୍, ଜେ. କେ. ଝା, କହିଛନ୍ତି ଯେ,”ଓଲାର ଡିସିଓ / ଅପରେଟରଙ୍କ ପାଇଁ ଫ୍ଲିଟ୍ କାର୍ଡ ହେଉଛି ସ୍ମାର୍ଟ ସିଟିର ବ୍ୟବହାରକାରୀଙ୍କ ପାଇଁ ବରଦାନ କାରଣ ଏହା ସେମାନଙ୍କୁ ସୁରକ୍ଷିତ ଓ ସହଜରେ ବ୍ୟବହାର ଯୋଗ୍ୟ ପ୍ଲାଟଫର୍ମ ପ୍ରଦାନ କରିବ। ଏହି ଅଭିଯାନରେ ହାତ ମିଳାଇଥିବାରୁ ଆମେ ଓଲାକୁ ଧନ୍ୟବାଦ ପ୍ରଦାନ କରୁଛୁ ଓ ତାଙ୍କ ସହିତ ଏହି ସହବନ୍ଧନକୁ ସୁସ୍ଥ ଭାବେ ଆଗକୁ ବଢ଼ାଇବାକୁ ଆଶା କରୁଛୁ।’’

ଓଲା ପାଇଁ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ହଜାର ହଜାର ଗାଡ଼ି ଏହି ପ୍ଲାଟଫର୍ମରେ ଯୋଡ଼ି ହୋଇଛନ୍ତି। ବ୍ୟାପକ କ୍ୟାବ୍ ବର୍ଗଠାରୁ ଆରମ୍ଭ କରି ଅଟୋ ରିକ୍ସା ପର୍ଯ୍ୟନ୍ତ ଓଲା ସହିତ ରହିଛନ୍ତି। ୨୦୧୪ ଡିସେମ୍ବରରେ ଓଡ଼ିଶାରେ ଓଲା ଏହାର ସେବା ଆରମ୍ଭ କରିଥିଲା ଓ ସେହିଦିଠାରୁ ଲୋକମାନଙ୍କ ଯାତାୟାତକୁ ରୁଦ୍ଧିମନ୍ତ କରିଛି। ଆଜିର ଦିନରେ ଓଲାର ଗ୍ରାହକମାନେ ଓଡ଼ିଶାରେ କିଛି ମିନିଟ୍ରେ ଓଲା ଆପ୍ ଜରିଆରେ କ୍ୟାବ୍ କିମ୍ବା ଅଟୋରିକ୍ସା ପାଇପାରୁଛନ୍ତି। କ୍ୟାସଲେସ୍ ବିଲିଂ, ଲାଇଭ୍ ରାଇଡ୍ ଟ୍ରାକିଂ ଓ ଅନ୍ୟାନ୍ୟ ସୁବିଧା ଏହା ପ୍ରଦାନ କରୁଛି। ଯେଉଁମାନେ ଆମ ସହିତ ଯୋଡ଼ିଛନ୍ତି ସେଭଳି ହଜାର ହଜାର ଡ୍ରାଇଭର ପାର୍ଟନରଙ୍କ ପାଇଁ ଓଲା ବରଦାନ ସାବ୍ୟସ୍ତ ହୋଇଛି ଓ ସେମାନଙ୍କ ମୋଟ ଆୟରେ ଉନ୍ନତି ହୋଇଛି। ଗ୍ରାହକଙ୍କ ବର୍ଦ୍ଧିତ ସଂଖ୍ୟା ସହିତ ଫାଙ୍କା ରହିବା ସମୟ କମ ହେଉଥିବାରୁ ଓଲା ଡ୍ରାଇଭର ପାର୍ଟନରଙ୍କ ଆୟରେ ୪୦%ରୁ ଅଧିକ ବୃଦ୍ଧି ହୋଇପାରିଛି।

Share in top social networks!