ଦି ଓଡ଼ିଶା ସାଇ ଚାରିଟେବୁଲ ଟ୍ରଷ୍ଟର ମହାସମାବେଶ

ଜୟଦେବ ଭବନ ପରିସରରେ ‘ଦି ଓଡ଼ିଶା ସାଇ ଚାରିଟେବୁଲ ଟ୍ରଷ୍ଟର ମହାସମାବେଶ ଅନୁଷ୍ଠିତ ହୋଇଯାଇଚି। ଏହି ସମାବେଶର ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନିର୍ବାଚନ କମିଶନର ତଥା ସାଇ ଚେତନାର ସମ୍ପାଦକ ଡ. ରବିନାରାୟଣ ସେନାପତି ଏବଂ ମୁଖ୍ୟବକ୍ତା ଥିଲେ ସାଇଦର୍ଶନର ସମ୍ପାଦକ ତଥା ପୁଣ୍ୟ ଉକôଳ ଅଧ୍ୟକ୍ଷ, ଯୁବକବି ମନୋରଞ୍ଜନ ମହାପାତ୍ର। ବରିଷ୍ଠ ସ୍ତମ୍ଭକାର ତଥା ସାମ୍ବାଦିକ ଶ୍ରୀରାମ ଦାଶ ଏବଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କୃତୀ ଶିକ୍ଷକ ତଥା ସଙ୍ଗୀତ ନିଦେ୍ର୍ଦଶକ ଶ୍ରୀ ମୂରଲୀଧର ପରିଡ଼ା ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରିୟରଞ୍ଜନ ମହାନ୍ତି।
ଅଧିବେଶନ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ଅବସରରେ ବରିଷ୍ଠ ଗୀତିକାର ବୃନ୍ଦାବନ ଜେନାଙ୍କ ରଚିତ “ସାଇ ନାରାୟଣ ନମୋନମଃ” ଗୀତକୁ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିଦେ୍ର୍ଦଶକ ଶ୍ରୀ ମୁରଲୀଧର ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଡ. ରବିନାରାୟଣ ସେନାପତି, ସାଇ ପ୍ରବଚକ ଭିକାରୀ ଚରଣ ମହାପାତ୍ର, ସମାଜସେବୀ ଅରୁଣ କୁମାର ରଥ, ସୁହାଗ ରଞ୍ଜନ ରାଉତ ପ୍ରମୁଖଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ତରଫରୁ ବିଭିନ୍ନ ବର୍ଗର ପ୍ରତିଯୋଗୀ ତଥା ଦିବ୍ୟାଂଗମାନଙ୍କୁ ବରେଣ୍ୟ ଅତିଥିବର୍ଗ ମାନପତ୍ର ଓ ସିଲ୍ଡ ପ୍ରଦାନ କରିଥିଲେ। ସେମାନେ ହେଲେ ଅନନ୍ୟା, ନିଶାନ୍ତ, ଆଏଶା, ସସ୍ତିକ, ନିଲେଶ୍ରୀ, ଇପ୍ଶିତ, ସ୍ୱରୂପଶେଖର, ସମୀରନ୍ ଓ ଅଂଶୁମାନ।
ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର, ଅଧ୍ୟକ୍ଷ ପ୍ରିୟରଞ୍ଜନ ମହାନ୍ତିଙ୍କ ସମ୍ପାଦିତ “ବିଶ୍ୱାସରେ ସାଇ” ଲୋକାର୍ପିତ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ମାସିକ ସାଇ ପତ୍ରିକାର ରୂପ ନେବା କଥା ଅଧ୍ୟକ୍ଷ ଘୋଷଣା କରିଥିଲେ।
ସଦ୍ଗୁରୁ ଶିରିଡ଼ି ସାଇଙ୍କୁ ନାମକୀର୍ତ୍ତନ ନିମନ୍ତେ “ଶ୍ରୀ ଅନନ୍ତ ସାଇ ଭଜନ ସନ୍ଧ୍ୟା” ସଙ୍ଗୀତ ନିଦେ୍ର୍ଦଶକ ଶ୍ରୀମୁରଲୀଧରଙ୍କ ପ୍ରଥ୍ୟକ୍ଷ ତତ୍ତ୍ୱାବଧାନରେ ଭଜନ ପରିବେଷଣ କରିଥିଲେ ସର୍ବଶ୍ରୀ ବିଜୟ ମିଶ୍ର, ଅନିରୁଦ୍ଧ ପାଣି, ଶ୍ରୀମୁରଲୀଧର, ଅନ୍ତରା ଚକ୍ରବର୍ତ୍ତୀ, ଛନ୍ଦା ମିଶ୍ର ଓ ଅଞ୍ଜନୀ ରାଉତରାଏ ପ୍ରମୁଖ କଣ୍ଠଶିଳ୍ପୀ ଗଣ। ପ୍ରାରମ୍ଭରେ ଗଣେଶ ବନ୍ଦନା ଓ ଦୁର୍ଗାଦେବୀ ଆରାଧନାର ନୃତ୍ୟାଭିନୟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ସର୍ବଶ୍ରୀ ବିଭୁଦତ୍ତ ଦାସ, ରାଜେଶ କୁମାର ରଣସିଂହ, ପ୍ରଦୀପ କୁମାର ବେହେରା, ନିର୍ବିକାର ନନ୍ଦ, ସୌମେନ୍ଦ୍ର ସିହ୍ନା ଏବଂ ଜ୍ଞାନରଞ୍ଜନ ମହାନ୍ତି।

Share in top social networks!