ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ: ବିଜୁ ଯୁବ ଜନତା ଦଳ

ପୋଲାଭରମ୍‌ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ମାନ୍ୟତା ପ୍ରଦାନକୁ ବିରୋଧ କରି ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଯେଉଁ ମାମଲା ଦାୟର କରାଯାଇଥିଲା ତାହାର ବିଚାର ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିଥିବାରୁ ବିଜୁ ଯୁବ ଜନତା ଦଳ ପକ୍ଷରୁ ସ୍ୱାଗତ କରାଯାଇଛି। ସୁପି୍ରମକୋର୍ଟ ମାମଲାକୁ ବିଚାର ପାଇଁ ଗ୍ରହଣ କରି କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଏହି ନୋଟିସ୍‌ର ଉତ୍ତର ଦେବା ପାଇଁ କୋର୍ଟ ପକ୍ଷରୁ କୁହାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୬ ସପ୍ତାହ ପରେ କରାଯିବ ବୋଲି କୋର୍ଟ ଦର୍ଶାଇଛନ୍ତି। ଏହି ମାମଲାରେ ମଧ୍ୟ କୋର୍ଟ ପକ୍ଷରୁ ଛତିଶଗଡ଼ ଓ ତେଲେଙ୍ଗାନା ସରକାରଙ୍କୁ ନୋଟିସ୍‌ ଜାରି କରାଯାଇଛି। ଏହି ଘଟଣାରେ ଓଡ଼ିଶା ସରକାର ଆସନ୍ତା ୨ ସପ୍ତାହରେ ତାଙ୍କର ଜବାବ ରଖିପାରିବେ ବୋଲି କୁହାଯାଇଛି।

ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ତଥା ମୁଖପାତ୍ର ବିଜୟ ନାୟକ କହିଛନ୍ତି ଯେ ପୋଲାଭରମ୍‌ ପ୍ରକଳ୍ପ
ନିର୍ମିତ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ୨୫ଟି ଗ୍ରାମର ୬୮୧୮ ଲୋକ ବିସ୍ଥାପିତ ହେବେ, ଯେଉଁଥିରେ ୫୯୧୬ ଜଣ
ଆଦିବାସୀ ଅନ୍ତର୍ଭୁକ୍ତ। ଏଥିରେ ୭୬୫୬ ହେକ୍ଟର ଚାଷ ଓ ଜଙ୍ଗଲ ଜମି ବୁଡ଼ିଯିବ। ତେଣୁ ଦଳ ପକ୍ଷରୁ ପୋଲାଭରମ୍‌ ପ୍ରକଳ୍ପ
ବିରୋଧରେ ବାରମ୍ବାର ଆନେ୍ଦାଳନ କରାଯିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଦୃଷ୍ଟି
ଆକର୍ଷଣ କରିଆସୁଛନ୍ତି। ତକ୍ରାଳୀନ କେନ୍ଦ୍ରରେ ଥିବା ୟୁପିଏ ସରକାର ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା
ତ ଦୂରର କଥା, ବରଂ ଏହି ପ୍ରକଳ୍ପକୁ ଜାତୀୟ ମାନ୍ୟତା ପ୍ରଦାନ କରିଥିବା ବେଳେ ବର୍ତ୍ତମାନ କ୍ଷମତାରେ ଥିବା ଏନ୍‌ଡିଏ ସରକାର
ଏହି ପ୍ରକଳ୍ପ ନିର୍ମାଣ ପାଇଁ ଶତପ୍ରତିଶତ ଆର୍ଥôକ ସହାୟତା ଯୋଗାଇ ଦେବ ବୋଲି ଘୋଷଣା କରିଛି।

ଯାହାଫଳରେ ଓଡ଼ିଶାର ସ୍ୱାର୍ଥ
ବାଧାପ୍ରାପ୍ତ ଏବଂ ବହୁ ଲୋକଙ୍କ ଭିଟାମାଟି ଉଚ୍ଛନ୍ନ ହୋଇଯିବ। ତେଣୁ ବିଜେଡି ଓଡ଼ିଶା ଲୋକଙ୍କ ସ୍ୱାର୍ଥ ପାଇଁ ପୋଲାଭରମ୍‌ ପ୍ରକଳ୍ପ
ବିରୋଧରେ ଲଗାତାର ଆନେ୍ଦାଳନ କରିଆସୁଛି। ପ୍ରକଳ୍ପକୁ ବିରୋଧ କରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ମାଲକାନଗିରି,
କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ କନ୍ଧମାଳର ଜନସାଧାରଣ ଗତ ୨୦ ତାରିଖରେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ
ପ୍ରଦର୍ଶନ କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଦଳ ପକ୍ଷରୁ ଅକ୍ଟୋବର
୧ ତାରିଖରେ ସେହି ୭ଟି ଜିଲ୍ଲାରେ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ହରତାଳ ଆହ୍ୱାନ ଦିଆଯାଇଛି। ସମସ୍ତ
କେନ୍ଦ୍ର ସରକାରଙ୍କ ଅଫିସ୍‌ ସମ୍ମୁଖରେ ହରତାଳ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାଲ୍‌ବାହୀ ଟ୍ରେନ୍‌ଗୁଡିକୁ ୪ ଘଣ୍ଟା ପାଇଁ ପ୍ରତିକାତ୍ମକ
ଭାବେ ଅବରୋଧ କରାଯିବ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଆନେ୍ଦାଳନକୁ ଗତିରୋଧ କରିବା ପାଇଁ ବିରୋଧୀ
କଂଗ୍ରେସ ଓ ବିଜେପି ଯେଉଁ ଚକ୍ରାନ୍ତ କରୁଥିଲେ, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧୀଙ୍କର ଷଡ଼ଯନ୍ତ୍ରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବ ବୋଲି ଦଳର ସଭାପତି ତଥା
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବେ ଘୋଷଣା କରିଥିବା ବେଳେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ
ବିରୋଧୀଙ୍କ ଉଚ୍ଚାରଣ ଓ ଆଚରଣକୁ ଜନସାଧାରଣ ଠିକଣା ସମୟରେ ଉଚିତ୍‌ ଜବାବ ଦେବେ ବୋଲି ଶ୍ରୀ ନାୟକ କହିଛନ୍ତି।

Share in top social networks!